ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବିତା ସାହୁ ଙ୍କ କବିତା  ବୋଲବମ୍

ବୋଲବମ୍ 

           

କବିତା ସାହୁ    

ସକଳ ମନକାମନା ପୁରଣ ପାଇଁ 
ଶିବଙ୍କ ପାଦରେ ଶରଣ ଯାଇ 
ଶ୍ରାବଣ ସୋମବାର ପାଣି ନେଇ 
ବୋଲବମ ବୋଲବମ କହି କହି 
ଶିବ ମନ୍ଦିର ଯିବାରେ ଭାଇ। 
ଶିବ ପଞ୍ଚାକ୍ଷର ମନ୍ତ୍ର ତୁଣ୍ଡରେ ଧରି 
କାଉଡିଆ ଯାଉଛନ୍ତି ଜଳକୁ ଧରି
ବୋଲବମ ବୋଲବମ ତୁଣ୍ଡେ ଉଚ୍ଚାରି
ମୁଖରିତ ରାସ୍ତାଘାଟ ମନ୍ଦିର ପୁରି। 
ପବିତ୍ର ମାସ ଶ୍ରାବଣ ସୋମବାର 
ଜଳଲାଗି ହୁଅନ୍ତି ଶିବଶଙ୍କର 
ଭକ୍ତ ମାସ ସାରା ରହି ନିଷ୍ଠାରେ
କାନ୍ଧରେ କାଉଡି ଭାରେ ଜଳଧରେ 
ବୋଲବମ ବୋଲବମ ଉଚ୍ଚାରି ତୁଣ୍ଡରେ 
ଶିବାଳୟ ଯାଉଥାନ୍ତି ଭକତ ଖୁସିରେ।
ଗେରୁଆ ବସ୍ତ୍ରରେ ଲେଖା ଶିବ ପଞ୍ଚାକ୍ଷର 
ବାହୁଙ୍ଗିରେ ଶିବଲିଙ୍ଗ ତ୍ରିଶୂଳ ଡମ୍ବର
ବେଲପତ୍ର ଗୟସ ଦୁଦୁରା କନିଅର 
ମନରେ ଡାକୁଥାଏ ହେ ଭୋଳାଶଙ୍କର 
ବୋଲବମ ବୋଲବମ ବାବା ପାରିକର। 
କପିଳାସ ଲିଙ୍ଗରାଜ ହେ ଧବଳେଶ୍ଵର 
ଲଡୁବାବା ଗତେଶ୍ଵର ହେ ଚନ୍ଦ୍ରଶେଖର 
କୃପାକର ଦୟାକର ହେ ମହେଶ୍ୱର 
ବୋଲବମ ବୋଲବମ ଭକ୍ତଙ୍କର ରୋଳ
ପାଣି ଧରି ଆସୁଛନ୍ତି ମନ୍ଦିର ତୁମର।

ଜୟପୁର

Related posts

ଅଳ୍ପ ପବନରେ ଉଡିଲା ନିର୍ମାଣାଧିନ ସ୍କୁଲର ଛାତ, ବିଦ୍ୟାଳୟ ସାମ୍ନାରେ ଗ୍ରାମବାସୀଙ୍କ ଉତ୍ତେଜନା

Sunil Chandra Nayak

ଓଡିଶା ଗ୍ରାମ ରୋଜଗାର ସେବକ ସଂଘର ରାଜ୍ୟସ୍ତରୀୟ ଗୁରୁତ୍ୱପୂର୍ଣ୍ଣ ବୈଠକ

Sunil Chandra Nayak

ରାହୁଲ ଗାନ୍ଧୀ ଙ୍କୁ ପୋଲିସ ର ବର୍ବରତା କୁ ବିରୋଧ କରି ଜିଲ୍ଲା ଯୁବ କଂଗ୍ରେସ ର ବିକ୍ଷୋଭ

Sunil Chandra Nayak

Leave a Comment

error: Content is protected !!