ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦକ୍ଷ ଥାନା ଅଧିକାରୀ ଙ୍କୁ ପ୍ରଥମ ସଫଳତା, କାର୍ଯ୍ୟଭାର ଗ୍ରହଣ ର ପ୍ରଥମ ଦିନରେ ଗେଲ୍ ଇଣ୍ଡିଆ ପାଇପ୍ ଲାଇନ ଚୋରି ଉଦ୍ୟମ କୁ କଲେ ପଣ୍ଡ

ଢେଙ୍କାନାଳ -: ଭୂବନ ଥାନା ର କାର୍ଯ୍ୟଭାର ଗ୍ରହଣ କରିବା ପରେ ଦକ୍ଷ ଅଧିକାରୀ ସୌଭାଗ୍ଯ କୁମାର ସ୍ଵାଇଁ ଙ୍କୁ ମିଳିଛି ପ୍ରଥମ ସଫଳତା, ଦିର୍ଘ ଦିନ ଧରି ବିଭିନ୍ନ୍ ଚୋରା କାର୍ଯ୍ୟରେ ଲିପ୍ତ ଥିବା ଏକ ପିକଅପ୍ ଭ୍ଯାନ କୁ ଜବତ କରିଛି ଭୁବନ ଥାନା ପୋଲିସ l ସୂଚନା ଅନୁଯାଇ କିଛି ଦୁର୍ବୁତ୍ତ ଗତ ତିନି ତାରିଖ ରାତି ରେ ଅସୁରବନ୍ଧ ନିକଟରେ Gail ଇଣ୍ଡିଆ ପାଇପ ଲାଇନ୍ ପାଇପ୍ କୁ ଗ୍ୟାସ କଟର ରେ କାଟି ନେବ।ବେଳେ , ଖବର ପାଇ ଭୁବନ ଥାନା ପୋଲିସ ଟିମ ହଠାତ ଚଢ଼ାଉ କରିବାରୁ ସମ୍ପୃକ୍ତ ଚୋର ମାନେ ହଠାତ ଅନ୍ଧାର ର ସୁଯୋଗ ନେଇ ଖସି ଯିବାକୁ ସକ୍ଷମ ହୋଇଥିଲେ। ମାତ୍ର ପୋଲିସ ଘଟଣା ସ୍ଥଳ ରୁ ଏକ ମୋଟର ସାଇକେଲ , ଏକ ପିକଅପ୍ ଭ୍ଯାନ , 2 ଟି ଗ୍ୟାସ୍ ସିଲିଣ୍ଡର, କାଟିବାରେ ବ୍ୟବହୃତ ଯନ୍ତ୍ରପାତି, କଟା ଯାଇଥିବା ପାଇପ ର ଖଣ୍ଡ ଖଣ୍ଡ ଟୁକୁଡ଼ା କୁ ଜବତ କରିଛି ପୋଲିସ l ଏଠାରେ ପ୍ରକାଶଯୋଗ୍ୟ ଯେ ଦୀର୍ଘଦିନ ଧରି ଭୁବନ ଥାନା ଠାରୁ 500 ମିଟର ଦୂର ଜାତୀୟ ରାଜପଥ ଉପରେ ଦୁଇ ଦୁଇଟି କବାଡ଼ି ଦୋକାନ ଅନାୟାସରେ ଚାଲୁ ଅଛି, ଜବତ ହୋଇଥିବା ପିକଅପ୍ ଟି ସେଇ କବାଡ଼ି ଦୋକାନୀ ମଧ୍ୟରୁ ଜଣ ଙ୍କ ର ବୋଲି ସହରରେ ଚର୍ଚା ହେଉଛି l , ଏ ସକ୍ରାନ୍ତରେ Gail ଇଣ୍ଡିଆ କର୍ତ୍ତୃପକ୍ଷ ଙ୍କ ଠୁଁ ରିପୋର୍ଟ ପାଇ FIR କରାଯାଇ ଅନୁସନ୍ଧାନ ଜ।ରି ରହିଛି। ଖୁବଶୀଘ୍ର ଜଡିତ ଥିବା ଅପରାଧୀ ମାନଙ୍କୁ ଗିରଫ କରାଯିବ ବୋଲି ନୂତନ ଥାନା ଅଧିକାରୀ ସୌଭାଗ୍ୟ କୁମାର ସ୍ଵାଇଁ ସୂଚନା ଦେଇଛନ୍ତି l

ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ 

Related posts

ଗୁରୁ ଦିବସ ରେ ଉଦଘାଟନ ହେଲା ୟୁପିଏସସି ଓ ଓପିଏସସି କୋଚିଂଙ୍ଗ ସେଣ୍ଟର

Sunil Chandra Nayak

ନର୍ମଦା ନାୟକ ଙ୍କ କବିତା ନୂଆଖାଇ

Sunil Chandra Nayak

ପ୍ରଧାନମନ୍ତ୍ରୀ ରାସ୍ତା ନିର୍ମାଣ ନିମ୍ନ ମାନର ଅଭିଯୋଗ

Sunil Chandra Nayak

Leave a Comment

error: Content is protected !!