ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜଗଦୀଶ ଶତପଥୀ ଙ୍କ କବିତା ଆସ ପରଂବ୍ରହ୍ମ

ଆସ ପରଂବ୍ରହ୍ମ

ଜଗଦୀଶ ଶତପଥୀ

 

ଆସ ପରଂବ୍ରହ୍ମ ଆସ,

ଗଡିଯାଉ ନନ୍ଦିଘୋଷ।

ଧୋଇଦିଅ ମୋ’ର ଦୋଷ

କରନାହିଁ ଆଉ ରୋଷ।

ଆସ ପରଂବ୍ରହ୍ମ ଆସ।୧।

ପୃଥିବୀର ତୁହି ଉତ୍ତମ ପୁରୁଷ 

ତୋର ଶ୍ରୀ ଚରଣେ ଦାସ।

ତୋର ପାଦତଳେ ଜୀବନ ଆରମ୍ଭ

ତୋର ପାଦତଳେ ଶେଷ।

ଆସ ପରଂବ୍ରହ୍ମ ଆସ।୨।

ସବୁଜିମା ଭରା ଏସାରା ଦୁନିଆଁ

ସଵୁ ତୋହଠାରେ ଵଶ।

ତୋ ବିନା ଲାଗେନା ଜୀବନ ଟା ଭଲ

ଲାଗଇ ସବୁତ ବିଷ।

ଆସ ପରଂବ୍ରହ୍ମ ଆସ।୩।

ଧରିବୁନି ଦୋଷ, କରିବୁନି ରୋଷ

ଦେଖାଥରେ ସୁନାବେଶ।

ଶ୍ରୀଚରଣ ତଳେ ଏତିକି ଗୁହାରି 

ନରହୁ ହେ ଅବଶୋଷ।

ଆସ ପରଂବ୍ରହ୍ମ ଆସ।୪।

ଚାରିଦିଗେ ଦେଖ, ନିର୍ବୋଧ ମଣିଷ

କମାଉଛି ଅପଯଶ।

ପ୍ରଭୁ ଆସ ଆସ,ହଜୁଛି ବିଶ୍ୱାସ

ଚଢି ତୁମ ନନ୍ଦିଘୋଷ।

ଆସ ପରଂବ୍ରହ୍ମ ଆସ।୫।

ଧର୍ମଶାଳା , ଯାଜପୁର

Related posts

ଥୁଆମୂଳ ରାମପୁର ପୁଲିସର ଜନସମ୍ପର୍କ ଶିବିର

Sunil Chandra Nayak

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ଜାମଦା ର ରାଜକିଶୋର ଦାସଙ୍କ ସଫଳତା

Sunil Chandra Nayak

କବିତା – ସାହିତ୍ୟ ନୁହଁଇ ଶସ୍ତା

Sunil Chandra Nayak

Leave a Comment

error: Content is protected !!