ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କେବିସି ବିଜେତା ନାମରେ ଠକେଇ ଅଭିଯୋଗ

ଚନ୍ଦାହାଣ୍ଡି -(19/7 ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ କେବିସି ବିଜେତା ନାମରେ ମହା ଠକେଇ ହେଉ ଥିବା ଅଭିଯୋଗ ହୋଇଛି I ଠକ ଦଳ ନିଜକୁ ମୁମ୍ବାଇର କହୁଥିବା ସହ ଲୋକମାନଙ୍କୁ ହ୍ୱାଟ୍ସଅପ ମେସେଜ ଏବଂ ଭଏସ କଲ ରେକଡିଂ ପଠାଇ ଟଙ୍କା ଲୁଟୁଥିବା ଅଭିଯୋଗ ହେଉଛି I ବ୍ଲକର ଅନେକ ଲୋକ ଏହି ଫାଶରେ ପଡି ସର୍ବନାଶ ହୋଇ ଲୋକଲଜ୍ୟା ପାଇଁ କିଛି କହିପାରୁନଥିବା ବେଳେ, ଅନେକ ଲୋକ ଏବେ ମୁଣ୍ଡରେ ହାତଦେଇ ବସିଛନ୍ତି I ଲୋକଙ୍କୁ ତାଙ୍କ ହ୍ୱାଟ୍ସଅପ ନମ୍ବର କେବିସି ବିଜେତା ହୋଇଥିବା କହି ଲଟେରୀ ଟିକଟ ର ଫୋଟୋ ଏବଂ ଭଏସ ରେକଡ଼ିଂ ପଠେଇ ଫୋନରେ ଯୋଗାଯୋଗ କରି ବ୍ୟାଙ୍କ ଆକାଉଣ୍ଟରେ 25 ହଜାର ପଠାଇଲେ 25 ଲକ୍ଷ ଟଙ୍କା ପୁରସ୍କାର ରାଶି ଦିଆଯିବା ସ୍ବପ୍ନ ଦେଖାଇ ଲୋକଙ୍କୁ ଠକୁଛନ୍ତି I ନିକଟରେ ଜଣେ ବରିଷ୍ଠ ସାମ୍ବାଦିକ ଓ ଶିକ୍ଷକଙ୍କୁ ଏହି ଫୋଟୋ ଓ ଫୋନକଲ ଆସିବା ପରେ ଆଶ୍ଚର୍ଯ୍ୟ ହୋଇ ଏହା ଏକ ଫ୍ରଡ଼ ବୋଲି ଭାବି କିଛି ଉତ୍ତର ଦେଇନଥିଲେ I ନାମୀ ଟିଭି ସୋ କେବିସି ନାମ ଓ ଏଥିରେ ଷ୍ଟାର ଅଭିନେତା ଅମିତାଭ ବଚନଙ୍କ ଫୋଟୋ ରହିବା ଫଳରେ ନିରୀହ ଅଶିକ୍ଷିତ ଲୋକ ଅତି ସହଜରେ ଏହି ଫାସରେ ପଡୁଛନ୍ତି I ତେବେ ଏପରି ଫୋନ କଲ କିମ୍ବା ଲଟେରୀ ଫୋଟୋ ଓ ବିଭିନ୍ନ ଲିଙ୍କ ଆସିଲେ ସଜାଗ ହୋଇ ରହନ୍ତୁ, ନଚେତ ଠକାମୀ ର ଶିକାର ହେବେ ବୋଲି ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି I

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ

 

 

Related posts

ବିଜୁ ଜନତା ଦଳ ପକ୍ଷରୁ  ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ, ୨୬ ୟୁନିଟ ରକ୍ତ ସଂଗ୍ରହ

Sunil Chandra Nayak

ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ଅବସରରେ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଏ ମତିକା ଗୀତ ସେ

Leave a Comment

error: Content is protected !!