ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆନନ୍ଦପୁର ବିଜେପି ଯୁବମୋର୍ଚ୍ଚା ସଭାପତି ହେଲେ ସମ୍ବିତ

ଆନନ୍ଦପୁର ବିଜେପି ନଗର ଯୁବମୋର୍ଚ୍ଚା ସଭାପତି ନିଯୁକ୍ତି କରାଯାଇଛି। ୧୩ ନମ୍ବର ୱାର୍ଡ କାଉନସିଲର ସମ୍ବିତ ଦାସଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ଆଜି ବିଜେପି ନଗର ମଣ୍ଡଳ ବୈଠକ ଅବସରରେ ଏହି ଦାୟିତ୍ୱ ପ୍ରଦାନ କରାଯାଇଥିବା ବରିଷ୍ଠ ବିଜେପି ନେତା ଭଗବାନ ସାହୁ ସୂଚନା ଦେଇଛନ୍ତି। ସମ୍ବିତଙ୍କ ନେତୃତ୍ୱରେ ବିଜେପି ଯୁବମୋର୍ଚ୍ଚା ଆନନ୍ଦପୁର ନଗରରେ ଅଧିକ ମଜବୁତ୍ ଓ କ୍ରିୟାଶୀଳ ହେବ ବୋଲି ଦଳ ପକ୍ଷରୁ କୁହାଯାଇଛି। ଏ ନେଇ ଯୁବମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଯଜ୍ଞ ପ୍ରସାଦ, ବରିଷ୍ଠ ନେତା ମହେଶ୍ୱର ସାହୁ, ରାମଚନ୍ଦ୍ର ସାହୁ, ଜିଲ୍ଲା ଉପସଭାପତି ନିରାକାର ଦଳାଇ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଆଲୋକ ସେଠୀ ପ୍ରମୁଖ ସମ୍ବିତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଆନନ୍ଦପୁର ରୁ ମଦନ ପାଣି ଙ୍କ ରିପୋର୍ଟ

Related posts

ଶ୍ରୀମତୀ ପ୍ରିୟଦର୍ଶିନୀ ମିଶ୍ର ଙ୍କ କବିତା ମାଟି ମଟାଳର ମଣିଷ

Sunil Chandra Nayak

ସାମ୍ବାଦିକଙ୍କୁ ପୋଲିସର ଆକ୍ରମଣ ଘଟଣା – ମୁଖ୍ୟମନ୍ତ୍ରୀ ଓ ପୋଲିସ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ କଲା ଚନ୍ଦାହାଣ୍ଡି ସାମ୍ବାଦିକ ସଂଘ  

Sunil Chandra Nayak

ବିଜୁଳିର ଲୁଚକାଳି ଖେଳ, ଲୋକେ ଅତିଷ୍ଠ ଜନଜୀବନ ଅସ୍ତବ୍ୟସ୍ତ

Leave a Comment

error: Content is protected !!