Uncategorizedନବ କୁମାର ଦାସ ଙ୍କ କବିତା ସ୍ମୃତି ଯଦି କେବେ by Sunil Chandra NayakJuly 12, 20220192 Share0 ସ୍ମୃତି ଯଦି କେବେ ସ୍ମୃତି ଯଦି କେବେ ରୁପା ର ଜହ୍ନଟେ ଜହ୍ନ ର କିରଣ ତୁମେ ଶୀତଳତା ତୁମ ହୃଦୟ ଛୁଇଁବ ପ୍ରୀତି ପ୍ରଣୟର ନାମେ ସ୍ମୃତି ଯଦି କେବେ ଗୋଲାପ ପାଖୁଡା ପାଖୁଡା କୋମଳ ତୁମେ କୋମଳତା ତୁମ ଶିହରି ଉଠିବ ଆରମ୍ଭ ପ୍ରେମର ନାମେ ସ୍ମୃତି ଯଦି କେବେ ସପନ କିଆରୀ କିଆରୀର ଆଶା ତୁମେ ଆଶା ଅସୁମାରୀ ବସା ଟେ ବାନ୍ଧିବ ନିରବ ସପନ ନାମେ ସ୍ମୃତି ଯଦି କେବେ ନଈ ର ଧାରାଟେ ଧାରାର ତରଙ୍ଗ ତୁମେ ତରଙ୍ଗ ର ଗତି ଝୁମିକି ଗାଇବ ପ୍ରେମ ଝରା ଗୀତ ନାମେ ସ୍ମୃତି ଯଦି ହୁଏ ସମ୍ପର୍କ କାରଣ କାରଣ ର ରାଣ ତୁମେ ରାଣ ଯେ ତୁମର ରେଖା ଟେ ଟାଣିବ ଦୁଇ ପ୍ରେମ ପକ୍ଷୀ ନାମେ ନବ କୁମାର ଦାସ ବାଲିଆପାଳ ,ବାଲେଶ୍ୱର