ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ କବିତା ସ୍ୱାର୍ଥପର

    ସ୍ୱାର୍ଥପର 

      ରାଗ (ବଙ୍ଗଳାଶ୍ରୀ )
ଏ ଦୁନିଆଁ ଭାଇ ବଡ ସ୍ୱାର୍ଥପର
      ବିଶ୍ୱାସରେ ବିଷଭରି
ଦିଅନ୍ତି ଘାତକେ ମଧୁରବଚନ
      ତୁମ୍ଭ ଅଗ୍ରେକହି କରି |1|
ଗିଲିଟି ଦେଖାଇ ସୁନାକହିଥାନ୍ତି
      ସ୍ୱାର୍ଥପର ପ୍ରିୟହୋଇ
ବିଛୁଆତି ପତ୍ର ଦେଖାଇ କହନ୍ତି
      ତୁଳସୀ ଦେଇଛି ଥୋଇ |2|
ବେଇମାନ ମାନେ ଜୀବନୁ ମାରନ୍ତି
        ସାଧୁରୂପେ ଶୟିତାନ
ଯେତେ କାନ୍ଦିଲେବି ନଶୁଣନ୍ତି କିଛି
      ବୁଝିଥାନ୍ତି ଆଖିକାନ |3|
ଦୁନିଆଁରେ ଯେତେ ବନ୍ଧୁଓ ବାନ୍ଧବ
      କିମ୍ବା ସହୋଦର ଭାଇ
ଟାକିରହିଛନ୍ତି ବିଷ ଦେବାପାଇଁ
      ନମିଳଇ ଲବେ ତ୍ରାହି |4|
ମୋଜୀବନେ ଯାହା ଘଟିଅଛି ଆଜି
      ବଖାଣୁଛି ତାହା ଶୁଣ
ସ୍ୱାର୍ଥପର ଲୋକ ପ୍ରକୃତି କିପରି
     ଅନ୍ତରର ଖଳ ଗୁଣ |5|
ମାଇନର ଠାରୁ ହାଇସ୍କୁଲ ଯାଏ
     ଗଢ଼ିଅଛି ନିଜହାତେ
କାମଶେଷ ପରେ ମାଡମାରିମୋତେ
     କନ୍ଦାଇଲେ ସ୍ଵାର୍ଥୀ କେତେ |6|
ତୁଳସୀ ବୋଲିମୁଁ ଯାହାକୁ ରଖିଲି
       ପାଲଟିଲେ ବିଛୁଆତି
କୁଣ୍ଡାଇ କୁଣ୍ଡାଇ ଦିନସରେ ନାହିଁ
     ଛାତିରେ ଭୂଷନ୍ତି କାତି |7|
ଦୃଷ୍ଟିପଥ ମୋର ଯେତେଦୂର ପଡେ
      ଦେଖେଖାଲି ସ୍ୱାର୍ଥପର
ଶରୀରରୁ ମୋର ପ୍ରାଣ ନେବାପାଇଁ
      ହେଉଛନ୍ତି ହରବର |8|
ମାଷ୍ଟରଙ୍କଠାରୁ ପିଅନ ପର୍ଯ୍ୟନ୍ତ
      ବିଶ୍ୱାସରେ ବିଷଢାଳି
ସମ୍ମୁଖେ କହନ୍ତି ମଧୁର ବଚନ
      ପଛରେ ଦିଅନ୍ତି ଗାଳି |9|
ମଧୁରେ ମଧୁରେ ହାସଲ କରନ୍ତି
      ମୋହଠାରୁ ଯେତେକାମ
ପଶ୍ଚାତରେ କିନ୍ତୁ କାଟିଥାନ୍ତି ଚେର
      ପାଲଟନ୍ତି ବଡବାମ |10|
ସଂସାର ସାଗରେ ଚଳିବାଟା କଷ୍ଟ
       ବହୁରୂପୀ ଖାଲି ନର
ଚାହୁଁଚାହୁଁ ଲୋକେ ବଦଳାନ୍ତି ରୂପ
      ବିଶ୍ଵରୂପ ଧରେ ନର |11|
ସ୍ୱାର୍ଥପର ଲୋକ ବିଷଜ୍ୱାଳା ସହି
      ପାରୁନାହିଁ ଆଉ ଭାଇ
ମୋର ନିଜଭାଇ ଏପରି ମାରୁଛି
      ତାହାର ତୁଳନା ନାହିଁ |12|
ରାଜନୀତି ଭାଇ ହେଲାଣି ଜଟିଳ
       ପଶିଲେଣି ସ୍ୱାର୍ଥପର
ସୁଯୋଗ ପାଇଲେ ସବୁ ଗିଳିଥାନ୍ତି
       ନବିଚାରି ସୁଵିଚାର |13|
ସମାଜେ ଚିହ୍ନିବା ସହଜ ନୁହଁଇ
       କିଏ ସାଧୁ କିଏ ଚୋର
ସ୍ୱାର୍ଥପର ଲୋକ ପାଖେ ପାଖେଥାନ୍ତି
        ବାହାପିଆ ଚକ୍ମଚୋର |14|
ବୋଲେ ବିଦ୍ୟାଧର ସରଳ ପାଇଁତ
       ଥାଏ କେତେ ହଳାହଳ
ସ୍ୱାର୍ଥବାଦୀ ତାହା ଖଞ୍ଜି ଦେଇଥାନ୍ତି
        ପ୍ରାଣନାଶେ ଅବିରଳ |15|

ଶ୍ରୀ ବିଦ୍ୟାଧର ମହାନ୍ତ,

ତମ୍ବାହରା ,ହରିଚନ୍ଦନପୁର, କେନ୍ଦୁଝର

Related posts

ରାୟଗଡ ଜିଲ୍ଲା ସ୍ତରୀୟ ୭୬ତମ ସ୍ବାଧୀନତା ଦିବସ ପାଳିତ

Sunil Chandra Nayak

ଏକ୍ସ କ୍ୟାଡ଼ର ଶିକ୍ଷକ ସଂଘ ପକ୍ଷରୁ ଅପରାଜିତା ଷଡଙ୍ଗୀ ଙ୍କୁ ସାକ୍ଷାତ

Sunil Chandra Nayak

ମନୋଜ ରଥ ଙ୍କ କବିତା ଆଜି ଯେବେ…..

Sunil Chandra Nayak

Leave a Comment

error: Content is protected !!