ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

14 ହାଇସ୍କୁଲ ଛାତ୍ରୀ ଅସୁସ୍ଥ, ମେଡିକାଲରେ ଭର୍ତି

ପାପଡାହାଣ୍ଡି,3/8, ମନିସ –— ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଦଳେଇଗୁଡା ଏସଏସଡି ବାଳିକା ଉଚ୍ଚ ବିଦ୍ୟାଳୟର 14 ଜଣ ଛାତ୍ରୀ ବୁଧବାର ଅସୁସ୍ଥ ହୋଇ ପାପଡାହାଣ୍ଡି ମେଡିକାଲରେ ଭର୍ତି ହୋଇଛନ୍ତି | ସେମାନଙ୍କ ମଧ୍ୟରୁ 12 ଜଣଙ୍କୁ ଥଣ୍ଡା ଖାସ ଓ ଜ୍ୱର ହୋଇଥିବା ବେଳେ 2 ଜଣ ଝାଡା ବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି | ଛାତ୍ରୀ ମାନେ ନବମ ଓ ଦଶମ ଶ୍ରେଣୀର ବୋଲି ଜଣା ପଡିଛି | ସୂଚନା ମୁତାବକ ଦଳେଇଗୁଡା ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ମାନଙ୍କୁ ମଙ୍ଗଳବାର କ୍ଲାସ ସାରିବା ପରେ ଥଣ୍ଡା ଖାସ ସହ ଜ୍ୱର ଦେଖାଦେଇଥିଲା | ସେମାନେ ହେଲେ ପୁଷ୍ପା ମାଝୀ, ନିଁଳେନ୍ଦ୍ରି ମାଝୀ, ଗୋମତି ଭତରା, ଭଗବତି ସାନ୍ତା, ଭଗବତି ଭତରା, ରୁପାଲି ହରିଜନ, ଚନ୍ଦ୍ରକାନ୍ତି ଭତରା, ମଞ୍ଜୁଳା ବତୀ ଭତରା, ହୀରାମଣି ପୁଜାରି, ମଙ୍ଗରି ମାଝୀ ଓ ଲଳିତା ମାଝୀ | ସେହିପରି ରିତା ଭତରା ଓ ରିତା ହରିଜନଙ୍କୁ ଝାଡାବାନ୍ତି ହୋଇଥିଲା | ଉଭୟ ଗୁରୁତର ଥିବା ବେଳେ ରିତା ଭତରାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯିବ ବୋଲି ସୂଚନା ମିଳିଛି | ଦୁଇ ଦିନ ତଳେ ମେଡିକାଲ ଟିମ ଯାଇ ସ୍କୁଲ ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା କରିଥିଲେ | ଝାଡା ବାନ୍ତିର କାରଣ ଜଣା ପଡ଼ିନାହିଁ | ଥଣ୍ଡା ଖାସ ରେ ଆକ୍ରାନ୍ତ 12ଜଣ ଛାତ୍ରୀ ଙ୍କୁ ପ୍ରାଥମିକ ଚିକିତ୍ସା ପରେ ଔଷଧ ଦେଇ ବିଦ୍ୟାଳୟକୁ ପଠାଯାଇଛି | ଛାତ୍ରୀ ମାନଙ୍କ ପରିବାର କୁ ସୂଚନା ଦିଆଯାଇଥିବା ଜଣାପଡିଛି |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ଅଁଳାବେରେଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସାମାଜିକକର୍ମୀଙ୍କ ଦ୍ୱାରା ଯୁଦ୍ଧକାଳୀନ ଭିତ୍ତିରେ ରକ୍ତଦାନ ଶିବିର

ସକ୍ଷମ ଏବଂ ଜେକେ ପେପର ମିଲ୍ ଆନୁକୁଲ୍ୟରେ ଚକ୍ଷୁ ରୋଗୀଙ୍କୁ ଚଷମା ବଣ୍ଟନ

Sunil Chandra Nayak

ଝାଡାବାନ୍ତି ରୋଗରେ ଆକ୍ରାନ୍ତ ସଂଖ୍ୟା ୨୩ କୁ ଛୁଇଁଥିବାବେଳେ ମୃତ୍ୟୁ ସଂଖ୍ୟା ୩ କୁ ପହଞ୍ଚିଛି

Sunil Chandra Nayak

Leave a Comment

error: Content is protected !!