ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ର ବୈଠକ , ଧର୍ମଗଡ ବ୍ଲକ ର ସାଂଗଠାନିକ ନିର୍ବାଚନ

କ୍ଷେତ୍ର ମୋହନ ମାଝୀ ସଭାପତି

ଆଶିଷ ପ୍ରଧାନୀ ସମ୍ପାଦକ 

ଧର୍ମଗଡ:୧୮/୭/୨୨: ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ର ଧର୍ମଗଡ ବ୍ଲକ ସଂଘ ର ସାଂଗଠାନିକ ନିର୍ବାଚନ ଗତ କାଲି ଅନୁଷ୍ଠିତ ହୋଈଯାଇଛି । ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ସାଂଗଠାନିକ ବୈଠକ ରେ ଜିଲ୍ଲା ସଭାପତି ସୁରେନ୍ଦ୍ର ମୋହନ ଯୋଷୀ ଅଧ୍ୟକ୍ଷତା କରିଥିଲା ବେଳେ ଜିଲ୍ଲା ସମ୍ପାଦକ ଧିରେନ କୁମାର ପଟ୍ଟନାୟକ, ଜିଲ୍ଲା ଉପସଭାପତି ବୀରେନ ନାଗ, ଜିଲ୍ଲା କମିଟି ସଦସ୍ୟ ପଦ୍ମଲୋଚନ ନାଏକ, ବିଶ୍ୱଜିତ ବେହେରା ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଥିଲେ ।

 ଏହି ଅବସର ରେ ଧର୍ମଗଡ ବ୍ଲକ ସଂଘ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଧର୍ମଗଡ ବ୍ଲକ ର ମୋଟ ୬୧୩ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ମଧ୍ଯ ରୁ ପ୍ରାୟ ୪୪୩ ଜଣ ଶିକ୍ଷକ ଅଂଶ ଗ୍ରହଣ କରି ଭୋଟ ଦାନ କରିଥିଲେ । ବ୍ଲକ ସଭାପତି ଭାବେ କ୍ଷେତ୍ର ମୋହନ ମାଝୀ, ସମ୍ପାଦକ ଭାବରେ ଆଶିଷ କୁମାର ପ୍ରଧାନୀ, ନିର୍ବାଚିତ ହୋଇ ଥିବା ବେଳେ ଉପସଭାପତି ଭାବେ ଲଲିତ ନାଏକ, ସର୍କଲ ସମ୍ପାଦକ ଭାବେ ମଳୟ ବେହେରା ଓ ସୁଶିଲ କୁମାର ଚଲାନ, ସଂଯୋଜକ ଭାବେ ପ୍ରେମ ଲାଲ ଜଗତ ନିର୍ବାଚିତ ହୋଈ ଥିଲେ । ପୂର୍ବ ସଭାପତି ବଙ୍କିମ ଚନ୍ଦ୍ର ସାଗର ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ସମ୍ପାଦକ ଲୋକେଶ୍ୱର ପାରୀ ଉଦେଶ୍ୟ ଜ୍ଞାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଲଳିତ ନାଏକ ମଞ୍ଚ ପରିଚାଳନା କରିଥିବା ବେଳେ ଲୋଚନ ନାଏକ, ବିଶ୍ବମ୍ବର ବେହେରା, ଉପେନ୍ଦ୍ର ଭଇଶାଲ ଓ ରାଜକୁମାରୀ ନାଏକ କାର୍ଯ୍ୟକ୍ରମ ଆୟୋଜନ ରେ ସହଯୋଗ କରିଥିଲେ ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ

Related posts

ନୂଆଖାଇ…ଭାଇଚାରା ର ଅନନ୍ୟ ନିଦର୍ଶନ…

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ଆଶା

Sunil Chandra Nayak

Leave a Comment

error: Content is protected !!