ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ପାପଡାହାଣ୍ଡି ,4/8, ମନିସ —ପାପଡାହାଣ୍ଡି ବ୍ଲକ ସାନବାର୍ଲି ପଂଚାୟତ ବଡ଼ବାର୍ଲି ଗ୍ରାମରେ ଗୁରୁବାର ଜଣେ ଯୁବକଙ୍କ ଝୁଲନ୍ତା ମୃତ ଦେହ ତେନ୍ତୁଳି ଗଛରୁ ଉଦ୍ଧାର କରାଯାଇଛି | ତାଙ୍କ ନାମ ମାଲିଙ୍ଗ ଯାନୀ | ବୃଦ୍ଧ ବାପା ସହ ସେ ଘରେ ରହୁଥିଲେ | ଗାଁ ନିକଟ ତେନ୍ତୁଳିଗଛରୁ ତାଙ୍କ ଶବ ଦେଖି ବାପା ସନୁ ଥାନାରେ ଏତଲା ଦେବା ପରେ ଆଇଆଇସି ରାମେଶ୍ୱର ପ୍ରଧାନ, ଏଏସଆଇ ଲାବନ୍ୟ ବିମଲ, ଏଏସଆଇ ଡି ଦେବି କୁମାର ପହଁଚି କେସ ନମ୍ବର 11/22 ରେ ମାମଲା ରୁଜୁ କରି ଶବ ବ୍ୟାବଛେଦ ଲାଗି ପଠାଇଛନ୍ତି | ପତ୍ନୀ ଛାଡି ଚାଲିଯିବା ଓ ଗତ ବର୍ଷ ମା କୁ ହରାଇବା ପରେ ମାଲିଙ୍ଗଙ୍କ ମାନସିକ ଅବସ୍ଥା ଠିକ ନ ଥିଲା | କୌଣସି କାରଣରୁ ମାନସିକ ଅବସ୍ଥା ହରାଇ ସେ ବେକରେ ଦୌଡ଼ି ଦେଇ ଆତ୍ମ ହତ୍ୟା କରିଥିବା ଜଣାପଡିଛି |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

 

Related posts

ଶରତ ଚନ୍ଦ୍ର ପଣ୍ଡା ଙ୍କ କବିତା କଥାଟିଏ

Sunil Chandra Nayak

ପ୍ରଗତିଶୀଳ ରାଜ୍ୟର ଦୁର୍ଗମ ଅଞ୍ଚଳର କରୁଣ କାହାଣୀ ଗାଁକୁ ଆମ୍ବୁଲାନ୍ସ ଅପହଞ୍ଚ

Sunil Chandra Nayak

ରାଉରକେଲା କଲେଜର ବିଦାୟ ସମ୍ବର୍ଦ୍ଧନା:ଏକ ପତ୍ରଝରା ଋତୁ ଆୟୋଜିତ

Sunil Chandra Nayak

Leave a Comment

error: Content is protected !!