ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଦ୍ୟାଳୟରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ବାଲେଶ୍ଵର,୧୨/୭/୨୨- ବିଦ୍ୟାଳୟର ଏ-୧ ଛାତ୍ରଛାତ୍ରୀ ହେଲେ ସମ୍ବର୍ଦ୍ଧିତ । ସମ୍ବର୍ଦ୍ଧିତ କଲେ ବିଦ୍ୟାଳୟ ସଭାପତି ଓ ସିଆରସିସି । ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ମାଖନପୁର ପଞ୍ଚାୟତ ଭାଟପଡା ଗ୍ରାମରେ ଥିବା ସତ୍ୟଭାମା ଉଚ୍ଚ ବିଦ୍ୟାଳୟର ୫ ଜଣ ଛାତ୍ରଛାତ୍ରୀ ଯଥା ପ୍ରଶାନ୍ତ ପଣ୍ଡା(୫୬୪), ଚନ୍ଦନ ପଣ୍ଡା(୫୬, ଜଗବନ୍ଧୁ ପଲେଇ(୫୫୧), ରାଜନନ୍ଦିନୀ ରାଉତ(୫୬୫) ଓ ବର୍ଷାରାଣୀ ନାଥ(୫୪୦) ଚଳିତ ମେଟ୍ରିକ୍ ପରୀକ୍ଷାରେ ଏ-୧ ପାଇଛନ୍ତି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ କମଳାକାନ୍ତ ପାଣିଗ୍ରାହୀଙ୍କ ଦ୍ବାରା ଆୟୋଜିତ ସମ୍ବର୍ଦ୍ଧନା ସଭାରେ ସିଆରସିସି ସୁଶାନ୍ତ କୁମାର ମହାପାତ୍ର ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ପିଲାମାନେ ଯେଉଁ ଲକ୍ଷ୍ୟ ନେଇ ଆଗେଇ ଚାଲିଛନ୍ତି ଭବିଷ୍ୟତରେ ତାଙ୍କର ସମସ୍ତ ଆଶା ଆକାଙ୍କ୍ଷା ସଫଳ ହେଉ, ସମାଜରେ ସୁନାମ ଅର୍ଜନ କରନ୍ତୁ ବୋଲି ବକ୍ତବ୍ୟରେ ମଞ୍ଚାସୀନ ଅତିଥିମାନେ କହିଥିଲେ । ଏଥିରେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀ ମାନେ ଉପସ୍ଥିତ ରହି ପୂର୍ଣ୍ଣ ସହଯୋଗ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବୌଦ୍ଧ ଜିଲ୍ଲାପାଳଙ୍କ ଓସ୍ୱ।ନ ସଭାଗୃହରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ସାମୁହିକ ଶପଥପାଠ ଅନୁଷ୍ଠିତ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ମୋଟେର ଠାରେ ଶାରଦୀୟ ଦୁର୍ଗାପୂଜା ପାଇଁ ଅଧିବାସ ଓ କଳସ ଯାତ୍ରା

Sunil Chandra Nayak

Leave a Comment

error: Content is protected !!