ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭାରସ୍ୟାମ ହରାଇ ଓଲଟିଲା ଟାଟା ମେଜିକ ଗାଡି ଅଳ୍ପକେ ବର୍ତିଲେ ୪ ଜଣ

ଚିଲିଗୁଡା ( ମ ନି ସ )  ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡା ପେଟ୍ରୋଲ ପମ୍ପ ନିକଟରେ ଆଜି ସନ୍ଧ୍ୟା ୬ଟା୩୦ ମିନିଟ ସମୟରେ ଟାଟା ମେଜିକ ଗାଡି ନ ଓଡ଼ି ୧୮ ଏ ୬୦୮୦ ଇଛାପୁର ଗ୍ରାମରୁ ଭବାନୀପାଟଣା ଯାଉ ଥିବା ସମୟରେ ଚିଲିଗୁଡା ପେଟ୍ରୋଲ ପମ୍ପ ନିକଟରେ ଭାର ସ୍ୟାମ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଏଥିରେ ଡ୍ରାଇଭର ସହିତ ୪ ଜଣ ଥିଲେ ।ସେଥି ମଧ୍ୟରୁ ଜଣେ ୪ ବର୍ଷର ବାଳକ ରହିଥିଲା ।ଗାଡିଟି ସମ୍ପୂର୍ଣ ଭାବରେ ଓଲଟି ପଡିଥିଲା ।ଡ୍ରାଇଭର ସାମାନ୍ୟ ଆଘାତ ହୋଇ ଥିବା ବେଳେ ଅନ୍ୟ ୩ ଜଣ ସମ୍ପୂର୍ଣ ଠିକ ଥିଲେ ।ଘଟଣା ସ୍ଥଳରେ ଚିଲିଗୁଡା ଫାଣ୍ଡି କର୍ମଚାରୀ ପହଞ୍ଚି ଡ୍ରାଇଭର ଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ପରେ ଦୁର୍ଘଟଣା ଗ୍ରସ୍ତ ଗାଡିକୁ ପୋଲିସ ଜବତ କରିଥିବା ଜଣା ପଡ଼ିଛି ।ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ରଶ୍ମି ରଞ୍ଜିତା ମିଶ୍ର(ରୋଜି) ଙ୍କ ଗଳ୍ପ ଅଭୟ ବର

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ପୁଷ୍ଟିକର ମାସ ପାଳନ ଦିବସ ଅବସରରେ ବିଶେଷ କାର୍ଯ୍ଯକ୍ରମ ମହିଳା ଓ ସ୍ବାସ୍ଥ୍ୟ –  ଶିଶୁ ଓ ଶିକ୍ଷା

Sunil Chandra Nayak

Leave a Comment

error: Content is protected !!