ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଜସ୍ୱ ବିଭାଗ ର ଆକାଉଣ୍ଟ ରୁ ବୃଦ୍ଧାଙ୍କ ଆକାଉଣ୍ଟ କୁ ଚାଲିଗଲା ପଇସା , ଉଠାଣ ଅଭିଯୋଗ ପରେ ୭0 ବର୍ଷୀୟ ବୃଦ୍ଧ କୁ କୋର୍ଟ ଚାଲାଣ

କଲମପୁର,୦୧/୭ (ମସିହା) କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା, ବଡ କୁଟୃରୁ ଫାଣ୍ଡି ଅନ୍ତର୍ଗତ ଧନପୁର ଗ୍ରାମର ସନ୍ତର ରଣା (୭0) ଙ୍କୁ ବୁଧବାର ଦିନ ସରକାରୀ ଅର୍ଥ ଉଠାଣ ଅଭିଯୋଗ ରେ ଜୟପାଟଣା ପୋଲିସ କୋର୍ଟ ଚାଲାଣ କରିଛି l ସୂଚନା ଅନୁସାରେ ଗତ ୨0୨୧ ଜୁନ ମାସ ରେ କଲମପୁର ଷ୍ଟେଟ ବ୍ୟାଙ୍କ ମ୍ୟାନେଜର ଭାଗିରଥି ହୋତା ଜୟପାଟଣା ପୋଲିସ ଠାରେ ଏହି ଅଭିଯୋଗ କରିଥିଲେ l କୌଣସି ତ୍ରୁଟି ହେତୁ ରାଜସ୍ବ ବିଭାଗୀୟ ଜମା ରାଶି ଅଭିଯୁକ୍ତ ସନ୍ତର ରଣା ଙ୍କ ବ୍ୟାଙ୍କ ଜମା ଖାତାରେ ପଡିଥିଲା l ଶ୍ରୀ ରଣା ନିଜ ଗ୍ରାମରେ ଥିବା ନେଟ ବ୍ୟଙ୍କିଙ୍ଗ ମାଧ୍ୟମରେ ନିଜ ଆଧାର କାର୍ଡ ଓ ଫିଙ୍ଗର ପ୍ରିଣ୍ଟ ଦେଇ କାଳିଆ ଟଙ୍କା ଗୁଡିକ ପଡୁଥିବା ସେ ଚେକ କରୁ କରୁ କିଛି ଅର୍ଥ ଜମା ରହିଥିବା ଜାଣିବାକୁ ପାଇଥିଲେ l ସେ ନିଜ ଖାତାରେ ଜମା ଥିବା ଟଙ୍କା କୁ ଉଠାଣ କରି ଚାଲିଲେ l ସର୍ବମୋଟ ୨ ଲକ୍ଷ ୯୫ ହଜାର ଟଙ୍କା ଉଠାଣ କରି ସାରିଥିବା ବେଳେ ରାଜସ୍ବ ବିଭାଗୀୟ ଜମା ଖାତା ରେ କମ ଅର୍ଥ ରହିଥିବା ବ୍ୟାଙ୍କ ରୁ ଜାଣି ମଣ୍ଡଳ ରାଜସ୍ବ ନିରୀକ୍ଷକ ମୁକ୍ତିକାନ୍ତ ଭୋଇ ଏବଂ କଲମପୁର ତହସିଲଦାର କରିସ୍ମା ବେଶ୍ରା ବ୍ୟାଙ୍କ ମ୍ୟାନେଜର ସହ ଯୋଗାଯୋଗ ରେ ରହି ଏହାର ତଦନ୍ତ କରିଥିଲେ l ହେଲେ କୌଣସି କାରଣରୁ ଆଧାର ଲିଙ୍କ ତ୍ରୁଟି ନା ଅନ୍ୟ କୌଣସି ତ୍ରୁଟି ହେତୁ ରାଜସ୍ବ ଜମା ଅର୍ଥ ସନ୍ତର ରଣା ବ୍ୟାଙ୍କ ଜମା ଖାତା କୁ ଯାଉଥିଲା l ଏହା ଜାଣିଲା ପରେ ତହସିଲଦାର ଙ୍କ ନିର୍ଦ୍ଦେଶ ରେ ସନ୍ତର ରଣା ଏବଂ ତାଙ୍କ ପୁଅ କୁ କଲମପୁର ଷ୍ଟେଟ ବ୍ୟାଙ୍କ କୁ ନେଇ ପଚରା ଉଚୁରା କରାଯାଇଥିଲା l ସନ୍ତର ରଣା ର ବ୍ୟାଙ୍କ ପାସ ବୁକ କୁ ମଧ୍ୟ ଜବତ କରାଯାଇଥିଲା l ଏହାପରେ ଜୟପାଟଣା ପୋଲିସ ର ସାହାଯ୍ୟରେ ତଦନ୍ତ ପ୍ରକ୍ରିୟା ଜାରି ରହିଥିଲା l ବୃଦ୍ଧ ଆଜ୍ଞାତରେ ୨ ଲକ୍ଷ ଖଣ୍ଡେ ଉଠାଣ କରିଥିବା ସ୍ୱୀକାର କରିଥିଲେ l ସେହି ସମୟରେ ପୋଲିସ ଏବଂ ବିଭାଗୀୟ କର୍ମଚାରୀ ବୃଦ୍ଧ କୁ ଉଠାଣ କରିଥିବା ସମସ୍ତ ଅର୍ଥ ସରକାରୀ ଏହା ଫେରସ୍ତ କର ବୋଲି କହିଥିଲେ l ବୃଦ୍ଧ ନିଜ ଘରେ ରଖିଥିବା ୫୫ ହଜାର ଟଙ୍କା କୁ ଫେରସ୍ତ କରିଥିଲା ଏବଂ ବାକି ତକ ଆଉ ୫ ଦିନ ପରେ ଦେଇଦେବାକୁ ସମସ୍ତ ଙ୍କୁ ନିବେଦନ କରିଥିଲା l ଦେଇଥିବା ଟଙ୍କା ପୋଲିସ ରେ ରହିଥିଲା l ଏହି ଖବର ଗଣ ମାଧ୍ୟମରେ ପ୍ରକାଶିତ ହେବା ପରେ ସବୁ ବିଭାଗୀୟ ଅଧିକାରୀ ନିରବ ରହିଗଲେ l କିଛି ଦିନ ପରେ କଲମପୁର ପୋଲିସ ରଖିଥିବା ଟଙ୍କା କୁ ପୁଣି ସେହି ବୃଦ୍ଧ କୁ ଫେରସ୍ତ କରିଦେଇଥିଲେ l ଆଉ ବାକି ତକ ଟଙ୍କା ବାବଦରେ ମଧ୍ୟ କେହି ବି ଅଧିକାରୀ କିଛି ନ କହି ନିରବ ରହିଥିଲେ l ଫଳରେ ବୃଦ୍ଧ ମଧ୍ୟ ନିରବ ରହିଗଲା l ଠିକ ଏକ ବର୍ଷ ପରେ ସେହି କେଶ କୁ ଆଧାର କରି ବୃଦ୍ଧ ସନ୍ତର ରଣା କୁ ଜୟପାଟଣା ପୋଲିସ କୋର୍ଟ ଚାଲାଣ କରିଥିବା ସମସ୍ତକୁ ଆଶ୍ଚର୍ଯ୍ୟନ୍ୱିତ କରିଛି l ସରକାରୀ ଅର୍ଥ ଉଠାଣ ଅଭିଯୋଗ ରେ କେଶ ନଂ – ୧୪୮, ଦଫା – ୪୧୭,୪୧୯,୪୨୦ ଆଇପିସି ୬୬ ସି, ୬୬ ଡି, ଆଇଟି ଏକଟ ଅନୁସାରେ କୋର୍ଟ ଚାଲାଣ ହୋଇଥିବା ଆଇ:ଆଇ:ସି ବାସୁଦେବ ଛତ୍ରିଆ ସୂଚନା ଦେଇଛନ୍ତି l ସରକାରୀ ଟଙ୍କା କିଭଳି ବୃଦ୍ଧ ର ଖାତା କୁ ଗଲା, ଏତେ ଟଙ୍କା ଉଠାଣ ହେଉଥିଲେ ମଧ୍ୟ ବ୍ୟାଙ୍କ କିମ୍ବା ରାଜସ୍ବ ବିଭାଗ କେମିତି ଜାଣି ପାରୁନଥିଲା, ଏ ବାବଦରେ କେବଳ ଯେ ଜଣେ ବୃଦ୍ଧ ଦୋଷୀ ଏବଂ ସେ ଦଣ୍ଡିତ ହେବ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି l ବ୍ୟାଙ୍କ ରେ ସରକାରୀ ଜମା ଅର୍ଥ କିଭଳି ଅନ୍ୟ ବ୍ୟକ୍ତିଗତ ଏକାଉଣ୍ଟ କୁ ଯାଉଥିଲା ତାହା ସମସ୍ତଙ୍କ ପାଇଁ ପ୍ରଶ୍ନବାଚୀ ସୃଷ୍ଟି କରିଛି l ଏହାର ଉପଯୁକ୍ତ ତଦନ୍ତ କରାଯାଇ ସମସ୍ତ ଦୋଷୀ ପ୍ରତି କାର୍ଯ୍ୟାନୁଷ୍ଠାନ ନେବାକୁ ଅଞ୍ଚଳବାସୀ ଙ୍କ ଦାବୀ ହେଉଛି l

ପରମାନନ୍ଦ ଠାକୁର , ମସିହା ପ୍ରତିନିଧି , କଲମପୁର

Related posts

ପଲସର ଏନ୧୬୦ ର ମାର୍କେଟରେ ପ୍ରବେଶ

Sunil Chandra Nayak

ଶ୍ରୀମଦ୍ ଭଗବତ୍ ଗୀତ।ର ଦଶମ ଅଧ୍ଯାୟର ସାରକଥା–୧୦

Sunil Chandra Nayak

ପନିପରିବା ମଣ୍ଡି ଖୋଲିବା ନେଇ କୃଷ୍ଣ ନାଗଙ୍କ ବଗିଚାକୁ ଉପ ଜିଲ୍ଲାପାଳ ଗ୍ରସ୍ତ

Sunil Chandra Nayak

Leave a Comment

error: Content is protected !!