ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପରିବହନ ମନ୍ତ୍ରୀଙ୍କୁ ଭେଟିଲା ଘରୋଇ ବସ୍‌ ମାଲିକ ସଂଘ, ଆଜି କାର୍ଯ୍ୟକାରିଣୀ ବୈଠକ ପରେ ଧର୍ମଘଟ ନେଇ ହେବ ନିଷ୍ପତ୍ତି

୧୦ ଦଫା ଦାବିକୁ ନେଇ ସଂଘ ଆନ୍ଦୋଳନ ଡାକରା ଦେଇଛି

ବସ୍ ଧର୍ମଘଟ ନେଇ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ସହିତ ଆଲୋଚନା କରିଛି ଘରୋଇ ବସ୍‌ ମାଲିକ ସଂଘ। ତେବେ ଜୁଲାଇ ୧ ତାରିଖରେ ପ୍ରସ୍ତାବିତ ଧର୍ମଘଟ ନେଇ ଆଜି କାର୍ଯ୍ୟକାରିଣୀ ବୈଠକ ପରେ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ ଓ ସଂଘର ସଦସ୍ୟମାନେ ଆଲୋଚନା କରିଛନ୍ତି।

ମନ୍ତ୍ରୀ ସଂଘ କୁ ଧର୍ମଘଟ ନକରିବା ପାଇଁ ଅନୁରୋଧ କରିଛନ୍ତି ଏବଂ ବାହୁଡା଼ ପର୍ଯ୍ୟନ୍ତ ସମୟ ମଗାଯାଇଥିବା ଜଣାଯାଇଛି। ତାପରେ ଏକ ଉଚ୍ଚସ୍ତରୀୟ ବୈଠକରେ ଏ ସଂକ୍ରାନ୍ତରେ ଆଲୋଚନା କରାଯିବ। ଏହି ପରିପ୍ରେକ୍ଷୀରେ ଆଜି ସନ୍ଧ୍ୟା ୫ ଟାରେ ସଂଘର କାର୍ଯ୍ୟକାରିଣୀ ବୈଠକ ବସିବ। ଏହି ବୈଠକରେ ଧର୍ମଘଟ ନେଇ ନିଷ୍ପତ୍ତି ନିଆଯିବ ବୋଲି ରାଜ୍ୟ ଘରୋଇ ବସ୍ ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି।

ମନ୍ତ୍ରୀଙ୍କ ନିବାସରେ ଆୟୋଜିତ ବୈଠକରେ ପରିବହନ ବିଭାଗର ‌ଅତିରିକ୍ତ କମିସନର (ପ୍ରଶାସନ) ଶ୍ରୀନିବାସ ବେହେରା ଓ ଅତିରିକ୍ତ କମିସନର (ଏନ୍‌ଫୋର୍ସମେଣ୍ଟ) ଲାଲମୋହନ ସେଠୀ ଉପସ୍ଥିତ ଥିଲେ। ସେହିପରି ଘରୋଇ ବସ୍‌ ମାଲିକ ସଂଘ ପକ୍ଷରୁ ସଭାପତି ଲୋକନାଥ ପାଣି, ମୁଖପାତ୍ର ଦେବାଶିଷ ନାୟକ, ଜୋନ୍‌ ସେକ୍ରେଟେରି କର୍ଣ୍ଣଟ କିଶୋର ଦାସ ଓ ସଂଘର ଅନ୍ୟ ସଦସ୍ୟ ଥିଲେ।

ସୂଚନା‌ଯୋଗ୍ୟ ଯେ, ୧୦ ଦଫା ଦାବିକୁ ନେଇ ସଂଘ ପରିବହନ ମନ୍ତ୍ରୀଙ୍କ ସହିତ ଆଲୋଚନା କରିଛି। ବସର ପରମିଟ୍ ଗୁଡିକୁ ୩ୟ ପଖଙ୍କୁ ହସ୍ତାନ୍ତର କରିବା ନିଷ୍ପତ୍ତି କାର୍ଯ୍ୟକାରୀ ନହେବା, ବସ୍ ଗୁଡିକୁ ସ୍ଥାୟୀ ପରମିଟ୍ ନଦେବା, ମଙ୍ଗୁଳି ଠାରୁ ସମ୍ବଲପୁର ପର୍ଯ୍ୟନ୍ତ ଜାତୀୟ ରାଜପଥ ୫୫ର ନିର୍ମାଣ କାର୍ଯ୍ୟରେ ବିଳମ୍ବ, ଯାତ୍ରୀବାହି ବସ୍ ଗୁଡିକ ଜାତୀୟ ରାଜପଥ ଉପରେ ଯାତ୍ରୀ ଓହ୍ଲାଇବା ଏବଂ ଚଢାଇବା ପାଇଁ ସରକାର କୌଣସି ଜାଗା ନଦେବା, କୋଭିଡ୍ ସମୟରେ ବସ୍ ଗୁଡିକୁ ୧ ଲକ୍ଷ ଟଙ୍କାର ଋଣ ଯୋଗାଇ ଦେବା ପାଇଁ ସରକାର ଦେଇଥିବା ପ୍ରତିଶ୍ରୁତି କାର୍ଯ୍ୟକାରୀ ନକରିବା ଏବଂ ଯାତ୍ରୀବାହୀ ବସ୍ ଗୁଡିକରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା ନିଷ୍ପତ୍ତି ପ୍ରତ୍ୟାହାର କରିବା ଭଳି ଦାବି ସମୂହକୁ ନେଇ ସରକାରଙ୍କୁ ଚେତାବନୀ ଦେଇଥିଲା ଘରୋଇ ବସ୍ ମାଲିକ ସଂଘ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ରୋଗୀଙ୍କୁ ଡାକ୍ତରଙ୍କ ଦୁର୍ବ୍ୟବହାର ଓ ଧମକ ଅଭିଯୋଗ: ବଦଳି ପାଇଁ ଦାବି

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ପ୍ରାର୍ଥନା

Sunil Chandra Nayak

କଳାରୁଦ୍ର ଯୁବକ ସଂଘ ପକ୍ଷରୁ ବିଶ୍ୱ ସାଇକେଲ ଦିବସ ପାଳିତ

Leave a Comment

error: Content is protected !!