ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଇଟିସି ଏମ୍.ଏସ୍.କେ – ମିଶନ ଜୀବିକା ଆଇଟିଡିଏ ପକ୍ଷରୁ କର୍ମଶାଳା ଓ ପ୍ରଶିକ୍ଷଣ ଶିବିର

ଭବାନିପାଟଣା / ଲାଞ୍ଜିଗଡ଼ -:   କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବିଶ୍ଵନାଥପୁର ଅଧିନସ୍ଥ ବ୍ଲକ କନଫରେନ୍ସ ହଲ୍ ଠାରେ ଆଇଟିସି ମିଶନ୍ ସୁନେହେରା କଲ୍ ପ୍ରକଳ୍ପ ଏବଂ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଆଇଟିଡିଏ ଆନୁକୁଲ୍ୟରେ ସ୍ୱେଚ୍ଛା ସେବି ସଂଗଠନ ମାନବ ଅଧିକାର ସେବା ସମିତି ମାସ୍ ପକ୍ଷରୁ ଏକ ଦିବସୀୟ କର୍ମଶାଳା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆଦିବାସୀ ଅଧ୍ୟୁଷିତ ଲାଞ୍ଜିଗଡ ବ୍ଲକର ୧୪ ଟି ଗ୍ରାମରୁ ମୋଟ ଷାଠିଏ ଜଣ ଅଗ୍ରଣୀ ଚାଷୀ ଅଂଶଗ୍ରହଣ କରି ପନିବାରିବା ଫସଲରେ କିଭଳି ବୈଜ୍ଞାନିକ କୃଷି ପଦ୍ଧତି ଅବଲମ୍ବନ କରି ଉତ୍ପାଦନରେ ଅଭିବୃଦ୍ଧି ହେବା ଏବଂ ନିଜର ଜୀବିକାକୁ ସ୍ବାବଲମ୍ବୀ କରିବା ସେ ନେଇ ତାଲିମ୍ ପ୍ରଦାନ କରାଯାଇଥିଲା ।ପ୍ରକଳ୍ପ ସଂଯୋଜକ କିରଣ କୁମାର୍ ଦାସ ଓ ପ୍ରଦ୍ୟୁମ୍ନ କୁମାର ସା କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ବିବରଣୀ ପ୍ରଦାନ କରି ଆଗାମୀ ଦିନରେ କେମିତି ଗ୍ରାମ୍ୟ ସ୍ତରରେ ପ୍ରଶିକ୍ଷଣ କାର୍ଯ୍ୟ ତ୍ୱରାନ୍ୱିତ କରାଯିବ ସେ ନେଇ ମତ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ କମଳା ପାତ୍ର, ସମ୍ମାନିତ ଅତିଥି ରୂପେ ଲାଞ୍ଜିଗଡ ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଜିତେନ୍ଦ୍ର କୁମାର ମିଶ୍ର, ଜିଲ୍ଲା ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ଶ୍ରୀଯୁକ୍ତ କିଶୋର କୁମାର ମହାଲିଙ୍ଗ ଏବଂ ଆଇଟିଡିଏ ଏସ୍.ଏମ୍.ଏସ୍ ଶ୍ରୀଯୁକ୍ତ ରବୀନ୍ଦ୍ର ଗୁମାନସିଂ ଯୋଗ ଦେଇଥିଲେ ।ଏଥିରେ ଗୋଷ୍ଠି ସଂଯୋଜକ କୁବେର ବୁଡେକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଭୋଲାମଣି ବାଗ୍, ଉମାକାନ୍ତ କଟା ଏବଂ ସ୍ବେଚ୍ଛାସେବୀ ସଂସ୍ଥାର କର୍ମକର୍ତ୍ତା ବୃନ୍ଦ କାର୍ଯ୍ୟକ୍ରମ ସମ୍ପାଦନରେ ସହଯୋଗ କରିଥିଲେ ।

କିଶନ ଶର୍ମା ଙ୍କ ରିପୋର୍ଟ

Related posts

ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା

Sunil Chandra Nayak

ଲାଞ୍ଜିଗଡ-: ରାବଣଦରୋ ସମିକ୍ଷା ବୈଠକରେ ଡିଏଫଓ ଓ ରେଞ୍ଜର ଯୋଗ ନ ଦେବା ନେଇ ବିଧାୟକଙ୍କ ଅସନ୍ତୋଷ

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ସ୍ବପ୍ନ ଦେବତା

Sunil Chandra Nayak

Leave a Comment

error: Content is protected !!