ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନବ କୁମାର ଦାସ ଙ୍କ କବିତା ସ୍ମୃତି ଯଦି କେବେ

  ସ୍ମୃତି ଯଦି କେବେ

ସ୍ମୃତି ଯଦି କେବେ ରୁପା ର ଜହ୍ନଟେ 
ଜହ୍ନ ର କିରଣ ତୁମେ 
ଶୀତଳତା ତୁମ ହୃଦୟ ଛୁଇଁବ 
ପ୍ରୀତି ପ୍ରଣୟର ନାମେ 
ସ୍ମୃତି ଯଦି କେବେ ଗୋଲାପ ପାଖୁଡା 
ପାଖୁଡା କୋମଳ ତୁମେ 
କୋମଳତା ତୁମ ଶିହରି ଉଠିବ 
ଆରମ୍ଭ ପ୍ରେମର ନାମେ 
ସ୍ମୃତି ଯଦି କେବେ ସପନ କିଆରୀ 
କିଆରୀର ଆଶା ତୁମେ 
ଆଶା ଅସୁମାରୀ ବସା ଟେ ବାନ୍ଧିବ 
ନିରବ ସପନ ନାମେ 
ସ୍ମୃତି ଯଦି କେବେ ନଈ ର ଧାରାଟେ 
ଧାରାର ତରଙ୍ଗ ତୁମେ 
ତରଙ୍ଗ ର ଗତି ଝୁମିକି ଗାଇବ 
 ପ୍ରେମ ଝରା ଗୀତ ନାମେ 
ସ୍ମୃତି ଯଦି ହୁଏ ସମ୍ପର୍କ କାରଣ 
କାରଣ ର ରାଣ ତୁମେ 
ରାଣ ଯେ ତୁମର ରେଖା ଟେ ଟାଣିବ 
ଦୁଇ ପ୍ରେମ ପକ୍ଷୀ ନାମେ 

   ନବ କୁମାର ଦାସ

ବାଲିଆପାଳ ,ବାଲେଶ୍ୱର

Related posts

ମସୀହା ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଠିତ ପ୍ରତିଯୋଗିତା ରେ ଶ୍ରେଷ୍ଠ ବିବେଚିତ ହୋଇଥିବା ଶୁଭେନ୍ଦୁ କୁମାର ଦାସ ଙ୍କ କବିତା ମଣିଷ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

ପାଞ୍ଚ ବର୍ଷର ଝିଅ ଙ୍କୁ ଦୁଷ୍କର୍ମ ଉଦ୍ୟମ,ଜଣେ ଗିରଫ

Sunil Chandra Nayak

Leave a Comment

error: Content is protected !!