ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅର୍ଦ୍ଧେନ୍ଦୁ ଦାସ ଙ୍କୁ ଗିରଫ ପ୍ରତିବାଦରେ ମ, ରାମପୁର ରେ ଶୋଭାଯାତ୍ରା ଓ ଦାବୀ ପତ୍ର ପ୍ରଦାନ   

ମ.ରାମପୁରା,୦୭/୦୭( ମସୀହା):-ବିଶିଷ୍ଟ ସାମ୍ବାଦିକ ତଥା ବଡଖବର ର ମୁଖ୍ୟ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ ଙ୍କୁ କ୍ରାଇମବ୍ରାଞ୍ଚ ର ଅର୍ଥନୈତିକ ଅପରାଧ ଶାଖା ଗିରଫ କରିବା ଘଟଣା କୁ ନେଇ ରାଜ୍ୟ ସାରା ତୀବ୍ର ହେଉଛି ପ୍ରତିବାଦର ସ୍ୱର l ଆଜି ମ, ରାମପୁର ଜନଜାଗରଣ ମଞ୍ଚ ପକ୍ଷରୁ ଏକ ପ୍ରତିବାଦ ରାଲି କରାଯିବା ସହ ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟରେ ତହସିଲଦାର ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା l ସ୍ଥାନୀୟ ରାଧାକୃଷ୍ଣ ମନ୍ଦିର ରୁ ଶୋଭା ଯାତ୍ରା ବାହାରି ସହର ପରିକ୍ରମାକରି ତହସିଲ୍ କାର୍ଯ୍ୟାଳୟ କୁ ଆସି ଥିଲେ ଏବଂ ତହସିଲ୍ ଦାର୍ ଜୟନ୍ତ କୁମାର ମେହେର ଦାବୀ ପତ୍ର ଗ୍ରହଣ କରିଥିଲେ। ଏହି ରାଲିରେ ବରିଷ୍ଠ ବିଜେପି ନେତା ପଦ୍ମ ଲୋଚନ ମିଶ୍ର, ମଣ୍ଡଳ ସଭାପତି ପ୍ରତାପ ଚନ୍ଦ୍ର ରଣା, ଦିବାକର ବାଗ,ଖୁସି ରାମ ସାହୁ,ରାଜୁ ମାଝୀ, ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ବିଭୂତି ଭୂଷଣ ମହାଖୁଡ, ଚମରା ବଗର୍ତ୍ତୀ, ପ୍ରଭାକର ନାଗ, ଜୋନସଭାପତି ରଶ୍ମୀ ରଞ୍ଜନ ପ୍ରହରାଜ, ସମାଜସେବୀ ସତ୍ୟ ନାରାୟଣ ସାହୁ, ସିପିଆଇ (ଏମ) ତରଫରୁ ବ୍ରାଞ୍ଚ ସଂପାଦକ ସତ୍ୟ ଜିତ୍ ଚାଟାର୍ଜୀ, ଗଙ୍ଗାଧର ପ୍ରହରାଜ, ବରିଷ୍ଠ ସାମ୍ବାଦିକ ତଥା ମ,ରାମପୁର ପ୍ରେସ କ୍ଳବ୍ ସଭାପତି ପ୍ରଶାନ୍ତ ସାମନ୍ତରା, ବଡ ଖବର ପ୍ରତିନିଧି ହେମନ୍ତ ସାହୁ,ବରିଷ୍ଠ ସାମ୍ବାଦିକ ଉଦ୍ଧବ ପଣ୍ଡା, ନିରଞ୍ଜନ ମହାରଣା, ଅନନ୍ତ କୁମାର୍ ପାଲ୍, ସଂଯୁକ୍ତା ପୁରୋହିତ, ପୟଧର ସାହୁ, ଜଗତ କୁମାର୍ ସାହୁ, ପ୍ରଶାନ୍ତ ସାହୁ, କୁଞ୍ଜ ବିହାରୀ ହାତୀ, ଶେଷ ଦେବ ସାହୁ ଙ୍କ ସମେତ ଅନେକ ବୁଦ୍ଧିଜୀବୀ ସାମିଲ ହୋଇଥିବା ବେଳେ ମାନସ ରଞ୍ଜନ ପ୍ରହରାଜ, ମଳୟ ରଞ୍ଜନ ମିଶ୍ର, ଗୌତମ ମହାଖୁଡ, ସୋମନାଥ ଦାଶ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

ମ ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ l

Related posts

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ।। ମୁଁ ମଣିଷ ।।

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

କର୍ଲାପାଟ – ବିଦ୍ୟୁତ ବିଭାଗ ର ଖେଳ ଉପଭକ୍ତା ଙ୍କ କାଳ

Sunil Chandra Nayak

Leave a Comment

error: Content is protected !!