ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରୋଟାରୀ କ୍ଲବ ଷ୍ଟିଲ ସିଟି ତରଫରୁ ବନମହୋତ୍ସବ ସପ୍ତାହ ପାଳନ

ରାଉରକେଲା/ ରାଉରକେଲା ରୋଟାରୀ କ୍ଲବ ରାଉରକେଲା ଷ୍ଟିଲ ସିଟି ର ସଭାପତି ରୋଟାରୀଆନ ଆନାବେଲ ଡିସୌଜାଙ୍କ ନେତୃତ୍ଵରେ କୋଏଲନଗର ବି ବ୍ଲକ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଠାରେ ବନମହୋତ୍ସବ ଉପଲକ୍ଷେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଆରଇସି କ୍ଲଷ୍ଟରର ସିଆରସିସି ସିପ୍ରା ସାହୁ, ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ସୀମାଶ୍ରୀ ମିଶ୍ର ଓ ବରିଷ୍ଠ ଶିକ୍ଷୟିତ୍ରୀ ମନୋରମା ବେହେରା,ଗୀତା ମିଶ୍ର ଓ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଗଣ ଉପସ୍ଥିତ ରହି ବିଭିନ୍ନ ପଂଳଗଛର ଚାରା ରୋପଣ କରିଥିଲେ। ଉପସ୍ଥିତ ଅତିଥି ଗଣ ବୃକ୍ଷରୋପଣ ର ଉପକାରିତା ଓ ଉପାଦେୟତା ସଂପର୍କରେ ବକ୍ତବ୍ଯ ରଖିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ରୋଟାରୀଆନ ସର୍ବଶ୍ରୀ ଆଲେକଜାଣ୍ଡାର ଡିସୌଜା,ଏଜି ସୁଚିସ୍ମିତା ବିଶ୍ବାସ,ଅର୍ଚ୍ଚନା ମହାନ୍ତି,ସଂଜୟ ମହାନ୍ତି,ପୁନମ କାପୁର, କାବେରୀ ବାନାର୍ଜୀ,ରାଜେନ୍ଦ୍ର ପ୍ରସାଦ, ଗୀତିକା କାପୁର,ଲଳିତା ମୁଦୁଲି,କୁମାର ବେହେରା,ଗୌରୀ ନାଗ,ଟୁନି ସାହୁ, ବୈଶାଖୀ ମଲ୍ଲିକ, ସଂଜିତ ଛୋଟରାୟ, ବିକାଶ ବାରିକ,ପି କେ ପତି, ସଂଧ୍ୟାରାଣୀ ବରାଳ ଓ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ସୂଚନାଯୋଗ୍ୟ ଯେ ଡିଷ୍ଟ୍ରିକ୍ଟ ୩୨୬୧ ତରଫରୁ ଛତିଶଗଡ ରାୟପୁରର ବେବିଲନ କ୍ୟାପିଟାଲ ହୋଟେଲ୍ ଠାରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ୨୦୨୧ – ୨୨ ପାଇଁ ନିରନ୍ତର ସେବା ଯୋଗୁଁ ରାଉରକେଲା ଷ୍ଟିଲସିଟିକୁ ପ୍ଲାଟିନମ କ୍ଲବ ଆୱର୍ଡ ଦିଆଯାଇଥିଲା। ଶ୍ରେଷ୍ଠ ସଭାପତି ଅର୍ଚ୍ଚନା ମହାନ୍ତି, ସଂପାଦକ ପିଉ ଗୁହା, ସୁଚିସ୍ମିତା ବିଶ୍ବାସ ଓ ଉପଦେଷ୍ଟା ଅଞ୍ଜନା ମୈତ୍ରଙ୍କୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ରୋଟାରୀଆନ ଗୀତିକା କାପୁର,ଡଃ ସରିତା ମଲ୍ଲ,ମଞ୍ଜୁ ମେହେର,ନିରୁପମା ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ

Related posts

ପାନୀୟ ଜଳ ସମସ୍ୟାକୁ ନେଇ ନଗରପାଳଙ୍କୁ ଦାବିପତ୍ର ପ୍ରଦାନ

ପ୍ରଣତି ମହାପାତ୍ର ଙ୍କ କବିତା ଜୟ ବିନାୟକ

Sunil Chandra Nayak

ଭାରତରେ ପ୍ରଥମ; ବ୍ରହ୍ମପୁତ୍ର ନଦୀ ତଳେ ତିଆରି ହେବ ରାସ୍ତା ଓ ରେଳ ଲାଇନ୍

Leave a Comment

error: Content is protected !!