ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ମୁକ୍ତି ମଣ୍ଡପ

ମୁକ୍ତି ମଣ୍ଡପ

ନଳିନୀ ପ୍ରଭା ମିଶ୍ର

 

ଶ୍ରୀ ମନ୍ଦିର ର ଦକ୍ଷିଣ ପାରୁଶେ

   ମଣ୍ଡପ ଟି ଅବସ୍ଥିତ

ମୁକ୍ତି ମଣ୍ଡପ ସେ କାଳ କାଳ

  ଲାଗି ରହିଛି ହୋଇ ବିଦିତ।

ପଣ୍ଡିତ ପ୍ରବର ପୂଜା ପଣ୍ଡାଙ୍କ ର

  ନିଯୋଗର ସେହି ସ୍ଥାନ

ଚନ୍ଦ୍ର ଶେଖର ଙ୍କ ନିର୍ଭୁଲ ସିଦ୍ଧାନ୍ତ

   ପଞ୍ଜିକା ଅନୁମୋଦନ।

ବର୍ଷକ ଲାଗି ଶ୍ରୀମନ୍ଦିର ର

  ପର୍ବ ପର୍ବାଣୀ ଯେତେ

ଯାନିଯାତ୍ରା ସବୁ ପଞ୍ଜିକାନୁଯାୟୀ

  ପାଳିତ ଯେ ବିଧିମତେ।

ଷୋଳ ଶାସନର ବ୍ରାହ୍ମଣ ପ୍ରବର

  ଶାକ ଦ୍ବୀପ ଉତ୍କଳର

ପାରିଷଦ ଯେତେ ସଭା ବିମଣ୍ଡିତ

  ମହା ପଣ୍ଡିତ ଆବର।

ଗଣନ ପ୍ରକାରେ ସର୍ବ ସମ୍ମତି ରେ

  ପଞ୍ଜିକା ହୁଏ ପ୍ରସ୍ତୁତି

ଶ୍ରୀ ମନ୍ଦିର ର ଏକ ମୁକ୍ତି ମଣ୍ଡପ

  ଲୋଭି ଅଛି ମହା ଖ୍ୟାତି।

ପଞ୍ଜିକା ଶ୍ରବଣ ମାତ୍ରକେ ଶରୀରୁ

   କଳୁଷିତ ହୁଏ କ୍ଷୟ

କୋଟି କୋଟି ପୂଣ୍ୟ ହୁଅଇ 

  ଅର୍ଜନ ଦିବ୍ୟ ଜ୍ଞାନ ର ଉଦୟ।

ସିଦ୍ଧାନ୍ତ ଦର୍ପଣ ମୁକ୍ତି ମଣ୍ଡପରେ

  ଗଣନ କରିବା ବିଧି

ତିଥି,ବାର ସଙ୍ଗେ ନକ୍ଷତ୍ର ସଂଯୋଗ

  ସର୍ବ କାର୍ଯ୍ୟ ହୁଏ ସିଦ୍ଧି।

ଦୈନିକ ପଞ୍ଜିକା ପଠିତ ରେ

  ସର୍ବେ ଜାଣିଥାନ୍ତି ସବୁ କଥା

ବିବାହ ଓ ବ୍ରତ ପର୍ବପର୍ବାଣୀ

   ର ରହିଅଛି ଯେଉଁ ପ୍ରଥା।

ଏ ମୁକ୍ତି ମଣ୍ଡପ ମୁକ୍ତିର ପଥ

   ପାଣ୍ଡିତ୍ୟ ର ମୂଲ୍ୟାୟନ

ମୁକ୍ତି ମାର୍ଗରେ ନିଅ ପ୍ରଭୁ ମୋତେ

  କରୁଛି ଏହି ଜଣାଣ।

ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ

 

Related posts

ମିଶନ ଶକ୍ତିର ଋଣ ମେଳା 

Sunil Chandra Nayak

କୁମ୍ଭାର ସମାଜକୁ ପୁନଃ ଅନୁସୂଚିତ ଜାତି ମାନ୍ୟତା ନେଇ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ଜରିଆରେ ଲିଖିତ ଦାବିପତ୍ର 

Sunil Chandra Nayak

ବିଜୟ କୁମାର ଜେନା ଙ୍କ କବିତା ସକାଳର ଜଣାଣ ଜଗନ୍ନାଥ ହୋ

Sunil Chandra Nayak

Leave a Comment

error: Content is protected !!