ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଟ୍ରାନ୍ସଫର୍ମର ଅଚଳ କାରଣରୁ ୨୭ ଦିନ ହେବ ଅନ୍ଧାର ରେ ସାନ ପୋଡ଼ାଗୁଡା ଗ୍ରାମବାସୀ

 ବିଦ୍ୟୁତ ବିଲ ପୈଠ ପରେ ମଧ୍ୟ ଲାଗିଲାନି ଟ୍ରାନ୍ସଫର୍ମର

କୋକସରା,୩୦/୦୭-( ମନିସ )   ଦିନେ ନୁହେଁ କି ଦି’ଦିନ ନୁହେଁ ପ୍ରାୟ ୨୭ ଦିନ ହେବ ଅନ୍ଧାରରେ କାଳ କାଟୁଛନ୍ତି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସାନ ପୋଡ଼ାଗୁଡା ଗ୍ରାମବାସୀ। ଗ୍ରାମରେ ଲାଗିଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ଜୁଲାଇ ୭ ତାରିଖରେ ବଜ୍ରପାତରେ ସଟ ସର୍କିଟ କାରଣ ବଶତଃ ପୋଡ଼ି ଯାଇଥିଲା। ପରେ ଗ୍ରାମବାସୀ କୋକସରା ବ୍ଲକ ବିଦ୍ୟୁତ ବିଭାଗୀୟ ଟାଟା ପାୱାର ର କନିଷ୍ଠ ଯନ୍ତ୍ରୀଙ୍କୁ ଅଭିଯୋଗ କରିଥିଲେ। ତେବେ କନିଷ୍ଠ ଯନ୍ତ୍ରୀ ପୁରୁଣା ଇଲେକ୍ଟ୍ରି ବିଲ ର ୩୦ ପ୍ରତିଶତ ପୈଠ କଲେ ବିଦ୍ୟୁତ ଟ୍ରାନ୍ସଫର୍ମର ଲାଗବ ବୋଲି କହିଥିଲେ। ବିଦ୍ୟୁତ ଉପଭୋକ୍ତା ମାନେ ଅନ୍ୟ ଉପାୟ ନପାଇ ୮୦ ହଜାର ଟଙ୍କା ବିଦ୍ୟୁତ ବିଲ ପୈଠ କରିଥିଲେ। ତଥାପି ଆଜି ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ହୋଇ ପାରିନାହିଁ । ଫୋନ କଲେ ସଂପୃକ୍ତ ଯନ୍ତ୍ରୀ ଆଜି କାଲି କହି ଦିନ ଗଡାଉଥିବା ନେଇ ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ। ୨୭ ଦିନ ହେବ ବିଦ୍ୟୁତ ନ ଥିବା କାରଣରୁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମର ବିଦ୍ୟୁତ ଉପଭୋକ୍ତା ହରେକୃଷ୍ଣ ନାଏକ, ଲକ୍ଷ୍ମୀଧର ପୁଝାରି, ବିମ୍ବାଧର ସାହୁ, ଧନୁର୍ଜ୍ୟ ଦାସ, କ୍ଷୀରସିନ୍ଧୁ ଗୋପାଳ, ମାନଗୋବିନ୍ଦ ନିଆଲ, ନରେନ୍ଦ୍ର ମେହେର, ସଦନ ମେହେର, ଇଶାରାମ ଜୁଏଡ଼, ଅଙ୍ଗଦ ନିଆଲ, ବିଭୀଷଣ ପୁଝାରି, ଅଜୟ ମାଝୀ, ପୁସ୍ତମ ମେହେର, ବଂଶୀ ମେହେର ସମେତ ଅନ୍ୟ ବିଦ୍ୟୁତ ଗ୍ରାହକ ଓ ଗ୍ରାମବାସୀ। ଏ ନେଇ ଦାୟିତ୍ୱରେ ଥିବା ଟାଟା ପାୱାର ର କନିଷ୍ଠ ଯନ୍ତ୍ରୀ ବ୍ରଜମୋହନ ଦଳେଇ ଙ୍କ ପ୍ରତିକ୍ରିୟା ନେବାରୁ ଟ୍ରାନ୍ସଫର୍ମର ଲଗାଇବା ପାଇଁ ବୁର୍ଲା ଅଫିସ ରୁ ରିଲିଜ ଅର୍ଡର ଆସିନାହିଁ । ଆମେ ଚେଷ୍ଟା କରୁଛୁ, ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ଟ୍ରାନ୍ସଫର୍ମର ଲଗାଯିବ ବୋଳି କହିଛନ୍ତି।

Related posts

ଜୀସାର୍ଥକ ର ନୂଆ ଓଡିଆ ଚଳଚ୍ଚିତ୍ର “ଅଳ୍ପ ଦିନର‌ ଗଳ୍ପ ଆମର ” ଅଡିଓ ଲୋକାର୍ପିତ

Sunil Chandra Nayak

କଳାହାଣ୍ଡି ଜ଼ିଲ୍ଲା ବିଜୁ ମହିଳା ମୋର୍ଚ୍ଚା ତରଫରୁ ସରବତ ପାଣି ବଣ୍ଟନ

ଯନ୍ତ୍ରଣାରେ ଜଙ୍ଗଲୀ ଜୀବନ , ପାଞ୍ଚ କିଲୋମିଟର ଖଟିଆ ରେ ବୁହା ହେଲେ ରୋଗୀ

Sunil Chandra Nayak

Leave a Comment

error: Content is protected !!