ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଳାସିନୀ ପୃଷ୍ଟି ଙ୍କ କବିତା ଜ୍ୟୋତି ତୁମେ ଦ୍ରୌପଦୀ ମୁର୍ମୁ

ଜ୍ୟୋତି ତୁମେ ଦ୍ରୌପଦୀ ମୁର୍ମୁ

ଅକ୍ଷାତ ପଲ୍ଲୀରୁ ପ୍ରଖ୍ୟାତ ହୋଇଲେ
ଛୁଇଁଲ ସର୍ବୋଚ୍ଚ ସ୍ଥାନ
ଓଡିଶା ମଉଡମଣି ହେ ଦ୍ରୌପଦୀ
ଓଡ଼ିଶାର ସ୍ୱାଭିମାନ
ସର୍ଵ ଶ୍ରେଷ୍ଠ ଗଣତାନ୍ତ୍ରିକ ଦେଶ ର
ପଞ୍ଚଦଶ ଶ୍ରେଷ୍ଠ ସ୍ଥାନ
ଓଡ଼ିଶାର ଗର୍ବ ଗୌରବ ଆଣିଲ
ନାରୀ ଜାତି ର ସମ୍ମାନ
ରାଇରଙ୍ଗପୁର ଅଖ୍ୟାତ ପଲ୍ଲୀ ରୁ
ରାଇସିନା ଅଧିକାର
ଜୀବନ ଆରମ୍ଭ ସଂଘର୍ଷେ ଗଢ଼ିଲ
ଶେଷ ଛୁଇଁ ଶୀର୍ଷକର
ଗର୍ବକରେ ଗ୍ରାମ ସାଙ୍ଗସାଥି ମେଳ
ଗର୍ବକରେ ମାଟି ମାଆ
ପଙ୍କରୁ ବାହାରି ପଦ୍ମଫୁଲ ପରି
ରଖିଲ ଓଡିଶା ନାଆଁ
ଗୌରବ ବିସ୍ତାରି ଅମ୍ଳାନ ପ୍ରତିଭା
ରଖିଲ ଓଡିଶା ଜ୍ୟୋତି
ସ୍ୱର୍ଣାକ୍ଷରେ ଲିପିବଦ୍ଧ ହୋଇଗଲା
ତୁମର ଅମ୍ଳାନ କୀର୍ତ୍ତି
ଗୌରବ ଓଡିଆ ଜାତି
ଜଣାଏ କୋଟି ପ୍ରଣତି ll

ବିଳାସିନୀ ପୃଷ୍ଟି

ଭୁବନ ଢ଼େଙ୍କାନାଳ 

Related posts

ଖଡ଼ିଆଲ ହେଲଥକ୍ଲବ ସଦସ୍ୟ ଙ୍କ ଦ୍ବାରା ମାନସିକ ଗ୍ରସ୍ତ ଙ୍କ  ଶେଷ କୃତ୍ୟ

ବିଦ୍ୟାଧର ମହାନ୍ତ ଙ୍କ କବିତା ବାପା

ଶ୍ରୀନିବାସ ପଣ୍ଡାଙ୍କ କବିତା ନୃସିଂହ ଚତୁର୍ଦ୍ଦଶୀ

Leave a Comment

error: Content is protected !!