ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶିକ୍ଷକ ଙ୍କ ମାଡ଼ ରେ ଭାଙ୍ଗିଲା ଛାତ୍ର ର ହାତ

ଚନ୍ଦାହାଣ୍ଡି 15/7 –ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଧୋଡ଼ିପାଣି କଲ୍ୟାଣ ବିଭାଗ ଉଚ୍ଚ ବିଦ୍ୟାଳୟ ର ସହକାରୀ ଶିକ୍ଷକ ଉମେଶ ସୁନାନୀ ଙ୍କ ମାଡ଼ରେ ଜଣେ ସପ୍ତମ ଶ୍ରେଣୀ ଛାତ୍ର ର ହାତଭାଙ୍ଗିବା ଘଟଣା ଏଠାରେ ଅଭିଭାବକ ମହଲ ରେ ଚାଞ୍ଚଲ୍ୟ ଖେଳାଇ ଦେଇଛି l ଏହାକୁ ବିଭାଗୀୟ ଉଚ୍ଚସ୍ଥରୀୟ ତଦନ୍ତ ସହ ଶିକ୍ଷକ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନେବାକୁ ବିଭିନ୍ନ ମହଲରେ ଦାବୀ କରାଯାଇଛି l ପ୍ରକାଶ ଥାଉକି ଗତ 11 ତାରିଖ ରାତି 9 ଟା ସମୟ ରେ ଧୋଡ଼ିପାଣି କଲ୍ୟାଣ ବିଭାଗ ହଷ୍ଟେଲ ରେ ଆଦିତ୍ୟ ବାଘ ନାମକ ଜଣେ ସପ୍ତମ ଶ୍ରେଣୀ ର ଛାତ୍ର ଓ ଆଉ ଜଣେ ସହପାଠୀ ସହ ମାଡ଼ ଗୋଳ ହେବାରୁ, ସହକାରୀ ଶିକ୍ଷକ ଉମେଶ ସୁନାନୀ ଦୁଇ ଛାତ୍ର କୁ ବୁଝା ସୁଝା କରିବା ବଦଳ ରେ ପ୍ଲାଷ୍ଟିକ ପାଇପ ରେ ମାଡ଼ ଦେବାରୁ ଛାତ୍ର ର ବାମ ହାତରେ ମାଡ ହେବାରୁ ଆହତ ଛାତ୍ର ର ବାପା ତ୍ରିଲୋଚନ ବାଘ, ଶିକ୍ଷକ ଉମେଶ ସୁନାନୀ ଙ୍କ ନାମରେ ଚନ୍ଦାହାଣ୍ଡି ଥାନା ରେ ଗତ 14 ତାରିଖ ଦିନ ଲିଖିତ ଅଭିଯୋଗ ଦେବାରୁ ଥାନା ଅଧିକାରୀ ପ୍ରମାନନ୍ଦ ସୁନାନୀ ଉଭୟ ପାର୍ଟି କୁ ଥାନାକୁ ଡ଼କାଇ ଥିଲେ l ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରଘୁମଣୀ ଜାନି ଏବଂ କିଛି ଭଦ୍ର ବ୍ୟକ୍ତି ଙ୍କ ଉପସ୍ଥିତି ରେ ଆପୋଷ ବୁଝାମଣା ହୋଇ ଥିଲା l ରାତିରେ ଆହତ ଛାତ୍ର କୁ ପ୍ରବଳ ଯନ୍ତ୍ରଣା ହେବାରୁ ଶୁକ୍ରବାର ସକାଳୁ ଚିକିତ୍ସା ପାଇଁ ଉମରକୋଟ ଅସ୍ଥି ଶଲ୍ୟ ବିଶେଷଜ୍ଞ ଡାକ୍ତର ଏସ ସାଇ କୁମାର ଙ୍କ ପାଖକୁ ନେବାରୁ ଛାତ୍ର ର ବାମ ହାତ ଭାଙ୍ଗି ଥିବା ଜଣାପଡ଼ିଥିଲା l ଛାତ୍ର ଜଣେ ଗରୀବ ପରିବାର ହୋଇ ଥିବାରୁ ଭାଙ୍ଗି ପଡିବା ସହ ଛାତ୍ର ର ପାଠପଢା ନେଇ ଚିନ୍ତା ରେ ପରିବାର l ଘଟଣା ଟି କୁ ସମାଜସେବୀ କ୍ଷେମରାଜ ବାଘ, ଗୋବିନ୍ଦ ଜୈନ ନିନ୍ଦା କରିବା ସହ ଏହାର ଦୃଢ଼ କାର୍ଯ୍ୟନୁଷ୍ଠାନ ଦାବୀ କରିଛନ୍ତି l

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ବିଜୟ କୁମାର ଜେନା ଙ୍କ କବିତା ସକାଳର ଜଣାଣ କବି ଟିଏ ମୁହିଁ

Sunil Chandra Nayak

ବନଲକ୍ଷ୍ମୀ ମହାନ୍ତି ଙ୍କ କବିତା ପତିତପାବନ

Sunil Chandra Nayak

ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳବନ୍ଦୀ ଅଞ୍ଚଳର ଦୁଃଖ।। ଜନନୀ ଯନ୍ତ୍ରଣା ର ବିକଳ ଚିତ୍ର : ଗୁହାରି ଶୁଣିବ କିଏ ?

Sunil Chandra Nayak

Leave a Comment

error: Content is protected !!