ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

ହେ ବିଶ୍ବ ଦେବତା ଜୀବନ ସବିତା
    ଦୂର କର ଅନ୍ଧକାର
କରୁଛି ମିନତୀ ରଖି ତବ ପାଦେ
   ଘେନ ଆମ ନମସ୍କାର।
ହେ ବିଶ୍ବ ଦେବତା ବିଶ୍ବ ରକ୍ଷା କର୍ତ୍ତା
    ଜାଣ ବିଶ୍ବର ଖବର
ଭଲମନ୍ଦ କଥା ଜାଣି ସର୍ବ ଚିନ୍ତା
    ତୁମେ ଯେ ଆମ ଈଶ୍ୱର।
 ଯାହା ଦେଇଥିଲ ସବୁ ରହିଅଛି
   ଯିବ ନାହିଁ ଏସାଥିରେ
ସ୍ତୁତି ରହି ଯିବ ଚିହ୍ନଟି ପରି ସେ
    ସର୍ବ ଭାବ ଏମହୀରେ।
ଦେଇଛ ଜନମ ସଂଗ୍ରାମ କରିବା
     ହାରିବା ନଥାଏ ସ୍ଥଳ
ଶେଷ ଜୀବନରେ ତୁମ ଜପ କରିଲେ
    ଟିକେ ନିର୍ମାଲ ମୋ ବଳ।
ଭଜନ ଜଣାଣ ହରିରାମ ମନ୍ତ୍ର
    ନିତି ମନ କରି ପାଠ
ଜୀବନ ସାର୍ଥକ ହୋଇବ ସଫଳ
   ଭାଗବତ କରି ପାଠ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ଅପର୍ତ୍ତି ସେଠୀ ଙ୍କ କବିତା    ମୁଁ ସମୟ

Sunil Chandra Nayak

ବିରିକୋଟ ଗ୍ରାମରେ ମାଁ ଡୋକରୀ ଦେବୀ ଙ୍କ ଦଶହରା ପର୍ବ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!