ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ ଦ୍ୱାରା ବନ ମହୋତ୍ସବ କାର୍ଯ୍ୟକ୍ରମ

 ଢ଼େଙ୍କାନାଳ -: ଅଦ୍ଯ ତା ୦୭.୦୭.୨୦୨୨ ରିଖ ଗୁରୁବାର ଦିନ ଅପରାହ୍ନ ୧୨.୩୦ ମିନିଟ୍ ସମୟ ରେ ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ,ଜନ ମଙ୍ଗଳ ରାସୋଳ ତରଫରୁ ବନମହୋତ୍ସବ ସପ୍ତାହ(ଜୁଲାଇ 0୧ ରୁ ଜୁଲାଇ ୦୭) ପାଳନ ର ଅନ୍ତିମ ଦିବସ ତଥା ଉଦଯାପନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଉକ୍ତ ଅଧିବେଶନ ରେ ସଂଗଠନ ର ଉପଦେଷ୍ଟା ତଥା ରାସୋଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ଦୟା ନିଧି ପୃଷ୍ଟି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦ୍ବୀପ ପ୍ରଜ୍ବଳିତ କରି ଶୁଭାରମ୍ଭ କରିଥିଲେ ।ଓ ସଂଗଠନ ର ଆଭିମୁଖ୍ଯ କୁ ସର୍ବ ସମ୍ମୁଖରେ ଉପସ୍ଥାପନ କରିବା ସହିତ ମୁଖ୍ୟ ବକ୍ତା ତଥା ସାହିତ୍ୟିକ ଅଧ୍ୟାପକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ସାହୁ ମହୋଦୟ ବୃକ୍ଷ ରୋପଣ ର ଆବଶ୍ୟକତା ଉପରେ ଆଲୋକପାତ କରିବା ସହିତ ସଙ୍ଗଠନ ର କାର୍ଯ୍ୟକ୍ରମ କୁ ଭୂୟସୀ ପ୍ରଶଂସା କରିଥିଲେ ।ସମ୍ମାନିତ ଅତିଥି ଭାବେ ଏକା ଧାର ରେ ଜଣେ ରାଜନୀତିଜ୍ଞ, ସୁସାହିତ୍ଯିକ,ଗାଳ୍ପିକ, କବି,ଲେଖକ,ସମାଜସେବୀ ଶ୍ରୀଯୁକ୍ତ ରତିକାନ୍ତ ଗଡନାୟକ ମହୋଦୟ ଙ୍କର କବି ସୁଲ୍ଲଭ ଢଙ୍ଗ ରେ ବୃକ୍ଷ ରୋପଣ ର ଆବଶ୍ୟକତା କୁ ଉପସ୍ଥାପନ ବେଶ୍ ମନମୁଗ୍ଧ କର ହେବା ସଙ୍ଗେ ସଙ୍ଗେ ଅତ୍ୟନ୍ତ ପ୍ରେରଣା ଦାୟୀ ଥିଲ।ତତ୍ ପରେ ସମ୍ମାନିତ ଅତିଥି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ପ୍ରଧାନ ଗୁରୁଜୀ ଧର୍ମାନନ୍ଦ ସାହୁ ତଥା ଅବସର ପ୍ରାପ୍ତ ବୟନିକା ସଂସ୍ଥା ର କର୍ମଚାରୀ ଓ ସମାଜସେବୀ,ଶିଶୁ ସାହିତ୍ୟିକ,ସଂଗଠନ ର ଉପଦେଷ୍ଟା ମହୋଦୟ ଶ୍ରୀଯୁକ୍ତ ଭକ୍ତବନ୍ଧୁ ଶତପଥୀ ମହୋଦୟ ଙ୍କର ଓଜସ୍ବିନୀ ବକ୍ତବ୍ଯ ଛାତ୍ର ଛାତ୍ରୀ ମାନଙ୍କୁ ନିଶ୍ଚିତଭାବେ ପ୍ରେରଣା ପ୍ରଦାନ କରିବାରେ ସହାୟକ ହେବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ । ସମସ୍ତ ମଞ୍ଚାସୀନ ସମ୍ମାନିତ ଅତିଥି ,ବକ୍ତା,ସଂଗଠନ ର ସେବକ ଓ ସେବିକା,ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର(ପର୍ଶୁରାମପୁର, ରାସୋଳ) ର ଛାତ୍ର ଛାତ୍ରୀ, ଅଭିଭାବକ,ସମାଜସେବୀ,ଗ୍ରାମ ବାସୀ ଙ୍କ ଉପସ୍ଥିତିରେ ବନମହୋତ୍ସବ ସପ୍ତାହ ପାଳନ ଅବସରରେ ହୋଇ ଥିବା ପ୍ରବନ୍ଧ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ପ୍ରମାଣ ପତ୍ର ସହ ପୁରସ୍କାର ସହ ସିଲ୍,କପ୍ ତଥା ଆମ୍ବ,ଲେମ୍ବୁ,ଡାଳିମ୍ବ ଗଛ ପୁରସ୍କାର ସ୍ବରୂପ ପ୍ରଦାନ କରାଯାଇଥିଲା।ସଂଗଠନ ର ସଭାପତି ବିଭୁପ୍ରସାଦ ଶତପଥୀ,ସଂପାଦିକା ପୂର୍ଣ୍ଣିମା ମହାନ୍ତି,ସହ ସମ୍ପାଦିକା ପ୍ରଭାସିନୀ ସାହୁ,ସେବିକା ପୁରବୀ ଶତପଥୀ,କୁନି ବେହେରା, ରୋଜାଲିନ୍ ସାହୁ, ମମତା ବେହେରା,ନିରୁପମା ମିଶ୍ର,ସସ୍ମିତା ମିଶ୍ର,ମମତା ନାୟକ ତଥା ସଂଯୋଜକ ନିରାକାର ବୈଦ୍ୟ,ସହ ସଂଯୋଜକ ସୁନିଲ୍ ପାତ୍ର,ସେବକ କୃଷ୍ଣଚନ୍ଦ୍ର ବେହେରା,ସୁଦାମ ସେଠୀ,ସମାଜସେବୀ ଶତୃଘ୍ନ ସାହୁ ଙ୍କ ର ମିଳିତ ସହଯୋଗରେ କାର୍ଯ୍ୟ କ୍ରମ ସଫଳ ହୋଇଛି ।ପରିଶେଷ ରେ ସଭାପତି ବିଭୁପ୍ରସାଦ ଶତପଥୀ ସମସ୍ତ ଉପସ୍ଥିତ ସଭାସଦବର୍ଗଙ୍କୁ ଧନ୍ଯବାଦ୍ ଜଣାଇ ସଭା ସାଙ୍ଗ କରିଥିଲେ ।

ଢେଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

 

 

Related posts

ଜୀବନ ଜ୍ୟୋତି କ୍ଲବ ତରଫରୁ ଫୁଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ

Sunil Chandra Nayak

ଡେଙ୍ଗାଗୁଡା ଠାରେ ନାଭାଲ ଏନସିସି ଦିବସ ପାଳନ

Sunil Chandra Nayak

ଆଦରମଣି ପ୍ରଧାନ,(ଗୋଲାପୀ) ଙ୍କ ଗଳ୍ପ ମୁଁ ପ୍ରେମିକା

Sunil Chandra Nayak

Leave a Comment

error: Content is protected !!