ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଡ଼ିଆଳ ରଥଯାତ୍ରା ରେ ଅଘଟଣ, ସେବାୟତ ରଥରୁ ପଡିଆହତ ଥିବା ବେଳେ ଚିକିତ୍ସିତ ଅବସ୍ଥା ରେ ଆଜି ବାହୁଡା ଯାତ୍ରା ଦିନ ତାଙ୍କ ମୃତ୍ୟୁ

ନୁଆପଡା: ରଥଯାତ୍ରା ରେ ଅଘଟଣ ଘଟଣା ସେବାୟତ ରଥରୁ ପଡି ଆହତ ଥିବା ବେଳେ ବୁର୍ଲା ଠାରେ ଚିକିତ୍ସିତ ଅବସ୍ଥା ରେ ଆଜି ଦିନ ୨ ଘଣ୍ଟା ୫୦ ସମୟ ରେ ତାଙ୍କ ମୃତ୍ୟୁ ହୋଇଅଛି। ରଥ ଟଣା ଯାଉଥିବା ବେଳେ ବିଦ୍ୟୁତ ତାରରେ ରଥ ଗୁମ୍ବୁଜ କୁ ଧରି ଦେଇଥିଲା। ଫଳରେ ରଥ ଉପରେ ଥିବା ସେବାୟତ ବଂଶୀଧର ଆଚାର୍ଯ୍ୟ ରଥ ତଳକୁ ଖସି ପଡିଥିଲେ। ତାଙ୍କ ମୁଣ୍ଡ ରେ ଗୁରୁତ୍ବର ଆହତ ହୋଇଥିଲା। ତାଙ୍କୁ ପ୍ରାଥମିକ ଚିକିତ୍ସା ପ୍ରଥମେ ପାଇଁ ଖଡ଼ିଆଳ ମିଶନ ଏବଂ ପରେ ବୁର୍ଲା ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିଲା। ବୁର୍ଲାରେ ଦୀର୍ଘ ୯ ଦିନ ପର୍ଯ୍ୟନ୍ତ ଆଇସିୟୁ ରେ ଚିକିତ୍ସିତ ହେଉଥିବା ଜଣାଯାଏ । ମୁଣ୍ଡ ପଛପଟେ ଆଘାତ ହେବାରୁ ତାଙ୍କ ରକ୍ତ ଜମାଟ ବାନ୍ଧିଥିବା ଜଣାପଡିଅଛି। ସିଟିସ୍କେନ କରି ମୁଣ୍ଡ ଆଘାତ ଉପରେ ଅଧିକ ଆଭ୍ୟନ୍ତରୀଣ ଆଘାତ ହୋଇଥିବା ଜଣାପଡିଥିଲା। ସେବାୟତ ବଂଶୀଧର ଆଚାର୍ଯ୍ୟ ଆଘାତ ହୋଇଥିବା ବେଳେ ଆଜି ତାଙ୍କ ମୃତ୍ୟୁ ହୋଇଅଛି। ସେବାୟତ ଙ୍କ ମୃତ୍ୟୁରେ ରଥଯାତ୍ରା ପାଳନ କମିଟି ଦୁଖଃ ପ୍ରକାଶ କରିଛନ୍ତି। ଆସନ୍ତା କାଲି ତାଙ୍କର ଖଡ଼ିଆଳ ନିଜ ଗ୍ରାମରେ ଶେଷ କୃତ୍ୟ ହେବ ବୋଲି ଜଣାପଡିଛି ।ନୂଆପଡା ରୁ ସୁଜିତ କୁମାର ଙ୍କ ରିପୋର୍ଟ

Related posts

ରାଇରଙ୍ଗପୁରରେ ଦୁଇ ଦିବସୀୟ ବାମନଘାଟୀ ଫୁଟବଲ ଚମ୍ପିୟାନ ସିପ୍ ୨୦୨୨/୨୩ ରେ ହେମ୍ବ୍ରମ ଫୁଟବଲ କ୍ଲବ ବଡବାଇକଳା ଫୁଟବଲ ଟିମକୁ ହରାଇ ଚମ୍ପିୟାନ

Sunil Chandra Nayak

ଟ୍ରାଫିକ ସମସ୍ୟା ଜଟିଳ ପୋଲିସ ନିରବ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ଭୂଆଁ ବିରାଡିର ହଟହଟା

Sunil Chandra Nayak

Leave a Comment

error: Content is protected !!