ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦୀପକ କୁମାର ବଳ ଙ୍କ କବିତା ଦେବ ଦେବ ମହାଦେବ

   ଦେବ ଦେବ ମହାଦେବ

          ଦୀପକ କୁମାର ବଳ

ପୁଣ୍ୟ ମାସ ଶ୍ରାବଣର
ଦ୍ୱିତୀୟ ଯେ ସୋମବାର
ଯାଆନ୍ତି ସେ କାଉଡିଆ
କାନ୍ଧେ ବୋହି ପାଣିଭାର ll
ପିନ୍ଧି ଗେରୁଆ ବସନ
ତୁଣ୍ଡେ ନାମ ପଞ୍ଚାକ୍ଷର
ଢାଳିବେତ ଜଳ ନେଇ
ପ୍ରଭୁ ତୁମରି ମଥାର ll
ଶ୍ରାବଣ ର ବରଷାକୁ
ନାହିଁ ତିଳେହେଁ ଖାତର
ଖାଲି ପାଦେ ଚାଲି ଚାଲି
ଯାଆନ୍ତି ଶିବ ମନ୍ଦିର ll
ପଥଶ୍ରମ ଭୁଲି ଯାନ୍ତି
ପହଞ୍ଚି ତୁମ ମନ୍ଦିର
ମନବାଞ୍ଛା ପୁର୍ଣ୍ଣ କର
ହେ ପ୍ରଭୁ ଚନ୍ଦ୍ରଶେଖର ll
ତୁମ ନାମ ଜପିଗଲେ
ବରଷ ଆଶିଷ ଧାରା
ଜନ୍ମ ଜନ୍ମାନ୍ତର ପାପ
ପ୍ରଭୁ ଧୋଇଯାଏ ପରା ll
ବାବା ଭୋଳାନାଥ ତୁମେ
କରିବ ରିଷ୍ଟ ଖଣ୍ଡନ
ଅଭୟ ବର ଦେଇଣ
ନିଶ୍ଚେ କରିବ କଲ୍ୟାଣ ll
କୃପାମୟ ତୁମେ ପ୍ରଭୁ
ଦେବ ଦେବ ମହାଦେବ
ସଭିଁଙ୍କୁ ସନ୍ତାନ ଭାବି
ତ୍ରିନେତ୍ରରେ ଦେଖୁଥିବ ll

ଓଁ ନମଃ ଶିବାୟ

ମାର୍କାପାଲ୍ଲୀ କଲୋନୀ, ମାର୍କାପାଲ୍ଲୀ

             ମାଲକାନଗିରି

Related posts

ଆମଲାଵେଡାରେ ଜୁମ୍ବାଗାଡା କ୍ଷୁଦ୍ରବନ୍ଧ ଯୋଜନାର ବୈଷୟିକ ସର୍ବେକ୍ଷଣ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଇଂ ବିଶେଶ୍ୱର ଟୁଡୁଙ୍କ ଯୋଗଦାନ

Sunil Chandra Nayak

ବାଇକ ଦୁର୍ଘଟଣାରେ ମହିଳା ଓ ଶିଶୁପର୍ଯ୍ୟବେକ୍ଷିକା ଙ୍କ ମୃତ୍ୟୁ

Sunil Chandra Nayak

ଡାବୁଗାଁ ବଜାର ଉପରେ ଥିବା ରେଡି ବ୍ରଦର୍ସ ମୁଢି ଫ୍ୟାକ୍ଟ୍ରି କୁ ବଜାର ବାହାରକୁ ସ୍ଥାନାନ୍ତର ହେବାକୁ ଦାବୀ

Sunil Chandra Nayak

Leave a Comment

error: Content is protected !!