ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭାରସାମ୍ୟ ହରାଇ ନୟନଯୋଡିକୁ ଓଲଟିଲା ଚାଉଳ ବୋଝେଇ କଣ୍ଟେନର

ବାଲେଶ୍ଵର,୨୬/୬/୨୨- ଭାରସାମ୍ୟ ହରାଇ ନୟନଯୋଡିକୁ ଓଲଟିଲା ଚାଉଳ ବୋଝେଇ କଣ୍ଟେନର ଗାଡ଼ି, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର । ଏପରି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ସୋର – କୁପାରୀ ୫୭ ନମ୍ବର ରାଜ୍ୟ ରାଜପଥ ସୋର ଥାନା ଅନ୍ତର୍ଗତ ନଦୀଗାଁ ଛକ ନିକଟରେ । OR 05Y 9946 ନମ୍ବର ଚାଉଳ ବୋଝେଇ କଣ୍ଟେନର ଗାଡ଼ିଟି କୌଣସି କାରଣରୁ ନୟନଯୋଡିକୁ ଓଲଟି ପଡିଥିଲା । ସେତେବେଳକୁ ଦିନ ପ୍ରାୟ ୧୨ ଘଟିକା ସମୟ ହେବ । ଖବର ସଂଗ୍ରହରୁ ଜଣାପଡି ଯେ ଖଇରା- ବ୍ରାହ୍ମଣ ପୋଖରୀରୁ ବାଲେଶ୍ଵର ଅଭିମୁଖେ ଗମନ କରୁଥିବା ସମୟରେ ଦୁର୍ଘଟଣା ଘଟିଥିଲା । ଘଟଣା ସ୍ଥଳରେ ଦେଖଣାହାରୀଙ୍କ ପ୍ରବଳ ଭିଡ ହେତୁ କିଛି ସମୟ ପାଇଁ ରାସ୍ତା ଅବରୋଧ ହୋଇଥିବାର ଦେଖାଯାଇଥିଲା । ଖବରପାଇ ସୋର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ରାସ୍ତା ଅବରୋଧ ହଟାଇବା ପରେ ଗାଡିଟିକୁ ଜବଦ କରି ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଆଉ କେତେ ବର୍ଷ ଲାଗିବ ବିକାଶ ପହଞ୍ଚିବାକୁ ? ଏବେ ବି ଖଟିଆରେ ବୁହା ହେଉଛନ୍ତି ଗର୍ଭବତୀ ମହିଳା !

Sunil Chandra Nayak

କନକ ନିଆଲ୍ ହତ୍ୟା ର ସମସ୍ତ ଆରୋପି ଙ୍କୁ କୋର୍ଟ ଚାଲାଣ ଦାବିରେ ଧାରଣା ଦେବେ ପୀଡ଼ିତା ର ପିତା

Sunil Chandra Nayak

ମନ୍‌ କି ବାତ କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ

Sunil Chandra Nayak

Leave a Comment

error: Content is protected !!