ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଘଣ୍ଟିଗୁଡା ଗାଁରେ ଯୁବକ ଙ୍କ ଝୁଲନ୍ତା ମୃତଦେହ ଠାବ, ପୋଲିସ ର ତଦନ୍ତ ଜାରି

କୋକସରା,୧୧/୦୭-( ମ ନି ସ  ) କଳାହାଣ୍ଡି ଜିଲ୍ଲା ଆମପାଣି ଥାନା ଅନ୍ତର୍ଗତ ଘଣ୍ଟିଗୁଡା ଗାଁ ନିକଟ ରେ ଥିବା ଶିବ ମନ୍ଦିର ବରଗଛରେ ଜଣେ ଯୁବକର ଝୁଲନ୍ତା ଶବ ରହିଥିବା ସୋମବାର ସକାଳେ ଗାଁ ଲୋକେ ଦେଖି ସ୍ଥାନୀୟ ଆମପାଣି ପୋଲିସ କୁ ଖବର ଦେଇଥିବା ଜଣାପଡିଛି। ଖବର ପାଇ କୋକସରା ଥାନା ଅଧିକାରୀ ପ୍ରସନ୍ନ ବେହେରା ସମେତ ଆମପାଣି ପୋଲିସ ଏଏସଆଇ ଅକ୍ଷୟ ଜାଳ ଘଟଣା ସ୍ଥଳରେ ପହଞ୍ଚି ପାରିପାର୍ଶ୍ବିକ ଅବସ୍ଥା ଅନୁଧ୍ୟାନ କରିବା ସହ ମୃତ ଯୁବକଙ୍କ ସମ୍ପର୍କୀୟଙ୍କ ଉପସ୍ଥିତିରେ ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନା ପଠାଇ ଶବ ବ୍ୟବଚ୍ଛେଦ ପରେ ପରିବାର ଵର୍ଗଙ୍କୁ ହସ୍ତାନ୍ତର କରିଛନ୍ତି। ମୃତ ଯୁବକ ହେଲେ ଦିବାକର ମାଝୀ । ତାଙ୍କ ନିଜଗାଁ ଲଡୁଗାଁ ପଞ୍ଚାୟତ ସୁପାଡ଼ ହୋଇଥିବା ବେଳେ ସେ କିଛିମାସ ହେବ ନିଜ ଭଉଣୀଙ୍କ ଘର ଘଣ୍ଟିଗୁଡାରେ ରହୁଥିଲେ। ତେବେ କେଉଁ କାରଣ ଓ ପରିସ୍ଥିତିରେ ଯୁବକ ଆତ୍ମହତ୍ୟା କରିଛନ୍ତି ନା ହତ୍ୟା କରି କେହି ଆତ୍ମହତ୍ୟାର ରୂପ ଦେଇଛି ତାହା ପୋଲିସ ର ତଦନ୍ତ ପରେ ସ୍ପଷ୍ଟ ହେବ । ଏନେଇ ଆମପାଣି ଥାନା କେଶ ନମ୍ବର ୪/୨୨ ରେ ଏକ ଅପମୃତ୍ୟ ମାମଲା ମାମଲା ରୁଜୁ କରାଯାଇ ଅନୁସନ୍ଧାନ ଜାରି ରହିଛି ବୋଲି ଆମପାଣି ତଦନ୍ତକାରୀ ପୋଲିସ ଅଧିକାରୀ ଅକ୍ଷୟ କୁମାର ଜାଳ ସୂଚନା ଦେଇଛନ୍ତି।

Related posts

କଲେଜ ସ୍ୱର୍ଣ୍ଣ ଜୟନ୍ତୀ ପାଳନର ସ୍ଥାୟୀ ରଙ୍ଗମଞ୍ଚ ନିର୍ମାଣ ପାଇଁ ସ୍ଥାନ ନିରୂପଣ

Sunil Chandra Nayak

ପ୍ରଶାନ୍ତ କୁମାର ଶତପଥୀ ଙ୍କ କବିତା – ଶ୍ରୀରାମ ନବମୀ

Sunil Chandra Nayak

ଏ କି ପୋଲିସ ବାବୁଙ୍କ ମାନବିକତା ???

Sunil Chandra Nayak

Leave a Comment

error: Content is protected !!