ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାଧ୍ୟମିକ ସ୍କୁଲ ଶିକ୍ଷକ ନିଯୁକ୍ତି ମାମଲା, ସମସ୍ତ ମାମଲା ଖାରଜ କଲେ ମାନ୍ୟବର ହାଇକୋର୍ଟ , ନିଯୁକ୍ତି ପାଇବେ ୧୧ ହଜାର ୪୦୩ ଶିକ୍ଷକ

ଏହି ପଦବି ପୂରଣ ବେଳେ ୫୦ ପ୍ରତିଶତ ସଂରକ୍ଷଣ ନିୟମରେ ଉଲ୍ଲଙ୍ଘନ ହୋଇନି ବୋଲି କୋର୍ଟ କହିଛନ୍ତି

ମାଧ୍ୟମିକ ସ୍କୁଲ ଶିକ୍ଷକ ନିଯୁକ୍ତି ମାମଲା । ସମସ୍ତ ମାମଲା ଖାରଜ କଲେ ହାଇକୋର୍ଟ । ଏବେ ରାଜ୍ୟରେ ବିଭିନ୍ନ ମାଧ୍ୟମିକ ବିଦ୍ୟାଳୟରେ ଖାଲି ପଡିଥିବା ୧୧ ହଜାର ୪୦୩ ଜଣ ଶିକ୍ଷକ ନିଯୁକ୍ତି ପାଇବାର ବାଟ ଫିଟିଛି । ପୂର୍ବରୁ ଚୟନ ପ୍ରକ୍ରିୟାରେ ଯୋଗ୍ୟ ଶିକ୍ଷକଙ୍କୁ ମେରିଟ୍ ଲିଷ୍ଟ ପ୍ରକାଶ ପାଇ ସାରିଥିଲା । କିନ୍ତୁ ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ମାମଲା ଦାୟର ହୋଇଥିଲା। ପରେ କୋର୍ଟ ମେ ୧୯ରେ ନିଯୁକ୍ତି ପ୍ରକ୍ରିୟା ଉପରେ ରହିତାଦେଶ ଲଗାଇଥିଲେ । ଗୁରୁବାର ଏହି ପ୍ରସଙ୍ଗରେ ହାଇକୋର୍ଟ ଶୁଣାଣି କରି ସମସ୍ତ ରହିତାଦେଶ ହଟାଇ ଦେଇଛନ୍ତି ।ଏଥିସହ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ହାଇକୋର୍ଟ ତାଙ୍କ ରାୟରେ କହିଛନ୍ତି, ନିୟମ ଅନୁସାରେ ପୂର୍ବବର୍ଷ ଖାଲି ରହିଥିବା ପଦବୀର ସଂରକ୍ଷଣ ସେହି ବର୍ଷ ଆଧାରରେ ରାଜ୍ୟ ସରକାର ପୃଥକ ଭାବେ ବିଜ୍ଞପ୍ତି ପ୍ରକାଶ କରିପାରିବେ । ତେଣୁ ଏହି ପଦବି ପୂରଣ ବେଳେ ୫୦ ପ୍ରତିଶତ ସଂରକ୍ଷଣ ନିୟମରେ ଉଲ୍ଲଙ୍ଘନ ହୋଇନି ବୋଲି କୋର୍ଟ କହିଛନ୍ତି । ଏଥିସହ ପୂର୍ବ ଏବଂ ଚଳିତ ବର୍ଷକୁ ମିଶାଇ ରାଜ୍ୟ ସରକାର ୧୧ ହଜାର ୪୦୩ଟି ପଦବୀ ପୂରଣ ଲାଗି ରହିଥିବା ସଂରକ୍ଷଣ ନୀତିରେ ତ୍ରୁଟି ନାହିଁ ବୋଲି ସରକାର କହିଛନ୍ତି ।

ମାମଲାର ବିବରଣୀରୁ ପ୍ରକାଶ ଯେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ସରକାରୀ ମାଧ୍ୟମିକ ବିଦ୍ୟାଳୟ ଗୁଡିକରେ ଖାଲି ପଡ଼ିଥିବା ଶିକ୍ଷକ ପଦ ପୂରଣ ପାଇଁ ପଦ ୨୦୨୧, ଡି‌‌ସେମ୍ବର ୧୪ରେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଏହାପରେ ଜିଲ୍ଲାୱାରୀ ଖାଲି ପଡ଼ିଥିବା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ପଦବି ଆଧାରରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୨୦୨୧, ଡିସେମ୍ବର ୨୩ର ଏହି ବିଜ୍ଞପ୍ତିରେ ଟିଜିଟି ଆର୍ଟସ, ଟିଜିଟି ସାଇନ୍ସ , ଟିଜିଟି ସାଇନ୍ସ, ହିନ୍ଦୀ, ସଂସ୍କୃତ, ତେଲୁଗୁ ଶିକ୍ଷକ ଓ ଶାରୀରିକ ଶିକ୍ଷା ଶିକ୍ଷକ ପଦରେ ନିଯୁକ୍ତି ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ନିକଟରୁ ଦରଖାସ୍ତ ଆହ୍ବାନ କରାଯାଇଥିଲା । ମୋଟ ୧୧୪୦୩ଟି ପଦରେ ଚୁକ୍ତିଭିତ୍ତିକ ନିଯୁକ୍ତି ଦିଆଯିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିଲା ।

ପ୍ରାର୍ଥୀଙ୍କ ନିର୍ଦ୍ଧାରିତ ଶିକ୍ଷାଗତ ଯୋଗ୍ୟତା, ବୟସ, ସଂରକ୍ଷଣ ସଂକ୍ରାନ୍ତରେ ବିଜ୍ଞପ୍ତିରେ ଉଲ୍ଲେଖ କରାଯିବା ସହିତ ପରୀକ୍ଷା କେମିତି ହେବ ସ୍ପଷ୍ଟ କରାଯାଇଥିଲା। ଏହି ବିଜ୍ଞପ୍ତି ଓଡିଶା ରିଜରଭେସନ ଅଫ ଭାକାନ୍‌ସିଜ ଆକ୍ଟ ଅନୁସାରେ ହୋଇ ନଥିବା ତଥା କମ୍ପ୍ୟୁଟର ବେସଡ୍ ‌ ଟେଷ୍ଟ ପାଇଁ ପାସ ମାର୍କ ଆଗୁଆ ଧାର୍ଯ୍ୟ କରାଯାଇ ନଥିବା ଅଭିଯୋଗ କରି ହାଇକୋର୍ଟରେ ଏକାଧିକ ମାମଲା ଦାୟର ହୋଇଥିଲା। ଏଥିସହିତ ସିବିଟି ପରିଚାଳନା ଦାୟିତ୍ବ କଳା ତାଲିକାଭୁକ୍ତ ସଂସ୍ଥାକୁ ଦିଆଯାଇଥିବା ଅଭିଯୋଗ ହୋଇଥିଲା । ଏପରି କାରଣରୁ ବିଜ୍ଞପ୍ତି ରଦ୍ଦ କରାଯିବା ଉଚିତ ।

ଏଥିସହିତ ସ୍ବଚ୍ଛ ଓ ନିରପେକ୍ଷ ଉପାୟ ଅବଲମ୍ବନ କରାଯାଇ ନଥିବାରୁ ଅନୁଷ୍ଠିତ ପରୀକ୍ଷା ଓ ଫଳାଫଳକୁ ଅସିଦ୍ଧ ଘୋଷଣା କରାଯାଉ ବୋଲି ଆବେଦନକାରୀଙ୍କ ତରଫରୁ ହାଇକୋର୍ଟରେ ଦର୍ଶାଯାଇଥିଲା। ସରକାର ମନ୍ଦ ଉଦ୍ଦେଶ୍ୟ ରଖି ସିବିଟିରେ ପାସ୍ ପାଇଁ ବିଜ୍ଞପ୍ତିରେ କୌଣସି ନମ୍ବର ଧାର୍ଯ୍ୟ କରି ନଥିଲେ। ଏଥିସହିତ ସାମାଜିକ ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ହେଉଥିବାରୁ ଏହି ବିଜ୍ଞପ୍ତି ବେଆଇନ ବୋଲି ଦର୍ଶାଯାଇଥିଲା।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଆଧୁନିକ ଓଡ଼ିଶାର ସ୍ଥପତି ବିଜୁବାବୁ ଙ୍କ ତିରୋଧାନ ଦିବସ ପାଳିତ

Sunil Chandra Nayak

ଗୁମାଗଡ଼ ବାର୍ଷିକତ୍ସବ ଅନୁଷ୍ଠିତ: କାଲିର ବନ୍ଧନ କଳା ଚନ୍ଦନ ସାମାଜିକ ନାଟକ ମଞ୍ଚସ୍ଥ

କବିତା – ଭାବ ଭକ୍ତି

Sunil Chandra Nayak

Leave a Comment

error: Content is protected !!