ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ସୁନାବେଶ

ସୁନାବେଶ

ମାନଗୋବିନ୍ଦ ସ୍ବାଇଁ

 

ବର୍ଷେ ପାଞ୍ଚ ଥର ହୁଏ ସୁନା ବେଶ

       ଭକ୍ତକୁ ଲଗାଇ ଡୋରି

ଆଭୂଷଣ ଲଗା ତିନି ରଥେ ସଜା

    କି ସୁନ୍ଦର ବେଶ ହରି।

ଠାକୁର ହସନ୍ତି ଭକତ ଦେଖନ୍ତି

    ଭକ୍ତ ପ୍ରଭୁ ପ୍ରେମ ଲୀଳା

ସୁନା ବେଶ ହୋଇ ଶୋଭା ପାଉଅଛ

      ଚାଲିଛି ପ୍ରଭୁଙ୍କ ମେଳା।

ଭକ୍ତ ଜନ ସାଥେ ପ୍ରଭୁ ଅଛ ସାଥେ

      ଭାବରେ କଥନ ହରି

ଭାବ ଦିଆନିଆ ଅନ୍ତର କଥାକୁ

    ଦୂରେ କରି ଦିଅ ପାରି।

ଏଇ ସୁନାବେଶ କରିଲେ ଦର୍ଶନ

     କୋଟି ଜନ୍ମ ଫଳ ମିଳେ

ଭକ୍ତ ଭାବେ ବନ୍ଧା ଲାଗି ଥାଉ ସଦା

      ଜନ ପୁଣ୍ୟ ନିଳାଞ୍ଚଳେ।।

ଶେଷ ପଦ କଥା କହି ସୁନାବେଶ

       ଭକ୍ତି କରି ନମସ୍କାର

ଜଗତ ବାସୀଙ୍କ ମଙ୍ଗଳ କାମନା

     ବିପଦେ ସାହା ଈଶ୍ୱର।

 

ଗୋଜାବନ୍ଧ , ମହାକାଳପଡ଼ା , କେନ୍ଦ୍ରାପଡ଼ା

Related posts

ଆନନ୍ଦପୁର – ସମାଜସେବା ରେ ଉଲ୍ଲେଖନୀୟ ଅବଦାନ ପାଇଁ ଜୟଦୁର୍ଗା ଫାଉଣ୍ଡେସନ ଅଧ୍ୟକ୍ଷାରାଜଧାନୀ ଦିଲ୍ଲୀ ରେ ପୁରସ୍କୃତ

ଚୋର ଡ଼କାୟତ କବଳରୁ ରକ୍ଷା ପାଇଁ ହଳଦି ଭାଟି ଛକରେ ଗଣ ଧାରଣା

Sunil Chandra Nayak

ଖିଚିଂରେ ବିଶ୍ବ ଯୋଗଦିବସ କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ଦ୍ବାରା ଉଦଘାଟିତ 

Sunil Chandra Nayak

Leave a Comment

error: Content is protected !!