ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ଲାବଣ୍ୟମୟୀ ମୌସୁମୀ

ଲାବଣ୍ୟମୟୀ ମୌସୁମୀ

 

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର

 

କେବେ ଝିପି ଝିପି କେବେ ଟିପି ଟିପି

କେବେ ପୁଣି ଝର ଝର,

ଲାବଣ୍ୟ ମୌସୁମୀ ତା ଓଠରେ ତୁମି

ଅମିୟ ଢାଳେ ମହୀର…….(୦)

 

ନରମ ସ୍ପରଶ ହୃଦେ ଭରେ ହସ

କାୟା ତୃପତି ଲଭଇ

ଅତି ସ୍ନେହ ବୋଳା ମୌସୁମୀ ଶୀତଳା

ହରି ଚନ୍ଦନ ଲେପଇ

ନର ପଶୁ ପକ୍ଷୀ କୀଟ ତରୁ ଲତା

କିଣଇ ସବୁ ଅନ୍ତର…..(୧)

 

ଜୀବର ଜୀବନ ସେ ମୌସୁମୀ ଧନ

ଯାହା ଲାଗି ଏହି ଧରା

ଶସ୍ୟଶ୍ୟାମଳା ସୁଜଳା ସୁଫଳା

ନାନା ବେଶ ଧରି ପରା

ଚକିତ କରଇ ପୁଲକ ଭରଇ

ବୁଣି ସାତ ରଂଗ ତା’ର….(୨)

 

ଶୀତଳ ସୁନ୍ଦର ତା’ର କଳେବର

ରିମି ଝିମି ପାଦ ଥୋଇ

ମୋହିତ କରଇ ହରଷ ଭରଇ

ଲାବଣ୍ୟ ରୂପକୁ ନେଇ

ଜଡରେ ଭରଇ ପରାଣଟି ସେହି

ତାହା ସରି କିଏ କାହିଁ….(୩)

ଫୁଲବାଣୀ, କନ୍ଧମାଳ

Related posts

କ୍ରସରକୁ ନେଇ ମାଲିକଙ୍କ ମଧ୍ୟରେ ଛକାପଞ୍ଝା , ଜଗବନ୍ଧୁ ପରେ ଏବେ ଅରୁଣି ଷ୍ଟୋନ୍ କ୍ରସରକୁ ବନ୍ଦ କରିବା ପାଇଁ ଦାବି

Sunil Chandra Nayak

ସନ୍ତୋଷ କୁମାର ସାହୁ ଙ୍କ କବିତା ହେ କୃଷ୍ଣ 

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ମମତାର ମଧୁମତୀ 

Leave a Comment

error: Content is protected !!