ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ପ୍ରାର୍ଥନା

ପ୍ରାର୍ଥନା

ମାନଗୋବିନ୍ଦ ସ୍ବାଇଁ

 

ଦେଖା ନାହିଁ ପ୍ରଭୁ କାହା ଦୋଷ ଛବି

     ଭଲ ଗୁଣ ଶିକ୍ଷା ଦିଅ

ଭଲର ମଣିଷ ଜଗତେ ରହିବି

    ସେହି ସତ ପଦ କୁହ।

ମିଛ ପଦ କଥା ନଆସୁ ଏ ତୁଣ୍ଡେ

      ସତ ଦିଅ ମୋ ବଚନ

ଦୁଷ୍ଟ ମୋ ପ୍ରକୃତି ମୋ ପାଖକୁ ଛାଡ଼ୁ

     ମାଗୁଛି ଏ ମୋ ଶରଣ।

ଜନମ ଦେଇଛ ମରଣ ରଖିଛ

      ଭାଗ୍ୟ ମୋର ଅଟେ ଫଳ

ଯାହା ଯେବେ ଆସୁ ସାହା ଦିଅ ପ୍ରଭୁ

      ସମ୍ଭାଳି ନେବା ମୋ ବଳ।

ଭକତି ମାଗୁଛି ଶକତି ଦିଅ ହେ

    ପ୍ରଭୁ ପାଦ ତଳେ ଅଳି

ମୋ ଭାବ ରଖିବ ସବୁ ଦିନ ପାଇଁ

     ଧୂପ ଦୀପ ଦେଇ ଅଳି।

ମୋ ମନ ମନ୍ଦିର ଆରାଧ୍ୟ ଦେବତା

     ଫୁଲ ଦୀପ ଦେଇ ପୂଜା

ମନ୍ତ୍ର ପାଠ କରି ପ୍ରାର୍ଥନା କରୁଛି

     ପ୍ରଭୁଙ୍କ ଉଡ଼ାଇ ଧ୍ଵଜା।

ଗୋଜାବନ୍ଧ ମହାକାଳପଡ଼ା  କେନ୍ଦ୍ରାପଡ଼ା

Related posts

ସାହିତ୍ୟ ଅଗଣା

Sunil Chandra Nayak

ଜୁନାଗଡ଼ ଠାରେ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ମେଳା

Sunil Chandra Nayak

ବିଦେଶୀ ମଦ ଜବତ, ଦୁଇ ଗିରଫ 

Sunil Chandra Nayak

Leave a Comment

error: Content is protected !!