Uncategorizedବିଦୁଲତା ବେହେରା ଙ୍କ କବିତା ଭିଜା ମାଟିର ବାସ୍ନା by Sunil Chandra NayakJuly 17, 20220160 Share0 ଭିଜା ମାଟିର ବାସ୍ନା ନିଦାଘ ଶେଷରେ ପହିଲି ବର୍ଷା ରେ ମେଣ୍ଟଇ ଧରଣୀ ତୃଷ୍ଣା ଉତପ୍ତ ଧରିତ୍ରୀ ଓଦା ହୋଇ ଗଲେ ହୁଅଇ ମଧୁର ବାସ୍ନା ଭିଜାମାଟିର ସେ ଭୁରୁଭୁରୁ ବାସ୍ନା ମନେ ଆଣେମାଦକତା ମନେପଡିଯାଏ ପିଲାଦିନ ସ୍ମୃତି ଅତୀତର ସେହି କଥା। ମଉସୁମୀ ଯେବେ ଆସଇ ଧରାକୁ ଝରଇ ବରଷା ପାଣି ଭିଜା ମାଟି ବାସ୍ନା ଉନ୍ମାଦନାଆଣେ ନିଏ ତାପାଶକୁ ଟାଣି। ନାଚିକୁଦି କେତେ ବରଷା ପାଣିରେ ନିଜକୁ ଭିଜାଇ ଦିଏ ପାଣି ଫୋଟକା କୁ ଧରିବା ପାଇଁକି ବରଷା ସୁଅରେ ଧାଏଁ। ମୋ ଗାଁ ଦାଣ୍ଡରେ ବତୁରା ମାଟିରେ ପାଦଚିପି ଚିପି ଚାଲେ କଙ୍କି ପ୍ରଜାପତି ଧରଇ ମୁଁ ନିତି ସାଙ୍ଗ ସାଥୀ ଙ୍କର ମେଳେ। ଭିଜା ମାଟି ବାସ୍ନା ପ୍ରାଣ ସଞ୍ଚରଇ ସକଳ ଜୀବ ଜଗତ କେକୀ ପୁଚ୍ଛଟେକି ନାଚଇ ବନରେ ଡାହୁକ ଗାଏ ସଙ୍ଗୀତ। ବେଙ୍ଗ ଓବେଙ୍ଗୁଲି ବାଇଦ ବଜାନ୍ତି ଝିଙ୍କାରି ସ୍ୱର ରାଗିଣୀ ଶୁକ୍ଳ ତରୁ ସବୁ ପଲ୍ଲବୀ ଉଠନ୍ତି ପାଇଣ ବରଷା ପାଣି। ଆଦ୍ର ମାଟି ମାଆ ପରଷି ଦିଅଇ ଅମୃତ ଜୀବ ଜଗତେ ନବୀନ ପୁଲକଖେଳିଯାଏ ତନୁ ମନ ମୋହି ନିଏ ସତେ। ବିଦୁଲତା ବେହେରା ଭୁବନେଶ୍ୱର , ଖୋର୍ଦ୍ଧା