ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜଣା ଅଜଣା-: ୧୯୭୮ ମସିହା ତାଲିକା ଅନୁଯାୟୀ, ଶ୍ରୀମନ୍ଦିର ରତ୍ନଭଣ୍ଡାର ରେ ଥିଲା ଦେଢ଼ ଟନ ଓଜନର ସୁନା ଓ ରୂପା ଥିଲା ଅଢେ଼ଇ ଟନ

ଶ୍ରୀଜଗନ୍ନାଥ ଧାମ ପୁରୀ ରେ ପ୍ରତ୍ୟେକ ବର୍ଷ ରଥାରୂଢ଼ ଶ୍ରୀବିଗ୍ରହଙ୍କ ସୁନାବେଶ ଅନୁଷ୍ଠିତ ହୋଇଥାଏ। ଏହି ଦୁର୍ଲଭ ବେଶକୁ ଦର୍ଶନ କରିବା ନିମନ୍ତେ ପୁରୀ ରେ ଲକ୍ଷ ଲକ୍ଷ ଦର୍ଶନାର୍ଥି ଙ୍କ ସମାଗମ ମଧ୍ୟ ହୋଇଥାଏ।ପ୍ରତ୍ୟେକ ବର୍ଷ ମହାପ୍ରଭୁଙ୍କୁ ମହଣ ମହଣ ସୁନା ଅଳଙ୍କାର ରେ ଦର୍ଶନକରି ଭକ୍ତଙ୍କ ମହଲ ରେ ଗୋଟିଏ ପ୍ରଶ୍ନ ଉଙ୍କିମାରିଥାଏ ଯେ ପ୍ରକୃତ ରେ ମହାପ୍ରଭୁ ଙ୍କ ରତ୍ନଭଣ୍ଡାର ରେ କେତେ ପରିମାଣର ସୁନା ଅଳଙ୍କାର ରହିଛି ?

ତେବେ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଉପଲବ୍ଧ ତଥ୍ୟ ଅନୁଯାୟୀ ଶେଷ ଥର ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ଦ୍ଵାରା ୧୯୭୮ ମସିହା ମଇ ୧୩ ତାରିଖରୁ ଜୁଲାଇ ୨୩ ତାରିଖ ମଧ୍ୟରେ ଶ୍ରୀମନ୍ଦିରର ଉଭୟ ଭିତର ଓ ବାହାର ରତ୍ନ ଭଣ୍ଡାରରେ ରଖାଯାଇଥିବା ସମସ୍ତ ସାମଗ୍ରୀର ଏକ ପୂର୍ଣ୍ଣାଙ୍ଗ ତାଲିକା ପ୍ରସ୍ତୁତ କରାଯାଇଥିଲା । ସେତେବେଳେ ରାଜ୍ୟର ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟ ଥିଲେ ଓ ବିଶ୍ୱଭୂଷଣ ହରିଚନ୍ଦନ ଆଇନ ମନ୍ତ୍ରୀ ଥିଲେ। ତତ୍କାଳୀନ ରାଜ୍ୟପାଳ ଭଗବତ ଦୟାଲ ଶର୍ମା ଶ୍ରୀମନ୍ଦିର ରତ୍ନଭଣ୍ଡାର ର ଯାଞ୍ଚ ଆଦେଶ ଦେଇଥିଲେ ଓ ନିଜ ଅଧ୍ୟକ୍ଷତାରେ ଡକ୍ଟର ହରେକୃଷ୍ଣ ମହତାବ, ରାଧାନାଥ ରଥ ଙ୍କ ଭଳି ବହୁ ବିଶିଷ୍ଟ ବ୍ୟକ୍ତି ଙ୍କୁ ନେଇ ଏକ କମିଟି ଗଠନ କରିଥିଲେ। ଏହି କମିଟି ଶ୍ରୀମନ୍ଦିର ସଂସ୍କାର ପାଇଁ ବିଭିନ୍ନ ପ୍ରସ୍ତାବ ସବୁ ଦେଇଥିଲେ। ହେଲେ ସେଥିରୁ ଅଧିକାଂଶ ପ୍ରସ୍ତାବ ୫୦ ବର୍ଷ ହେବ ଫାଇଲ ତଳେ ବନ୍ଧା ହୋଇ ପଡ଼ିଛି। ସେ ସମୟରେ ଶ୍ରୀମନ୍ଦିରର ଭିତର ଓ ବାହାର ରତ୍ନ ଭଣ୍ଡାର ସାମଗ୍ରୀଗୁଡିକର ଯେଉଁ ତାଲିକା ପ୍ରସ୍ତୁତ କରାଯାଇଥିଲା ସେଥିରେ ସୁନା ଅଳଙ୍କାର ଓ ଅନ୍ୟାନ୍ୟ ଜିନିଷର ପରିମାଣ ୧୨,୮୩୧ ଭରି ଏକ ଅଣା ଏବଂ ରୁପା ବାସନ ଓ ପୂଜା ସାମଗ୍ରୀ ତଥା ଅନ୍ୟାନ୍ୟ ଜିନିଷର ପରିମାଣ ୨୨,୧୫୩ ଭରି ବୋଲି ଦର୍ଶାଯାଇଥିଲା । ଏହାବ୍ୟତୀତ ଆଉ ୧୪ଟି ସୁନା ଓ ରୁପା ସାମଗ୍ରୀ ବିଭିନ୍ନ କାରଣରୁ ଓଜନ କରାଯାଇ ପାରିନଥିବାରୁ ତାହାର ପରିମାଣ ଏହି ତାଲିକାରେ ସାମିଲ କରାଯାଇ ନଥିଲା।ତେବେ ଗୋଟିଏ ଭରିର ପରିମାଣ ୧୧.୬୬ ଗ୍ରାମ ହୋଇଥିବା ବେଳେ ମୂଲ୍ୟବାନ ପଥର ସହ ଶ୍ରୀମନ୍ଦିରର ଭିତର ଓ ବାହାର ରତ୍ନ ଭଣ୍ଡାରରେ ୧୯୭୮ ମସିହାରେ ୧୪୯ କିଲୋ ୬୧୦ ଗ୍ରାମ ସୁନା ଓ ୨୫୮ କିଲୋ ୩୦୪ ଗ୍ରାମ ରୂପା ଥିଲା ।ତେବେ ୪୪ ବର୍ଷ ପରେ ଆଜିର ଦିନରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ରେ ସୁନାରୁପା ସାମଗ୍ରୀର ପରିମାଣ ବଢ଼ିଛି କି କମିଛି ତାହା ଜଣା ନାହିଁ। ରତ୍ନଭଣ୍ଡାର ର ସ୍ଥିତି ଅନୁଧ୍ୟାନ କରିବାକୁ ହାଇକୋର୍ଟ ଙ୍କ ନିର୍ଦ୍ଦେଶ ରେ ଏକ ଟିମ୍ ଭିତରକୁ ଯାଇଥିଲେ ମଧ୍ୟ ସେ ସମୟରେ ଚାବି ନମିଳିବା ଓ ଟର୍ଚ୍ଚ ଦ୍ଵାରା ଭିତରର ସ୍ଥିତି ଯାଞ୍ଚ କରିବା ଘଟଣା ସେ ସମୟରେ ଚର୍ଚ୍ଚା ର ବିଷୟବସ୍ତୁ ପାଲଟି ଥିଲା। ପରେ ପୁରୀ ଜିଲ୍ଲାପାଳଙ୍କ ରେକର୍ଡ ରୁମ୍‍ରୁ ଏକ ଲଫାପା ଭିତରୁ ଡୁପ୍ଲିକେଟ୍‍ ଚାବି ମିଳିଥିବା କୁହାଯାଇଥିଲା । ଏ ପ୍ରସଙ୍ଗରେ ବିବାଦ ଓ ବିତର୍କ ଉପୁଜିବା ପରେ ରାଜ୍ୟ ସରକାର ସତ୍ୟାସତ୍ୟ ନିରୂପଣ ଲାଗି ଓଡ଼ିଶା ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା କମିଶନ ବସାଇ ତଦନ୍ତ କରାଇଥିଲେ ।ପୁନଶ୍ଚ ସୂଚନା ଅନୁସାରେ ପୁରୀ ଶ୍ରୀମନ୍ଦିରର ସମ୍ପୂର୍ଣ୍ଣ ରାଜ୍ୟ ଭିତରେ ୬୦,୪୧୦ ଏକର ଓ ରାଜ୍ୟ ବାହାରେ ୩୯୫ ଏକରରୁ ଅଧିକ ପରିମାଣର ଭୂସମ୍ପତ୍ତି ଥିବା ଚିହ୍ନଟ ହୋଇଥିଲେ ମଧ୍ୟ ଏଥିରୁ ଅନେକ ଜବରଦଖଲରେ ଥିବା ଜଣାପଡିଛି।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରୁ ଆସିଲା ନିମନ୍ତ୍ରଣ, ଗୋ ପୂଜନ, ଗାୟତ୍ରୀ ଓ ଗୀତାଯଜ୍ଞରେ ଯୋଗଦେବେ ମୋ ଅନୁଷ୍ଠାନ ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା

Sunil Chandra Nayak

ସବୁଠାରୁ ବଡ଼ ଅଣ୍ଡା.. ଅଣ୍ଡାଟିର ଓଜନ ରହିଛି ୨୧୦ ଗ୍ରାମ।

Sunil Chandra Nayak

ଭୁବନେଶ୍ୱର ର ଦାୟିତ୍ବ ନେଲେ ଯୁବ ଆଇପିଏସ ପ୍ରତୀକ ସିଂ

Leave a Comment

error: Content is protected !!