ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜଣା ଅଜଣା.. ଆଜି ଅନ୍ତର୍ଜାତୀୟ ଚେସ୍ ଦିବସ

ଚେସ୍ ଦୁଇଜଣ ପ୍ରତିଯୋଗିଙ୍କ ମଧ୍ୟରେ ଖେଳାଯାଉ ଥିବା ପ୍ରାଚୀନ, ବୌଦ୍ଧିକ ଓ ସାଂସ୍କୃତିକ ଖେଳ ଗୁଡ଼ିକ ମଧ୍ୟରେ ଅନ୍ୟତମ। ୧୮୬୧ରେ ଏଥିରେ ‘ନିର୍ଦିଷ୍ଟ ସମୟସୀମା’ ଯୋଡ଼ି ଖେଳାଯିବା ଆରମ୍ଭ ହୋଇଥିଲା। ୨୦୧୨ ମସିହାର ଏକ ସର୍ବେକ୍ଷଣ ଅନୁଯାୟୀ ପ୍ରାୟ ୬୦୦ ନିୟୁତ ବୟସ୍କ ଲୋକ ନିୟମିତ ଚେସ୍‌ ଖେଳିଥାନ୍ତି।

୧୯୨୪ ଜୁଲାଇ ୨୦ ତାରିଖରେ ଅଲିମ୍ପିକ କ୍ରୀଡା ସମୟରେ ୱାର୍ଲଡ଼ ଚେସ୍ ଫାଉଣ୍ଡେସନ(ଏଫଡିଇଆଇ) ପ୍ରଥମେ ପ୍ୟାରିସ ଠାରେ ସ୍ଥାପିତ ହୋଇଥିଲା।୧୯୭୬ ମସିହାରୁ ପ୍ରତି ବର୍ଷ ଏହାର ପ୍ରତିଷ୍ଠା ଦିବସକୁ ଅନ୍ତର୍ଜାତୀୟ ଚେସ୍ ଦିବସ ଭାବେ ପାଳନ କରାଯାଉଛି।ଏହି ଦିନରେ ଜିଲ୍ଲା, ରାଜ୍ୟ, ଜାତୀୟ ଓ ବିଶ୍ୱ ସ୍ତରରେ ଚେସ୍ ପ୍ରତିଯୋଗିତା ଆୟୋଜନ କରାଯାଇଥାଏ। ଏଫଡିଇଆଇ ସଂସ୍ଥା ଏହାର ମୁଖ୍ୟ ପୃଷ୍ଟପୋଷକ। ଅନ୍ତଃ ରାଷ୍ଟ୍ରୀୟ ଅଲିମ୍ପିକ ସମିତି ଏଫଡିଇଆଇ କୁ ୧୯୯୯ ମସିହାରେ ଏକ ବିଶ୍ୱ ସ୍ତରର କ୍ରୀଡା ସଂଗଠନ ର ମାନ୍ୟତା ପ୍ରଦାନ କରିଛି। ଚତୁର୍ଥ ରୁ ଷଷ୍ଠ ଶତାବ୍ଦୀ ମଧ୍ୟରେ ଭାରତ ବର୍ଷରେ ଚେସ୍ ଖେଳର ଅୟମ୍ଭାରମ୍ଭ ହୋଇଥିବା କୁହାଯାଏ।ପ୍ରଥମେ ଏହାର ନାମ ଥିଲା ଚତୁରଙ୍ଗ।ଗୁପ୍ତଯୁଗ ଶାସନ କାଳରେ ଏହାର ପ୍ରଚାର ପ୍ରସାର ହୋଇଥବା କୁହାଯାଏ।ସେତେବେଳେ ରଣନୀତି ଓ ବୁଦ୍ଧିର ବିକାଶ ପାଇଁ ଚେସ୍ ଖେଳା ଯାଉଥିଲା। ଚତୁରଙ୍ଗ ବା ଚତୁରଙ୍ଗିନୀ ଶବ୍ଦ ସେନାରୁ ଆସିଥିଲା।ଯାହାର ଅର୍ଥ ଚାରୋଟି ତତ୍ୱରୁ (ଗଜ, ଅଶ୍ୱ, ରଥ ଓ ପଦାତିକ ) ନିର୍ମିତ ସେନା।ଏହା ଭାରତ ପରେ ପର୍ସିୟା ଓ ୟୁରୋପକୁ ବ୍ୟାପିଥିଲା।ଚେସ୍ ହେଉଛି ରଣ କୌଶଳ ଓ ତୀକ୍ଷଣ ବୁଦ୍ଧି ର ଖେଳ।।ପ୍ରାଚୀନ କାଳରୁ ଚେସ୍ କୁ ମାନସିକ ଶକ୍ତିର ଏକ ଖେଳ ରୂପେ ଖେଳାଯାଉଛି।ଏହା ଯେକୋୖଣସି ସ୍ଥାନ ଓ ସମୟରେ ଖେଳା ଯାଇପାରିବ। ଚେସ୍ କୁ ଭାରତରେ ଲୋକପ୍ରିୟ କରିବାରେ ଗ୍ରାଣ୍ଡ ମାଷ୍ଟର ବିଶ୍ୱନାଥନ୍ ଆନନ୍ଦଙ୍କ ବଡ଼ ଯୋଗଦାନ ରହିଛି।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ନିମ୍ନମାନର ଖାଦ୍ୟକୁ ନେଇ ଆଶ୍ରମ ବିଦ୍ୟାଳୟରେ ଉତ୍ତେଜନା

Sunil Chandra Nayak

ଜିଲ୍ଲା ସ୍ତରୀୟ ବିଶ୍ବ ବନ ଦିବସ ପାଳନ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ଗୋଡମୋଡା ଯନ୍ତ୍ର

Leave a Comment

error: Content is protected !!