Uncategorizedଶ୍ରୀମତୀ ମିନତି ମିଶ୍ର ଙ୍କ କବିତା ମେଘ ମାଳା by Sunil Chandra NayakJuly 22, 20220115 Share5 ମେଘ ମାଳା ମେଘ ମାଳା ନେଇ ଆସିଲା ଶ୍ରାବଣ ଘମାଘୋଟ ଅନ୍ଧକାର ଝୁଲଣା ରେ ଝୁଲି ଝୁଲା ସଵାରୀ ରେ ବରଷିଲା ମେଘ ଝର ଝର ବିଜୁଳି ମାରିଲା ବାରମ୍ବାର ଚମାକାଇ ଦେଇ ଏ ଧରଣୀ କୁ ତା ଆଲୋକରେ କଲା ଆଲୋକିତ କ୍ଷିପ୍ର ଗତିରେ ଚାଲିଯାଏ ପୁଣି ନିମିଷେକ ପାଇଁ ଦେଇ ଆଲୁଅର ଗାର ଘଡ ଘଡ କରି ଘଡ ଘଡ ଛାଡି ଦିଏ କରି ରଡି ସତେ କି ଆକାଶ ଟା ଯିବ ଛିଡ଼ି ଶୁଷ୍କ ତରୁ. ଲତା ଚାତକ ପରାୟେ ଚାହିଁ ରହିଥିଲେ ବିସ୍ଥାପିତ ମନ ନେଇ ହରା ଭରା. ହେବ ପୃଥିବୀ ରାଣୀ ପ୍ରସ୍ଫୁଟିତ ହେବ ତେଜ ବାରିଣୀ ଉଲ୍ଲସିତ ହୋଇ ଜୀବଗଣ ଆତ୍ମ ହରା ହୋଇ ବିମୋହିତ ମନେ ଲାଗିଗଲେ ସର୍ବେ କର୍ମେ ହୋଇଣ ବିଭୋର କର୍ମେ ଆଗଭର ଚତୃ ପାଶେ ଜଳର ଆବର ଝୀଂଟିକା ର ଝି ଝି ଶବ୍ଦ ବେଙ୍ଗ ର କେଭେ ରଡି ସବୁଜିମା ଦିଶେ କ୍ଷେତ ସୁନ୍ଦର ଧରଣୀ ସବୁଜ ଶାଢୀରେ ଓଢଣା ଟା ଦେଲା ଟାଣି ଉତ୍ତପ୍ତ ଧରଣୀ ହୋଇଲା ଶାନ୍ତ ମେଘମାଳା ବୋଲିଲା ଗୀତ ଶ୍ରୀମତୀ ମିନତି ମିଶ୍ର ଦୋଳମଣ୍ଡପ ସାହି , ପୁରୀ