ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ସୁନାବେଶ

ସୁନାବେଶ

ମାନଗୋବିନ୍ଦ ସ୍ବାଇଁ

 

ବର୍ଷେ ପାଞ୍ଚ ଥର ହୁଏ ସୁନା ବେଶ

       ଭକ୍ତକୁ ଲଗାଇ ଡୋରି

ଆଭୂଷଣ ଲଗା ତିନି ରଥେ ସଜା

    କି ସୁନ୍ଦର ବେଶ ହରି।

ଠାକୁର ହସନ୍ତି ଭକତ ଦେଖନ୍ତି

    ଭକ୍ତ ପ୍ରଭୁ ପ୍ରେମ ଲୀଳା

ସୁନା ବେଶ ହୋଇ ଶୋଭା ପାଉଅଛ

      ଚାଲିଛି ପ୍ରଭୁଙ୍କ ମେଳା।

ଭକ୍ତ ଜନ ସାଥେ ପ୍ରଭୁ ଅଛ ସାଥେ

      ଭାବରେ କଥନ ହରି

ଭାବ ଦିଆନିଆ ଅନ୍ତର କଥାକୁ

    ଦୂରେ କରି ଦିଅ ପାରି।

ଏଇ ସୁନାବେଶ କରିଲେ ଦର୍ଶନ

     କୋଟି ଜନ୍ମ ଫଳ ମିଳେ

ଭକ୍ତ ଭାବେ ବନ୍ଧା ଲାଗି ଥାଉ ସଦା

      ଜନ ପୁଣ୍ୟ ନିଳାଞ୍ଚଳେ।।

ଶେଷ ପଦ କଥା କହି ସୁନାବେଶ

       ଭକ୍ତି କରି ନମସ୍କାର

ଜଗତ ବାସୀଙ୍କ ମଙ୍ଗଳ କାମନା

     ବିପଦେ ସାହା ଈଶ୍ୱର।

 

ଗୋଜାବନ୍ଧ , ମହାକାଳପଡ଼ା , କେନ୍ଦ୍ରାପଡ଼ା

Related posts

କର୍ମେଗାଁ ପଞ୍ଚାୟତରେ ନୂତନ ଡାକଘର ଉଦଘାଟନ

Sunil Chandra Nayak

ପ୍ରେମଲତା ଙ୍କ କବିତା ପ୍ରତୀକ୍ଷା

Sunil Chandra Nayak

ବିଶ୍ୱ ମାତୃତ୍ୱ ଦିବସରେ ସଲାମ

Leave a Comment

error: Content is protected !!