ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଂଗ୍ରେସ ଦଳରେ ଶତାଧିକ ବିଜେପି ଓ ବିଜେଡି ଦଳର କର୍ମୀ ସାମିଲ

ଭବାନୀପାଟଣା:୧୯/୭-ମ.ନୀ.ସ:- ଆଜି ୧୯/୭/୨୦୨୨ ତାରିଖ ଦିନ ଭବାନୀପାଟଣା ସଦର ମହକୁମା ହିଲଟାଉନ୍ ଠାରେ ଥିବା ଏସଏନ୍ କନଫରେସ୍ସ ହଲରେ କଂଗ୍ରେସ ପକ୍ଷରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ବରିଷ୍ଠ କଂଗ୍ରେସ ନେତା ଶ୍ରୀଯୁକ୍ତ ହରିହର କୁମ୍ଭୀରଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀଯୁକ୍ତ ଭକ୍ତଚରଣ ଦାସ, ସମ୍ମାନିତ ଅତିଥି ଭାବେ କଂଗ୍ରେସ ଦଳର ଜିଲ୍ଲା ସଭାପତି ଶ୍ରୀ ଭାରତ ବେମାଲ, ରାଜୀବ ଗାନ୍ଧୀ ପଞ୍ଚାୟତ ରାଜ ଜିଲ୍ଲା ସଂଯୋଜକ ଶ୍ରୀ ସରୋଜ କୁମାର ବାଗ, ଶ୍ରୀ ଚାଞ୍ଚେର ମାଝୀ ପ୍ରମୁଖ ଯୋଗ ଦେଇଥିବା ବେଳେ କଂଗ୍ରେସ କର୍ମୀ ଉପସ୍ଥିତ ରହିଥିଲେ। ଏହି କାର୍ଯ୍ଯକ୍ରମ ରେ ବିଜେପି ଓ ବିଜେଡିର ଶତାଧିକ କର୍ମୀ କଂଗ୍ରେସ ଦଳରେ ସାମିଲ ହୋଇଥିଲେ।

ଭବାନୀପାଟଣା ରୁ କିଷନ କୁମାର ଶର୍ମାଙ୍କ ରିପୋର୍ଟ

Related posts

ସହିଦ ରେଣ୍ଡୋ ମାଝୀଙ୍କ ୧୬୭ତମ ସହିଦ ଦିବସ ପାଳିତ

Sunil Chandra Nayak

ସତ୍ୟ ନାରାୟଣ ମହାପାତ୍ର ଙ୍କ ଉପସ୍ଥାପନା ଜଗନ୍ମାତାଙ୍କ ଷଷ୍ଠ ସ୍ବରୂପ ମାତା କାତ୍ୟାୟନୀ

Sunil Chandra Nayak

ନିରୁପମା ପାଣି ଙ୍କ ପ୍ରବନ୍ଧ ଗଣେଶ ପୂଜା

Sunil Chandra Nayak

Leave a Comment

error: Content is protected !!