ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରଜ ସୁନ୍ଦରୀ- ୨୦୨୨ ମୁକୁଟ ପିନ୍ଧିଲେ ଆନନ୍ଦପୁରର ସ୍ମୃତିରେଖା 

ଆନନ୍ଦପୁର -: କଟକର ଏକ ଘରୋଇ ଚ୍ୟାନେଲ (ସିଦ୍ଧାର୍ଥ ଟିଭି) ଦ୍ଵାରା ଆୟୋଜିତ ରିଆଲିଟି ଶୋ ରଜ ସୁନ୍ଦରୀ-୨୦୨୨ର ବିଜୟ ମୁକୁଟ ପିନ୍ଧିଛନ୍ତି ଆନନ୍ଦପୁରର ସ୍ମୃତିରେଖା ରଣା । ଓଡ଼ିଶାର ପ୍ରମୁଖ ଗଣପର୍ବ ରଜ ପର୍ବର ଅବ୍ୟବହତି ପୂର୍ବରୁ ଆରମ୍ଭ ହୋଇଥିବା ଏହି ରିଆଲିଟି ଶୋ ପାଇଁ ହୋଇଥିବା ଅଡିସନରେ ରାଜ୍ୟର କୋଣ ଅନୁକୋଣରୁ ବହୁ ସଂଖ୍ୟାରେ ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଥିଲେ । ତେବେ ସେମାନଙ୍କ ମଧ୍ୟରୁ ମାତ୍ର ୨୪ ଜଣ ପ୍ରତିଯୋଗୀ ଗାଲା ରାଉଣ୍ଡରେ ପହଞ୍ଚିଥିଲେ। ନୃତ୍ୟ, ଅଭିନୟ ଓ ରଜ ସଂସ୍କୃତି ପରମ୍ପରା ଅନୁଯାୟୀ ବିଭିନ୍ନ କଳା କୌଶଳ ପ୍ରଦର୍ଶନ ପରେ ୮ ଜଣ ପ୍ରତିଯୋଗୀ ଗ୍ରାଣ୍ଡ ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଥିଲେ। ଆଜି (ଜୁଲାଇ ୧୭)ରେ ଅନୁଷ୍ଠିତ ଫାଇନାଲରେ ଆନନ୍ଦପୁରର ସ୍ମୃତିରେଖା ରଣା ସମସ୍ତଙ୍କୁ ପଛରେ ପକାଇ ଚାମ୍ପିଅନ ହୋଇଛନ୍ତି। ଏଥିପାଇଁ ସଂପୃକ୍ତ ଚ୍ୟାନେଲ ତରଫରୁ ବିଜୟ ମୁକୁଟ ସହ ନଗଦ ଅର୍ଥରାଶି ପୁରସ୍କାର ସ୍ୱରୂପ ପ୍ରଦାନ କରାଯାଇଛି । ଭଦ୍ରକ ସ୍ଥିତ କୃଷି ବୈଷୟିକ କେନ୍ଦ୍ରର ଛାତ୍ରୀ ତଥା ଆନନ୍ଦପୁର ପୌର ପରିଷଦ ୬ ନମ୍ବର ୱାର୍ଡର ପୂର୍ବତନ କାଉନସିଲର ସୁଷମାରାଣୀ ରଣା ଓ ସୁଦର୍ଶନ ରଣାଙ୍କ ଝିଅ ସ୍ମୃତିରେଖାଙ୍କ ଏହି ସଫଳତା ସ୍ଥାନୀୟ ଅଞ୍ଚଳରେ ଖୁସି ଖେଳାଇ ଦେଇଛି।

ଆନନ୍ଦପୁର ରୁ ମଦନ ପାଣି ଙ୍କ ରିପୋର୍ଟ

 

Related posts

ରାଇରଙ୍ଗପୁରରେ ଶହୀଦ ନୁଦୁରାମ ସୋରେନ ଟ୍ରଷ୍ଟ ଆନୁକୂଲ୍ୟରେ ୭୬ ତମ ସ୍ବାଧିନତା ଦିବସ ପାଳିତ

Sunil Chandra Nayak

ପତ୍ରିକା “ଗାଁ’ର ମହକ” ଉନ୍ମୋଚନ ପାଇଁ ପ୍ରସ୍ତୁତି

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ସପନ ନଈର ତୁଠେ

Sunil Chandra Nayak

Leave a Comment

error: Content is protected !!