ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବଳରାମ ପୂଜାରୀ ଙ୍କ କବିତା ଝୂଲ 

ଝୂଲ 

 

@ବଳରାମ ପୂଜାରୀ  

କୁଡୁମୁଲୁଗୁମ୍ମା , ମାଲକାନଗିରି 

ଶ୍ୱେତପତ୍ର

ମୃତ୍ୟୁ ; ଆଢୁଆଳରେ !

ଡହ ଡହ , ଜଳୁଛି ଜୀବନ ?

ଜଙ୍ଗଲ ର ଛାତିରେ ଚାପି ହୋଇଛି 

ଛାତିଏ , ରକ୍ତରଙ୍ଗ୍ନା; ଇତିହାସ ?

ପାହାଡ ଖୋଲରୁ ଗର୍ଜୁଛି ,

ଭୋକ ଓ ଭୋକ ସୃଷ୍ଟି କରୁଥିବା ,

ଗୋଟାଏ ଗୋଟାଏ;ବହଳ ଛାଇ ?

ରଙ୍ଗଡିଆ ମାଟି ମୁଠାକରେ ,

ଗୋଳେଇ ହୋଇଛି;ଭୋକ ଭୂଲିବାର; ରିଞୋଡି ?

ସୁରୁଜ ଉଦିଲେ ; ଭୋକ ପଛରେ ଧାଏଁ ?

ସଞ ନଇଁଲେ ;କୋଉ ଖୁଆଡ ରେ 

ଘୋଡିଘାଡି,ଚୁପ୍ ଚାପ୍ ଶୋଇପଡେ 

ନିଆଁନଗା ଭୋକ ?

ସବୁଥାଇ ବି ? କେଜାଣି,କେମିତି ?

ଭୋକିଲା ଭୋକିଲା ଲାଗେ,

ସାବୁଜା ;ସାବୁଜା ସ୍ୱର୍ଗ ?

ଜୀବନ ଓ ଯନ୍ତ୍ରଣା ରେତ ବୁନ୍ଦାଏ, ଜରାୟୁ କୁ ଠେଲି 

ପୋକତି ହୁଅନ୍ତି;ଜଙ୍ଗଲ ରାଜ୍ୟ ର ଗଛବୃଛ, 

ତଟକା ତଟକା ପ୍ରାଣବାୟୁ ରେ 

ମହକି ଉଠେ;ପଥରଗୁମ୍ଫା ର ଦିଶାରି ମନ୍ତୁରା; ଗର୍ଭଗୃହ ।

 

ଏଇଠୁ !!ଜୀବନ୍ଯାସ ପାଏ 

ଗହଳ ଗହଳ ନିଦ ,

ବହଳ ବହଳ ସୁଖ ,

ଚେରେଇ ,ଖୁପେଇ ଖାପେଇ , ଗଜାମାନେ 

ପରିବର୍ତ୍ତିତ ହୁଅନ୍ତି;ମହାଦାରୁ ରେ ?

ଜଙ୍ଗଲ ସାରା ଛାଇଯାଏ ,ଦେବତ୍ବ ଦେବତ୍ବ !

ବିଶ୍ୱାସ ମାନଙ୍କୁ ପେଟେ ପେଟେ, ଖୁଆଇ ପିଆଇ 

ବିଛାଡି ଦିଅନ୍ତି:ଡଙ୍ଗର ଦେବତା 

ସମଗ୍ର ନୀଳବତୁରା ଆକାଶରେ ?

ପୃଥୀର ଅଣ୍ଟିରେ ଓଜାଡି ଦିଅନ୍ତି 

ଗଉଣୀଏ,ଗଉଣୀଏ ଗର୍ଭୂଣୀଆ ; ଆୟୁଷ ।

 

ଏଇଠି !ଡଙ୍ଗର କୋଡକିଲେ 

ପେଟପୁରେ,ଭୋକ ଢୁଳାଏ ;ଝାପ୍ ସା ନିଦରେ ?

ଦିହଚିପୁଡା ; ଝାଳ ବୁଣିଦେଲେ ;ଗଜରିଯାଏ ଡଙ୍ଗର ସାରା ,ଡୁମୁଣୀଏ ମାଣ୍ଡିଆ ପେଜରେ ପୁରେ 

ଡଙ୍ଗର ରାଇଜର ଖାଲଖମା ?

ଖାଲି ଟିକେ ଟିକିଏ; ପିଠିଆଉଁଷା ଲୋଡା ?

ଦଉଚି କିଏ ?

ମାଟି ନିଜର ,ଭୋକ ପର 

ପେଟ ନିଜର ,ପିଠି ପର 

ସବୁ ବିକଳ ,ସବୁ ଆହାଃ ,ଏଇଠି ମୁଁହମାଡି ପଡିଛନ୍ତି ?

ଯିଏ ପିଠି ଆଉଁସିଲା ଭୋକ ର 

ସେ ସଭିଏଁ, ଏ ମାଟିର, ଏ ଡଙ୍ଗର ର, ଏ ଖମାଣ ର ।

 

କିଏ !କେଜାଣି, କେବେ 

ବିଞ୍ଛିଦେଇଛି ? ମୁଠାଏ ନିଆଁ ଝୂଲ 

ଏ ,ପାହାଡ ସାରା ,ଏ ଡଙ୍ଗର ସାରା 

ଆଜି ବି ଦିପ୍ ଦିପ୍ କରୁଛି ! ମୁଠେ ଅଙ୍ଗାରରେ 

ଦଲ୍ କା ଦଲ୍ କା ରଡ ନିଆଁ ,

ଝୂଲ ଚେତାଉଚି ,ଝୂଲ ଉଙ୍ଖାରୁଛି ?

ଡାଳକୁ ଡାଳ ଧରୁଛି ରଡନିଆଁ ?

ଲିଭାଇଦିଅ ! ଏ ଡହ ଡହ କୋହ ?

ପୋଛିଦିଅ ! ଏ ତତଲା ତତଲା ଲୁହ ?

ଆଉଁସି ଦିଅ, ଏ ;ଅବହେଳିତ ପିଠି ,

କୋଳେଇ ନିଅ ! ଏ ,ନିଆଁଧରା ମାଟି ,

ଭୋକ ଲିଭିଯାଉ !ଶୋଷ ଶୋଇଯାଉ 

ଝୂଲ ପଶିଯାଉ !ପାଉଁଶ ତଳର ଘାସରେ 

ଅନ୍ତତଃ ?

ଗ୍ରାସିବା ଆଗରୁ ଏ ସମଗ୍ର ଡଙ୍ଗର;ପାହାଡ଼ ?

Related posts

ଭବାନୀପାଟଣା ଠାରେ ଗୃହ ନିର୍ମାଣ ରେ ଶକ୍ତି ସଂରକ୍ଷଣ ସମ୍ବଧୀୟ ଦୁଇ ଦିନିଆ ତାଲିମ ଶିବିର 

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ଓଃ କି ଭକ୍ତି !!

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା ହାଣ୍ଡିଶାଳ ରାଜନୀତି

Sunil Chandra Nayak

Leave a Comment

error: Content is protected !!