ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚୋର,ଡକାୟତ ଙ୍କ ନା ରେ ଅଂଚଳ ବାସୀ ଭୟଭୀତ, ଯୁବ ଗୋଷ୍ଟି ଦେଉଛନ୍ତି ଗାଁରେ ରାତ୍ର ପହରା

କଲମପୁର ୩୦/୭ (ମସିହା) ଜୟପାଟଣା ଥାନା ଅନ୍ତର୍ଗତ ଅନେକ ସ୍ଥାନରେ ଦିନକୁ ଦିନ ଚୋର ଭୟରେ ଭୟଭିତ ଅଂଚଳବାସୀ । ବିଗତ କିଛି ଦିନତଳେ କଲମପୁର ବ୍ଲକ ଅନ୍ତର୍ଗତ ଖଣ୍ଡିଡଙ୍ଗରିଗୁଡା ଠାରେ ୧୪ ଜଣ ଡକାୟତ ଗୌତ୍ତମ ବିହାରୀ ଙ୍କ ଘରକୁ ପଶିଥିବା ସହ ଜଣକୁ ଆଘାତ ଦେଇ ଛୁ ମାରିଥିବା ଖବର ଆମେ ପ୍ରସାରିତ କରିଥିଲୁ ।ବର୍ତ୍ତମାନ ସେହି ଭଳି ଅନେକ ଯାଗା କୁ ଅଚିହ୍ନା ବ୍ୟକ୍ତି ମାନେ ବିଳମ୍ବିତ ରାତି ରେ ଆସି ଡକାୟିତ କରିବା ଯୋଜନା ରେ ଥିବା ଅଂଚଳବାସୀ ଙ୍କ ମନରେ ଭୟ ସୃଷ୍ଟି ହେବାରେ ଲାଗିଛି । ଗତକାଲି ରାତ୍ରି ୩ ସମୟରେ କଲମପୁର ବ୍ଲକ ଅନ୍ତର୍ଗତ ବର୍ଛି ଗ୍ରାମର ପୋଖରୀ ନିକଟରେ ରାୟଘର ର ଦୁଇଜଣ ବ୍ୟକ୍ତି ରହିଥିବା ଦେଖି ଗ୍ରାମବାସୀ ପୋଲିସ କୁ ସୂଚନା ଦେଲା ପରେ ପୋଲିସ ଘଟଣା ସ୍ଥଳକୁ ଆସି ଉକ୍ତ ଦୁଇଜଣ କୁ ଥାନାକୁ ନେଇ ପଚରା ଉଚାରା କରୁଥିବା ସୂଚନା ମିଳିଛି । ସୂଚନାରୁ ପ୍ରକାଶ ଯେ ଅଞ୍ଚଳ ର ସମସ୍ତ ଗାଁ ରେ ଯୁବକ ସଜାଗ ହୋଇ ନିଜ ଗାଁ କୁ ରାତି ସମୟରେ ଜଗି ରହୁଥିବା ବେଳେ ଆସନ୍ତା କାଲି ଠୁଁ ପୋଲିସ ବିଭାଗ ର ପେଟ୍ରୋଲିଂଗ କୁ କଡାକଡ଼ି କରାଯାଇଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି ।

ପରମାନନ୍ଦ ଠାକୁର ମସିହା ପ୍ରତିନିଧି କଲମପୁର କଳାହାଣ୍ଡି

 

 

Related posts

ଜିଲ୍ଲାପାଳଙ୍କ ଦ୍ବାରା ଦେବହୁତି କରଙ୍କ ୩ଟି ପୁସ୍ତକ ଲୋକାର୍ପିତ

Sunil Chandra Nayak

ସରକାରୀ ୱେବସାଇଟ ରେ  ତୃଟି,ଏବେ ବି ଅକ୍ଷମିତା କାର୍ତ୍ତିକ କୋଷାଗୁମୁଡ଼ା ବିଡ଼ିଓ ?

Sunil Chandra Nayak

ତିନି ବର୍ଷରେ ଓଡ଼ିଶାରୁ ସେନାରେ ଭର୍ତ୍ତି ହୋଇଛନ୍ତି ୨୨୬୬

Sunil Chandra Nayak

Leave a Comment

error: Content is protected !!