ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଡ଼ିଆଳ ବ୍ଲକ ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଜିଲ୍ଲା ନିରୀକ୍ଷକ ସଂଘ ଗଠିତ

 ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ନେହେନା ଆଶ୍ରମ ବିଦ୍ୟାଳୟ ପ୍ରାଙ୍ଗଣରେ ଖଡ଼ିଆଳ ବ୍ଲକର ୭ ଗୋଟି ଆଶ୍ରମ ସେବାଶ୍ରମର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ନେଇ ଖଡ଼ିଆଳ ବ୍ଲକ କମିଟି ଚୟନ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି | ଉକ୍ତ ବୈଠକରେ ସଙ୍ଘର ନୂଆପଡା ଜିଲ୍ଲା ସଭାପତି ସୁଶୀଲ କୁମାର ପତି, ସାଧାରଣ ସମ୍ପାଦକ ଲାଇବନ ବାଗ, କୋଷାଧକ୍ଷ ପୂର୍ଣ୍ଣଚନ୍ଦ୍ର ପରିଡା, ବୋଡେ଼ନ ବ୍ଲକର ଜିଲ୍ଲା ପ୍ରତିନିଧି ଟିକେରାମ ମେହେର ପ୍ରମୁଖ ମଞ୍ଚାସିନ ଥିଲେ | ସର୍ବସମ୍ମତି କ୍ରମେ ଖଡ଼ିଆଳ ବ୍ଲକ କମିଟି ଚୟନ କରାଯାଇଥିଲା | ଖଡ଼ିଆଳ ବ୍ଲକ ସଭାପତି ଭାବରେ ପୀତବାସ ଜଗତ ହୋଇଥିବା ବେଳେ ଉପସଭାପତି ପ୍ରଦୀପ ମହାପାତ୍ର, ସମ୍ପାଦକ ଉମାକାନ୍ତ ମେହେର, ସହସମ୍ପାଦକ ମାନିନୀ ମେହେର, କୋଷାଧ୍ୟକ୍ଷ ଆଲୋକ ରଞ୍ଜନ ସୁନାନୀଙ୍କୁ ମନୋନୀତ କରାଯାଇଥିଲା | ଜିଲ୍ଲା ସଭାପତି ସୁଶୀଲ କୁମାର ପତି ଉପସ୍ଥିତ ରହି ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ସଂଘର ଉଦେଶ୍ୟ ଓ ସଭ୍ୟ, ସଭ୍ୟା ମାନଙ୍କ କର୍ତବ୍ୟ ଉପରେ ଧାରଣା ଦେଇଥିଲେ | ଶେଷରେ ରୁଦ୍ରବାଗ ଧନ୍ୟବାଦ ଅର୍ପଣ କରିଥିଲେ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

କବିତା ସାହୁ ଙ୍କ କବିତା କୁଆଁର ପୁନେଇ 

Sunil Chandra Nayak

ସନ୍ତୋଷ କୁମାର ପଣ୍ଡା ଙ୍କ କବିତା ବଢ଼ି ବାତ୍ୟାର ପିଲାଟିଏ

ରାକେଶ କୁମାର ପଟ୍ଟନାୟକ ଙ୍କ ଦେହାନ୍ତରେ ଶୋକର ଛାୟା ଖେଳିଯାଇଛି

Leave a Comment

error: Content is protected !!