ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଗୋତୋମୁଣ୍ଡାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

କୋକସରା,୧୪/୭- (ମ ନି ସ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋତୋମୁଣ୍ଡା ପଞ୍ଚାୟତ ର ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ଅଠରନଲା ଠାରେ ଗୁରୁବାର ଦିନ ବିଜୁ ଯୁବ ଛାତ୍ର ଜନତା ଦଳ ଆନୁକୂଲ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଧର୍ମଗଡ ବନଖଣ୍ଡ ବେହେରା ସେକ୍ସନ ଅଧୀନରେ ରହିଥିବା ସଂରକ୍ଷିତ ଜଙ୍ଗଲରେ ଜଙ୍ଗଲ ନଷ୍ଟ ରୋକିବା ପାଇଁ ଜଙ୍ଗଲ ବିଭାଗର ମିଳିତ ଉଦ୍ୟମରେ ବୃକ୍ଷରୋପଣ ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ରୁପେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ ସମେତ ସମ୍ମାନିତ ଅତିଥି ଭାବେ କୋକସରା ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ, ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ବିଧାୟକ ପ୍ରତିନିଧି ମାନସ ରଞ୍ଜନ ବାଗ, ଆତ୍ମା ଅଧ୍ୟକ୍ଷ କୋକସରା ବ୍ଲକ ଋତୁରାଜ ମାଝୀ, କୋକସରା ଯୋନ ୧ ଜିଲ୍ଲା ପରିଷଦ ସଭ୍ୟ ଆମପାଣି ହେମନ୍ତ ମାଝୀ, ଯୋନ ୨ ତ୍ରିନାଥ ବାଗ, ଯୋନ ୩ ବୈଜୟନ୍ତି ପୁଝାରି, ଧର୍ମଗଡ ବ୍ଲକ ଜିଲ୍ଲା ପରିଷଦ ଯୋନ ୨ ପ୍ରଣବ ଭଇଁସାଲ, ଯୋନ ୩ ଶଙ୍କର ଜୁଏଡ଼, ଯୋନ ୧ ଗୋପୀ ମହାନନ୍ଦ, ବେହେରା କୃଷି ସମବାୟ ସମିତି ସଭାପତି ଭବେଶ ଗଏଁତା, ସମିତି ସଭ୍ୟା ଶାମୁକା ନାଏକ, ସରପଞ୍ଚ ପଦ୍ମିନୀ ପୁଝାରି, ଟେମରା ସରପଞ୍ଚ କ୍ଷିତିରାମ ପାତ୍ର, କୋକସରା ବିଜୁ ଜନତା ଦଳ ସଭାପତି ସୁଶାନ୍ତ କୁମାର ବେହେରା, ବିଜୁ ଯୁବ ଛାତ୍ର ସଭାପତି ମାନସ ବେହେରା ସମେତ ଛାତ୍ର ଜନତା ଦଳ ର କର୍ମକର୍ତ୍ତା, ଗୋତୋମୁଣ୍ଡା ଗ୍ରାମବାସୀ ଉପସ୍ଥିତ ରହିଥିଲେ। ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ଧର୍ମଗଡ ରେଞ୍ଜର ଭବାନୀ ଶଙ୍କର କୁଅଁର, ଫରେଷ୍ଟର ଫାଲ୍ଗୁନୀ ମେହେର, ଫରେଷ୍ଟ ଗାର୍ଡ ସୁଧାଂଶୁ ସାହୁ, ନମିତା ବାଗ ଓ ବନ କର୍ମଚାରୀ ଉପସ୍ଥିତ ରହି ବୃକ୍ଷରୋପଣରେ ସହଯୋଗ କରିଥିଲେ।

Related posts

ଦାବୀ ପୂରଣ ନହେଲେ ଆନ୍ଦୋଳନ ର ଚେତାବନୀ ଦେଲେ ବିସ୍ଥାପିତ ଜନ ପ୍ରତିନିଧି 

Sunil Chandra Nayak

ଗୋପାଳପୁର ବନ୍ଦରର ବିକାଶ ଓ ବିସ୍ତାର ପାଇଁ ବନ୍ଦର କର୍ତ୍ତୃପକ୍ଷ ଓ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ମଧ୍ୟରେ ଏକ ଚୁକ୍ତିନାମା ସ୍ବାକ୍ଷରିତ

ସରୋଜ କୁମାର ସାହୁ ଙ୍କ କବିତା ବିଧବା

Sunil Chandra Nayak

Leave a Comment

error: Content is protected !!