ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ଜୀବନ ରଥ 

      ଜୀବନ ରଥ 

ରଥ ଦଉଡିକୁ ମୁଣ୍ଡରେ ଲଗାଇ

ଟାଣୁଛି ବିଶ୍ବାସେ କେତେ

ତୁମ ଆଜ୍ଞା ବିନା ରଥ ହଲିବନି 

ମନ ମୋ କହୁଛି ସତେ

ପ୍ରଭୁର ରଥକୁ ଟାଣି ମୁଁ ନେଉଛି

ଧନ୍ୟ  ମୋ ଜୀବନ ସତେ

ରଥ ଦଉଡିକୁ ……………୧ 

 

ଜୀବନ ରଥ ରେ ତୁମେ ତ ସାରଥୀ

ରଥକୁ ନେଉଛ ଟାଣି

ତୁମ ବିନା କିଏ ଟାଣିକି ପାରିବ

ଜୀବନ ରଥକୁ ପୁଣି

ଯେଉଁ ଦିନ ପ୍ରଭୁ ରଥ ଅଟକିବ

ବାହୁଡ଼ା ହୋଇବ ସତେ

ରଥ ଦଉଡିକୁ ………………୨ 

 

ବଡ଼ ଦାଣ୍ଡ ଆଜି ଦୁଲୁକି ପଡ଼ୁଛି

ଶଙ୍ଖ ହୁଳହୁଳି ସୁଣି

ହରିନାମ ସତ୍ୟ ପକାଇ ମୋତେରେ

ସ୍ବର୍ଗ ଦ୍ବାର ନେବେ ପୁଣି

ଜୀବନ ରଥଟା ମାଟିରେ ମିଶିଲା

ହର୍ଷ  ନ ହେବକି ସତେ

ରଥ ଦଉଡିକୁ ମୁଣ୍ଡରେ ଲଗାଇ

ଟାଣୁଛି ବିଶ୍ବାସେ କେତେ………..୩

ସତ୍ୟରଞ୍ଜନ ସ୍ୱାଇଁ

ଅବଦଲପୁର, ଯାଜପୁର

 

Related posts

ଭାରତ ବନ୍ଦ ର ପ୍ରଭାବ- ଧର୍ମଗଡ ରେ ବ୍ୟାଙ୍କ ସେବା ବନ୍ଦ

Sunil Chandra Nayak

ଦର ନିୟନ୍ତ୍ରଣ ଲାଗି  ୨୫୦,୦୦୦ ଟନ୍‌ ପିଆଜ ମହଜୁଦ ରଖିଛନ୍ତି କେନ୍ଦ୍ର ସରକାର

Sunil Chandra Nayak

ବାଲିଆପାଳ କଂଗ୍ରେସ କମିଟି ତରଫରୁ ଭାରତଯୋଡ ପଦଯାତ୍ରା

Sunil Chandra Nayak

Leave a Comment

error: Content is protected !!