ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚୋରାଚାଲାଣ କେନ୍ଦୁ ପତ୍ର ବୋଝେଇ ଟ୍ରକ ଜବତ, ୨ ଗିରଫ

  ଡାବୁଗାଁ, ୨୧/୭ ନବରଙ୍ଗପୁର ଜିଲା ଡାବୁଗାଁ ବନ ବିଭାଗ କେନ୍ଦୁପତ୍ର ଚୋରା ଚାଲାଣ ଅଭିଯୋଗରେ ଗୁରୁବାର ୨ ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି |ସୂଚନାଯୋଗ୍ୟ୍ ବୁଧବାର କେନ୍ଦୁପତ୍ର ଚୋରା ଚାଲାଣ ନେଇ ବିଶେଷ ସୂତ୍ରରୁ ଖବରପାଇ ନବରଙ୍ଗପୁର ବନଖଣ୍ଡ ଅଧିକାରୀ ପ୍ରସନ୍ନ କୁମାର ବେହେରା ଙ୍କ ନିର୍ଦ୍ଦେଶ କ୍ରମେ ପାପଡାହାଣ୍ଡି, ଡାବୁଗାଁ କେନ୍ଦୁପତ୍ର ବିଭାଗ ଓ ଡାବୁଗାଁ, ନବରଙ୍ଗପୁର (ଟେରିଟୋରି) ବନ ବିଭାଗର ଅଧିକାରୀ ମାନଙ୍କୁ ନେଇ ଏକ ସ୍ଵତନ୍ତ୍ର ଟିମ ଗଠନ କରାଯାଇଥିଲା | ଉକ୍ତ ଟିମ ମଇଦଲପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ବୁଲାବୁଲି କରୁଥିଲେ | ରାତ୍ରିରେ ହିର୍ଲି ଓ ତୁମ୍ବର୍ଲା ରାସ୍ତାରେ ଟ୍ରକ ନଂ ସିଜି ୧୭ ଏସଏସ ୪୪୫୫ କେନ୍ଦୁପତ୍ର ବୋଝେଇ କରି ଆସୁଥିବା ସମୟରେ ବନ ବିଭାଗର ସ୍ଵତନ୍ତ୍ର ଟିମ ଗାଡି କୁ ଅଟକାଇ ଯାଞ୍ଚ କରିଥିଲେ | ଏଥିରେ କେନ୍ଦୁପତ୍ର ଚୋରାଚାଲାଣ ହେଉଥିବା ଜାଣିବାକୁ ପାଇଥିଲେ | ସଙ୍ଗେ ସଙ୍ଗେ ଉକ୍ତ ଟ୍ରକ କୁ ଜବତ କରି ଡାବୁଗାଁ ବନାଞ୍ଚଳ କାର୍ଯ୍ୟ|ଳୟକୁ ଆଣିଥିଲେ | ଉକ୍ତ ଟ୍ରକରେ ଥିବା ୧୫୦ ବସ୍ତା ପ୍ରାୟ ୫୧୫୫ କିଗ୍ରା ର କେନ୍ଦୁପତ୍ର ଜବତ କରାଯାଇଥିଲା | ଏଥିରେ ସମ୍ପୃକ୍ତ ୨ ଜଣ ଙ୍କୁ ଗିରଫ କରାଯାଇଛି | ସେମାନେ ହେଲେ ଛତିଶଗଡ ରାଜ୍ୟର ବସ୍ତର ଜିଲା ର ଜଗଦଲପୁର ଅଞ୍ଚଳର ଅବଦୁଲ ସାମିଜ ଖାନ (୫୪) ଓ ବିହାର ରାଜ୍ୟର ବେତିଆ ଜିଲା ଅଧୀନ ପଶ୍ଚିମ ଚମ୍ପାରନ ଅଞ୍ଚଳର ଉପେନ୍ଦ୍ର ଯାଦବ (୩୩) | ଅଭିଯୁକ୍ତ ୨ ଜଣ ଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଛି | ଏନେଇ ଡାବୁଗାଁ ବନାଞ୍ଚଳ କାର୍ଯ୍ୟ|ଳୟ କେସ ନଂ ୫୭/୨୦୨୨-୨୩ ରେ ଏକ ମାମଲା ରୁଜୁ କରାଯାଇଛି | ଏହି ଚଢାଉ ସମୟରେ ଡାବୁଗାଁ ବନାଞ୍ଚଳ ଅଧିକାରୀ (ଟେରୀଟୋରି) ସେତୁରଞ୍ଜନୀ ଗମଙ୍ଗୋ, ନବରଙ୍ଗପୁର ଭାରପ୍ରାପ୍ତ ବନାଞ୍ଚଳ ଅଧିକାରୀ(ଟେରୀଟୋରି) ତଳିତ କୁମାର ସ୍ଵାଇଁ, ଡାବୁଗାଁ ବନାଞ୍ଚଳ ଅଧିକାରୀ (କେନ୍ଦୁପତ୍ର) ଖଗପତି ପୂଜାରୀ, ପାପଡାହାଣ୍ଡି ଭରପ୍ରାପ୍ତ ବନାଞ୍ଚଳ ଅଧିକାରୀ (କେନ୍ଦୁପତ୍ର) ଗବାରୁ ଭତ୍ରା, ମଇଦଲପୁର ବନପାଳ (ଟେରୀଟୋରି) ଉମାକାନ୍ତ ପଟ୍ଟନାୟକ ଓ ସମସ୍ତ ବନରକ୍ଷୀ ମାନେ ସାମିଲ ଥିଲେ |

ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡା ଙ୍କ ରିପୋର୍ଟ

 

Related posts

ସମବେଦନା ସହ ଆଶୁ ଆରୋଗ୍ୟ କାମନା କଲା ଜିଲ୍ଲା କଂଗ୍ରେସ ଟିମ୍ 

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ ପ୍ରାର୍ଥନା

Sunil Chandra Nayak

ଶିକ୍ଷକ ମାନବିକତା ଦେଖାଇଲେ…

Leave a Comment

error: Content is protected !!