ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜନରଞ୍ଜନପ୍ରଧାନ ଙ୍କ କବିତା ଭଲ ପାଅ ଅହିଂସାକୁ

 ଭଲ ପାଅ ଅହିଂସା କୁ

ଅହିଂସା ମନ ମଧ୍ୟେ ସାର

ଧର୍ମ ତା ଦେହେ କରି ଘର।

ସବୁ ଯୁଗରେ ସବୁ କାଳେ

ଅହିଂସା ଅଛି ସବୁ ପୁରେ।

ସୁଗୁଣ ତାଦେହେ ରହିଛି

ଅହିଂସା ପରମ ଧର୍ମ ଟି।

 

ପରକୁ କରଇ ଆପଣା

ଅହିଂସା ଅଟେ ପରମ ଆତ୍ମା।

ହିଂସା କରଇ ଯେଉଁ ଜନ

ସମୂଳେ ନାଶ ହୁଏ ଜାଣ।

କଉରବ ଆଉ କଂସାସୁର।

ହିଂସା ରେ ହେଲେ ଛାରଖାର।

 

ଗଢାହୁଏ ଯେ ଅହିଂସାର

ସେ ଲୋକ ଧନ୍ୟ ଏ ସଂସାରେ।

ଅହିଂସା ମନେ ଦିଏ ଶାନ୍ତି

ତା ବଳେ ରହିଛି ଧରିତ୍ରୀ।

ଇତିହାସ ଓ ପୁରାଣରେ

ଲେଖା ହୋଇଛି ଶୁଣ ନରେ।

 

ଅହିଂସା ବଳରେ ବଶିଷ୍ଠ

ପୁରାଣେ ହୋଇଛନ୍ତି ଶ୍ରେଷ୍ଠ।

ଅଶୋକ ଚଣ୍ଡାସୁର ରାଜା

ଅହିଂସା ବଳେ ପାଏ ପୂଜା।

ଜୈନ ବୁଦ୍ଧ ଓ ମହମ୍ମଦ

ଯୀଶୁ ଖ୍ରୀଷ୍ଟ ଙ୍କର ସଦଭାବ।

ଅହିଂସା ବଳେ ହେଲେ ଶ୍ରେଷ୍ଠ।

ଏହା କୁହଇ ଇତିହାସ।

ଦେଶକୁ କଲେ ସ୍ବାଧୀନତା।

ବାପୁଜୀ ଅହିଂସା ର ସତା।

ହିଂସା ନ କରଇ ଧରଣୀ।

ଅହିଂସା କୁ ପାଇବା ଭଲ

ଅହିଂସା ମୁଲ ଟି ଅମୂଲ୍ୟ।

 ଉପଯୋଗିତା ପାଇଁ।

ଜନରଞ୍ଜନପ୍ରଧାନ

ଆଳୋଇ , ବାଲିପାଟଣା , ଖୋର୍ଦ୍ଧା

 

Related posts

ଗୁରୁ ଦିବସ ପାଳିତ

Sunil Chandra Nayak

କେସିଙ୍ଗା ପୁଲିସର ବଡ ସଫଳତା, ରାତ୍ର ପେଟ୍ରୋଲିଂ ସମୟରେ ବାଇକ୍ ରେ ଚୋରାଚାଲାଣ ହେଉଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ, ତିନି ଜଣ ଅଟକ ରହିଥିବା ବେଳେ ଚାରିଟି ବାଇକ୍ ଜବତ

Sunil Chandra Nayak

ନବରଙ୍ଗପୁର ପୋଲିସ୍ ପଡିଆଠାରେ “ବିକାଶର ଧାରା, ଓଡିଶା ସାରା” କାର୍ଯ୍ୟକ୍ରମର ସମାପନୀ ଉତ୍ସବ ଓ ବ୍ୟାପକ ସରକାରୀ ହିତାଧିକାରୀ ସହାୟତା ବଣ୍ଟନ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!