ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜାତଳାରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ମୟୂରଭଞ୍ଜ -୪/୮/୨୨(ମସିହା) ମୟୂରଭଞ୍ଜ ଜିଲ୍ଲାର ବିଜାତଳା ବ୍ଲକର ନୋଡାଲ ୟୂପି ସ୍କୁଲ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର -୨୦୨୨ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି।ବ୍ଳକର ୧୨ ଟି ପଞ୍ଚାୟତ ଚଢେଇପାହାଡି,ସରଗଡା, ମଢେଇକଚା,ମାଣିକପୁର,ଲୁହାଶିଳା, ବଡଝରଣ,ଖନ୍ତ,ନୂସାଡିହି, ବିଜାତଳା, ରାୟହରି,ମୁଣ୍ଡାଠାକୁରା, ବଣକାଟି ପଞ୍ଚାୟତର ଆସିଥିବା ଭିନ୍ନକ୍ଷମମାନେ ନାମ ପଂଜୀକୃତ କରିଥିଲେ । ଏହି ଶିବିରକୁ ବାମନଘାଟୀ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ବିଜାତଳା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ରାଣୀ ମୁର୍ମୁ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ରାଧାକୃଷ୍ଣ ରାଉତ, ତହସିଲଦାର ଶ୍ରୀ ଜଗବନ୍ଧୁ ରାଉତ, ରାଇରଙ୍ଗପୁର ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ରଣଜିତ ସୋରେନ ଯୋଗ ଦେଇଥିଲେ।ବିଜାତଳା ବିଡ଼ିଓ ଶ୍ରୀ ଯୋଗରଂଜନ ନାୟକ ମଂଚ ପରିଚାଳନା କରିବାସହ ତାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଭିନ୍ନକ୍ଷମ ଶିବିର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।ସମାଜରେ ସମସ୍ତଙ୍କର ବଂଚିବାର ଅଧିକାର ଅଛି । ଭିନ୍ନକ୍ଷମ ମାନେ ସମାଜରେ ଅଲୋଡା ନୁହନ୍ତି । ସେମାନଙ୍କ ସୁରକ୍ଷା, ନିରାପତ୍ତା ପାଇଁ ସରକାର ବହୁ ଯୋଜନା କରୁଛନ୍ତି ।ପ୍ରଶାସନ ସେମାନଙ୍କୁ ସବୁବେଳେ ସହଯୋଗ ପାଇଁ ଆଗଭର କିନ୍ତୁ ଜନପ୍ରତିନିଧି,ପରିବାର ଲୋକେ,ପଡୋଶୀମାନେ ଅସହାୟ ଭିନ୍ନକ୍ଷମ ମାନଙ୍କୁ ସହଯୋଗର ହାତ ବଢାଇ ଚିହ୍ନଟ କରାଇ ସରକାର ସୁଫଳ ଯୋଜନା ତାଙ୍କ ପାଖରେ ପହଞ୍ଚାଇବା ପାଇଁ ଅତିଥିଗଣ ସମସ୍ତଙ୍କୁ ନିବେଦନ କରିଥିଲେ । ଭିନ୍ନକ୍ଷମକୁ ସରକାରଙ୍କ ଯୋଜନା ପହଞ୍ଚାଇଲେ ଭବିଷ୍ୟତରେ ସେମାନେ ପରିବାରର ତଥା ସମାଜର ବୋଝ ହୋଇ ରହିବେ ନାହିଁ ।ଆସନ୍ତା ସେପ୍ଟେମ୍ବର ୧ ତାରିଖରେ ପରେ ପୂର୍ବରୁ ଦିଆଯାଇଥିବା ଲିଖିତ ପ୍ରମାଣପତ୍ର ବନ୍ଦ ହୋଇଯିବ ।ତେଣୁ ବର୍ତ୍ତମାନ ସମସ୍ତଙ୍କୁ ଅନ ଲାଇନରେ ପଂଜିକୃତ କରାଯିବ ଏବଂ ମାସକ ମଧ୍ୟରେ ଜଅନଲାଇନରେ ଭିନ୍ନକ୍ଷମ ପ୍ରମାଣପତ୍ର ହିତାଧିକାରୀ ମାନେ ପାଇପାରିବେ ବୋଲି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ରାଧାକୃଷ୍ଣ ରାଉତ କହିଥିଲେ । ବିଡିଓ ଶ୍ରୀ ଯୋଗରଂଜନ ନାୟକ ଭିନ୍ନକ୍ଷମ ପାଇଁ ସରକାରୀ ଯୋଜନା,ଆବାସ ଯୋଜନା, ଭୂମିହୀନଙ୍କୁ ଜାଗା,ବସପାଶ୍ ଇନକମ ସାର୍ଟିଫିକେଟ,ବିବାହ ପାଇଁ ପ୍ରତ୍ସୋହନ,ଭତ୍ତା, ଚାକିରି ରେ ସଂରକ୍ଷଣ ଇତ୍ୟାଦି ଉପରେ ସୂଚାଇଥିଲେ । ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ବିଭିନ୍ନ ପ୍ରାନ୍ତରରୁ ୫୮୩ ଜଣ ପଂଜିକୃତ ହୋଇଥିଲେ । ସେଥିମଧ୍ୟରୁ ୨୯୧ ଜଣଙ୍କୁ ଭିନ୍ନକ୍ଷମ ପ୍ରମାଣ ପତ୍ର,୧୯୪ ଜଣଙ୍କୁ ସହାୟତା ଉପକରଣ,୨୧୨ ଜଣଙ୍କୁ ଵସପାଶ୍,୨୦୮ ଜଣଙ୍କୁ ଆୟଗତ ପ୍ରମାଣ ପତ୍ର,୧୨୬ ଜଣଙ୍କୁ ଗୃହ ଆବାସ ,୧୬ ଜଣଙ୍କୁ ବାଣୀଶ୍ରୀ,୧୧ ଜଣଙ୍କୁ ଡିଆରଆଇ ଲୋନ,୧୦୬ ଜଣଙ୍କୁ ଭତ୍ତା,୨ ଜଣଙ୍କୁ ବିବାହ ପ୍ରୋତ୍ସାହନ ସହାୟତା,୨ ଜଣଙ୍କୁ ଉଚ୍ଚଶିକ୍ଷା ସହାୟତା,ଏସଏଚଜି( ମିଶନ ଶକ୍ତି)୧, ସର୍ଜେରୀ ପାଇଁ ୧୯ ଜଣଙ୍କୁ, ଦକ୍ଷତା ବିକାଶ ତାଲିମ ପାଇଁ ୧୩ ଜଣଙ୍କୁ ଚିହ୍ନଟ କରାଯାଇଛି ।ଏହି କାର୍ଯ୍ୟକ୍ରମରେ ଅଭିଜ୍ଞ ଅର୍ଥୋପେଡିକ ଡ଼ାଃ ରୁଦ୍ର କର, ଚକ୍ଷୁ ବିଶେଷଜ୍ଞ ଡ଼ାଃ ମଞ୍ଜୁଳା ପ୍ରଧାନ,ଇଏନଟି ଡ଼ାଃ ମାନସ ରଂଜନ ଶତପଥୀ,ଡା଼ ପ୍ରଦୀପ ନାୟକ,ଡ଼ାଃ ତପନ ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ପିଡିତମାନଙ୍କୁ ପରୀକ୍ଷା କରି ସହାୟତା କରିଥିଲେ । କାର୍ଯ୍ୟକ୍ରମକୁ ବ୍ଳକର ନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ, ସମସ୍ତ କର୍ମଚାରୀ, ଜନପ୍ରତିନିଧି,ପିଇଓ,ଜରିଆରେ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟିତ୍ରୀ,କଲେଜ ଛାତ୍ର ଛାତ୍ରୀ ପ୍ରମୁଖ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମକୁ ସମସ୍ତେ ଅକୁଣ୍ଠ ଓ କଠିନ ପରିଶ୍ରମ କରି ସଫଳ କରାଇଥିବାରୁ ବିଡ଼ିଓ ଶ୍ରୀ ଯୋଗ ରଂଜନ ନାୟକ ସମସ୍ତଙ୍କୁ ପ୍ରଶଂସା କରିବା ସହ ଓ ଧନ୍ୟବାଦ ଜଣାଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳଙ୍କ ରିପୋର୍ଟ

Related posts

ରାଉରକେଲା ସ୍ପୋର୍ଟସ ଆସୋସିଏସନ୍ ର ଜାତୀୟ କ୍ରୀଡା ଦିବସ ପାଳନ

Sunil Chandra Nayak

ସମସ୍ୟା ଘେରରେ ଗୋଲାମୁଣ୍ଡାବ୍ଲକ କେବେ ବଦଳିବ ଚିତ୍ର!

Sunil Chandra Nayak

ଯୁବକଙ୍କୁ ପଥରରେ ଛେଚି ହତ୍ୟା ଘଟଣା, ଅଭିଯୁକ୍ତ ୨ ଭାଇ କୋର୍ଟ ଚାଲାଣ

Sunil Chandra Nayak

Leave a Comment

error: Content is protected !!