ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରତାପ କିଶୋର ରାଉତ ଙ୍କ କବିତା ଘାସଫୁଲ

   ଘାସଫୁଲ

       ପ୍ରତାପ କିଶୋର ରାଉତ

ଭୟରେ ହେଉ ବା ସନ୍ତର୍ପଣ ରେ ହେଉ
କେଉଁ ଅନାଦି କାଳରୁ ମୁଣ୍ଡ ଟେକି ବାଟ ଚାଲେ
ପାଦତଳେ ମକଚି ଦେବାର ଭୟ
ମୁଣ୍ଡ ଉପରେ ଡେମୋକ୍ଲିସ ଖଡ୍ଗ
ବୈଶାଖର ନାଲି ଆଖି
ଶ୍ରାବଣ ର ମେଘମନ୍ଦ୍ର ଗର୍ଜନ
ଶୈତ୍ୟର କାକର ଟୋପା ରେ
ଭାଗ୍ୟ ବଦଳାଇବାର କ୍ଷଣିକ ସୁଖ,
ଆକାଶ ର ଆଖିରେ ସ୍ୱପିଳ ରଙ୍ଗ
ପ୍ରବୋଧନା ର ନୂଆ ସକାଳ
ବଞ୍ଚିବାର ରାହା ଦିଏ ଆଗାମୀ ଦିନକୁ
ସମାଜ ର ପ୍ରତି କୋଣ ଅନୁକୋଣେ
ମରି ମରି ବଞ୍ଚିବାର ଅନାହତ ବିଶ୍ୱାସ
ରଙ୍ଗ ଭରା ସକାଳ ରେ 
ହଜାର ସ୍ବପ୍ନର କ୍ଷଣିକ ଇସାରା 
ବଞ୍ଚିବାକୁ ଯୋଗାଣ ଦିଏ ,
କିଏ ଜାଣେ ଭାଗ୍ୟ ରେ କଣ ଅଛି
ଜୀବନ ର ମାନେତ ଯନ୍ତ୍ରଣା
ଏସବୁକୁ ଦେହସୁଆ କରିବାକୁ ଚେଷ୍ଟା
ଡେଣାରେ ସଞ୍ଚିତ ବଳ କୁ 
ପରଖିବାରେ ନିୟତ ପ୍ରୟାସ
ସକାଳ ର ପ୍ରତୀକ୍ଷା ରେ ଦିନ ପରେ ଦିନ ବିତେ
ତଥାପି ଆଗାମୀ ସକାଳ କି ସ୍ୱପ୍ନ ଆଣିବ
ଦେଖୁ ଦେଖୁ ରାତି ପାହେ 
ଘାସ ଫୁଲ ହୋଇ ବଞ୍ଚିବା କଣ ସମ୍ଭବ????

ତେନ୍ତୁଳିପଦୀ , ହାଟଡ଼ିହି , କେନ୍ଦୁଝର

   

Related posts

ଓଡିଶା ଗ୍ରାମ ରୋଜଗାର ସେବକ ସଂଘର ରାଜ୍ୟସ୍ତରୀୟ ଗୁରୁତ୍ୱପୂର୍ଣ୍ଣ ବୈଠକ

Sunil Chandra Nayak

ଜୁନାଗଡ଼ ପୌର ଉପାଧ୍ୟକ୍ଷ୍ୟା ଭାବେ ହିମାଦ୍ରୀ ନାଏକ ନିର୍ଦ୍ୱନ୍ଦରେ ନିର୍ବାଚିତ

Sunil Chandra Nayak

ଲାଞ୍ଜିଗଡ଼ – ଭୁର୍ଟି ପଞ୍ଚାୟତ ସିରିଗାଁରେ ଘୋର ଜଳ ସଙ୍କଟ

Sunil Chandra Nayak

Leave a Comment

error: Content is protected !!