ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବନ ବିଭାଗ ଓ ପ୍ରେସକ୍ଲବ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଫୁଲବାଣୀ -: କନ୍ଧମାଳ ଜିଲ୍ଲା ଫୁଲବାଣୀ ବନଖଣ୍ଡ ଅଧିନସ୍ଥ ଫୁଲବାଣୀ ବନ ବିଭାଗ ରେଞ୍ଜ ପକ୍ଷରୁ ରବିବାର ବୃଦ୍ଧାଶ୍ରମ ରାସ୍ତାରେ ବିଭିନ୍ନ କିସମର ବୃକ୍ଷ ରୋପଣ କରାଯାଇଥିଲା।ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ରେ ପ୍ରେସକ୍ଲବ ସଭାପତି ସୁନିଲ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ଫିଲ ମୋହନ ନାୟକ,ସୁବାସ ପ୍ରଧାନ,ନାରାୟଣ ସାହୁ, ବିଜୟ ମହାନ୍ତି, ଅଜିତ ମହାରଣା, ସନ୍ତୋଷ କୁମାର ଦିଗାଲ,ପ୍ରେସକ୍ଲବ ସମ୍ପାଦକ ପ୍ରଶାନ୍ତ କୁମାର ବେହେରା, ଉପ ସଭାପତି ସତ୍ୟନାରାୟଣ ବେହେରା, ସୁନିଲ ବିଶ୍ୱାଳ,ସହ ସମ୍ପାଦକ ରମେଶ ଚନ୍ଦ୍ର ପ୍ରଧାନ, ବୈଦ୍ୟନାଥ ନାୟକ, ସୂର୍ଯ୍ୟନାରାୟଣ ବେହେରା, ଆଦିତ୍ୟ ପ୍ରସାଦ ତ୍ରିପାଠୀ,ବି.ଭି ଶଙ୍କର,ବିମଳ କୁମାର ନାୟକ,ବୈଦ୍ୟନାଥ ବେହେରା,ଜୟସେନ ପରିଡା,ବ୍ରଜ ମୋହନ ନାୟକ, ରାଧାମୋହନ ମହାପାତ୍ର,ଶିବରାମ ନାୟକ,ଅଶୋକ ମହାନ୍ତି, ଶିବାନନ୍ଦ ପଟ୍ଟନାୟକ,ପ୍ରଶାନ୍ତ ପଣ୍ଡା,ପ୍ରମୁଖ ଯୋଗଦେଇ ବୃକ୍ଷ ରୋପଣ କରିବା ସହ ଜଙ୍ଗଲ ସୁରକ୍ଷା ନେଇ ସଚେତନ କରିଥିଲେ। ସେହି ପରି ବନ ବିଭାଗ କର୍ମଚାରୀ ପ୍ରେମାନନ୍ଦ ପାତ୍ର,ଯୋଗ ଦେଇ ଜଙ୍ଗଲରେ ନିଆଁ ନ ଲଗାଇବା ବନ୍ୟଜନ୍ତୁ ର ସୁରକ୍ଷା କରିବା ନେଇ ସଚେତନ କରିଥିଲେ। ଆଉ ପ୍ରତ୍ୟେକ ଲୋକ ଜୀବନ କାଳ ମଧ୍ୟରେ କିଛି ଗଛ ଲଗାଇବା ସହ ତାକୁ ବଞ୍ଚାଇ ରଖିଲେ ଭବିଷ୍ୟତ ପିଢ଼ି ପରିବେଶ ପ୍ରଦ୍ୟୁଷଣ ରୁ ରକ୍ଷା ପାଇବେ ବୋଲି କହିଥିଲେ।ଏ ଭଳି କାର୍ଯ୍ୟକ୍ରମ ଆଗାମୀ ଦିନରେ ଜାରି ରହିବ ବୋଲି ସଭାପତି ସୁନିଲ ପଟ୍ଟନାୟକ କହିଥିଲେ।

ଫୁଲବାଣୀ ରୁ ବୈଦ୍ୟନାଥ ନାଏକ ଙ୍କ ରିପୋର୍ଟ 

Related posts

ସାହାଜଖୋଲ ଜଙ୍ଗଲ ମଧ୍ୟସ୍ଥ ଟିର୍ଲିଆମ ଗାଁ ରେ ଝାଡା ବାନ୍ତି, ଆଣ୍ଠୁଏ ପାଣିରେ ନାଲ ପାର ହୋଇ ୩ କିଲୋମିଟର ଚାଲି ପହଞ୍ଚିଲେ ଉପ ଜିଲ୍ଲାପାଳ 

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ନୂଆଖାଇ ଜୁହାର

Sunil Chandra Nayak

ରାଇଘର ମଦ,ସଟ୍ଟା ଓ ଖୁଡୁଖୁଡି ଜୁଆରେ ସାମିଲ୍ ଯୁବପିଢି 

Sunil Chandra Nayak

Leave a Comment

error: Content is protected !!