ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମମତା ସାହୁ ଙ୍କ କବିତା ଘୋଷ ଯାତ୍ରା

      ଘୋଷ ଯାତ୍ରା

ନିଳାଦ୍ରୀ ବିହାରି ଶ୍ରୀ ପୁରୁଷତ୍ତୋମ

    କରିବେ ଯେ ଘୋଷ ଯାତ୍ରା

ସଙ୍ଗତେ ଘେଣିନ ଭାଇ ଭଉଣୀ ଙ୍କୁ

    ଦୟାମୟ ବିଶ୍ଵକର୍ତ୍ତା।।

ରତ୍ନସିଂହାସନୁ ଓହ୍ଲାଇ ଶ୍ରୀହରି

   ବଡଦାଣ୍ଡେ ବିଜେକରି

ଜଗନ୍ନାଥ ବଳଭଦ୍ର ଯେ ସୁଭଦ୍ରା

   ଅପରୁପ ବେଶ ଧରି।।

ସୁସଜ୍ଜିତ କେତେ ଶ୍ରୀ ବଡଦାଣ୍ଡରେ

     ଶୋଭା ପାଏ ତିନି ରଥ

ଲାଳାମୟ ହରି ଲିଳା ରଚିଛନ୍ତି

    ବିଶ୍ଵସ୍ବାମୀ ଜଗନ୍ନାଥ।।

ବଳଭଦ୍ରଙ୍କର ତାଳଧ୍ୱଜ ରଥ

      ସୁଭଦ୍ରା ଦର୍ପଦଳନ

ନନ୍ଦିଘୋଷ ରଥେ କାଳିଆ ଠାକୁର

    କରନ୍ତି ବିରାଜ ମାନ।।

ଆଳଟ ଚାମର ଶଙ୍ଖ ଘଣ୍ଟ ନାଦ

    ଶୁଭୁଥାଏ ହରିବୋଲ

ଭଜନ କୀର୍ତ୍ତନ ପଡୁଛି ଉଛୁଳି

    ସମାଗମ ଭକତିର।।

ନାଲି ନାଲି ଓଠେ ହସି ମନ୍ଦ ମନ୍ଦ

    ବିଙ୍କ ଚାହାଣିରେ ଚାହେଁ

ଝୁଲି ଝୁଲି ଜଗା ପହଣ୍ଡି କରିଣ

    ଭକ୍ତ ମନ କିଣି ନିଏ।।

ଭକତ ମନରେ ଅପାର ଭକତି

     ରଥ ଦଉଡି କି ଧରି

ଶରଧା ବାଲିରେ ଟାଣୁଥିବେ ରଥ

    ଜୟ ଜଗନ୍ନାଥ ବୋଲି।।

ମାଉସୀ ମାଆଙ୍କ ମନ୍ଦିରକୁ ପ୍ରଭୁ

    ଯିବେ ନଅ ଦିନ ପାଇଁ

ଖାଇ ପୋଡ ପିଠା ତୋଷ କରି ମନ

      ଫେରିବେ ଜଗତ ସାଇଁ।।

ଅଗତିର ଗତି ଆରତ ଭଞ୍ଜନ

      ତବ ପାଦେ କୋଟି ପ୍ରଣାମ

ଉଦ୍ଧାରି ରଖହେ ଜଗତକୁ ପ୍ରଭୁ

     ଏତିକି ମୋ ନିବେଦନ।।

     

          ମମତା ସାହୁ

          ଗାଈଗାଁ,କଳାହାଣ୍ତି

Related posts

ଗିଗିନା ଗ୍ରାମ ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ ସୂଧାମୟୀ କୁମାରଙ୍କ ପ୍ରଥମ ପଦକ୍ଷେପ

Sunil Chandra Nayak

ବାଇକ ସ୍କୁଟି ଧକ୍କା – ମହିଳା ଶିକ୍ଷୟତ୍ରୀ ଓ ମହିଳା କିରାଣୀ ୨ ଜଣଙ୍କର ମୃତ୍ୟୁ

Sunil Chandra Nayak

ପନିପରିବା ଦର ଆକାଶଛୁଆଁ ,ଟମାଟୋ କିଲୋ ୧୦୦, ବାଇଗଣ ୫୦

Sunil Chandra Nayak

Leave a Comment

error: Content is protected !!