ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପାପଡାହାଣ୍ଡିରେ ଲଘୁଚାପ ଜନିତ ଲଗାଣ ବର୍ଷା, ବହୁ ଘର ଓ ଦୋକାନରେ ପସିଲା ପାଣି  

ପାପଡାହାଣ୍ଡି,07/08, ମନିସ —ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଠାରେ ରବିବାର ଲଘୁଚାପ ଜନିତ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି | ଶନିବାର ରାତ୍ର ଠାରୁ ଲଗାଣ ବର୍ଷା ଲାଗି ରହିବା ଯୋଗୁଁ ଗ୍ରାମର ବହୁ ଘର ଦୋକାନ ରେ ବର୍ଷା ପାଣି ପୋଷିବାରୁ ଲୋକେ ହଇରାଣ ହୋଇଛନ୍ତି | ପ୍ରାୟ ଦୁଇ ରୁ ଅଧିକ ଘର ଏହି ବର୍ଷାରେ ଭାଙ୍ଗିଥିବା ଜଣାପଡିଛି | ସ୍ଥାନୀୟ ତୁରୀ ନଦୀ ରେ ଜଳସ୍ତର ବଡିବା ସହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି | ବର୍ଷାରେ ବିଶେଷ କରି ପାପଡାହାଣ୍ଡି ବସଷ୍ଟାଣ୍ଡ ଛକ ନିକଟରେ ଥିବା ହାଟ ପଦା ସାହିରେ ଥିବା 30 ଘର ପାଇକ ସାହିରେ 25 ଘର, ସତାନାମୀ ସାହିରେ 20 ଘର ଓ ବସଷ୍ଟାଣ୍ଡ ଛକ ନିକଟରେ ରହିଥିବା 6 ଘର ଭିତରେ ପାଣି ପସିଛି | ସେହିପରି ବସଷ୍ଟାଣ୍ଡ ନିକଟରେ ରହିଥିବା 10ରୁ ଉର୍ଦ୍ଧ ଦୋକାନ ରେ ମଧ୍ୟ ପାଣି ପସିଛି କିନ୍ତୁ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆଯାଉନାହିଁ ବୋଲି ଅଭିଯୋଗ କରିଛନ୍ତି ଏହି ତିନି ସାହି ବାସିନ୍ଦା ଓ ଦୋକାନ ମାଲିକ | ହାଟ ପଦା ସାହିର ଧନମତୀ ହରିଜନ,ଯମୁନା ମହାପାତ୍ର, ସୁନୀଲ ବିଷୋୟୀ,ଭୁବନି ହରିଜନ,ବଳରାମ ବିଷୋୟୀ, ଲିଙ୍ଗେଶ ଭତରା,ମାମି ରାଓ, ବିନି କୁମୁଦିନୀ, ପ୍ରଦୀପ ସମୁହାଁ, ଦଶରଥ ଯାନୀ,ଟୁଲୁ ମହାପାତ୍ର ଘରେ ପାଣି ପସି ଯିବାରୁ ଲୋକଙ୍କ ଘରେ ଆବାସପତ୍ର ଭାସିବାରେ ଲାଗିଥିଲା | ବର୍ତ୍ତମାନ ହାଟ ପଦା ସାହିର ଲୋକ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି | ସେହିପରି ପାଇକ ସାହି ରେ ହେମ ମହାନ୍ତି,ବାସୁଦେବ ନାୟକ, ରୁକଣୀ ପାଇକ,ସତାନାମୀ ସାହିରେ ରଜତ ଖଣ୍ଡପାଣି,କୁର୍ତ୍ତୀ ସତାନାମୀ, ନରେଶ ରାଓ,ଜାନକୀ ସତାନାମୀ,ସତ୍ୟବାନ ସତାନାମୀ, ଚଞ୍ଚଳା ସତାନାମୀ,ରଂଜିତ ସତାନାମୀ,ମନୋଜ ସତନାମୀ ଘରେ ପାଣି ପଶିଯିବାରୁ ଲୋକ ବହୁ ଅସୁବିଧା ରେ ରହିଛନ୍ତି | ନାଲପାଣି ବହୁ ଦୋକାନ ଓ ଘରେ ପସି ଆବାସପତ୍ର ଓ ରାସନ ସାମଗ୍ରୀ ନଷ୍ଟ ହୋଇଥିବା ସହ ଲୋକ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି | ସହର ର ରାସ୍ତା ପ୍ରଶସ୍ତିକରଣ ପରେ ବସଷ୍ଟାଣ୍ଡ ଛକ ଭବାନୀପାଟଣା ରାସ୍ତା କଡ଼ରେ ଥିବା ଦୋକାନ ଓ ଘର ଗୁଡିକ ତଳୁଆ ହୋଇଯିବାରୁ ଅସରାଏ ବର୍ଷାରେ ନାଳ ପାଣି ଘର ଦୋକାନରେ ପାଣି ପସି ଯାଉଛି | ଏହି ବର୍ଷା ରେ ଏ. ଜୟଲକ୍ଷ୍ମୀ,ଜଟିଆ ପ୍ରଧାନ, ଏ. ଶ୍ରୀନିବାସ ରାଓ ଙ୍କ ଘରେ ଓ ଭାଲୁ କପଡ଼ା ଦୋକାନ, ପି. ଭେଙ୍କଟ ରାଓ କପଡ଼ା ଦୋକାନ, ପି. ନାଗେଶ୍ୱର ରାଓ ଚପଲ ଦୋକାନ,ସଂଜୀବ ଅଗ୍ରୱାଲ ହାର୍ଡ ର୍ୱେର, ରଘୁ କିରାନା, ଗୁଡ଼ୁ ଗିଫ୍ଟ ଦୋକାନ, ମୁନା ଫେନସି ଦୋକାନରେ ପସି ଜିନିଷ ପତ୍ର ନଷ୍ଟ ହୋଇଯାଇଛି | ବର୍ଷା ଯୋଗୁଁ ପାପଡାହାଣ୍ଡି ହାଟପଦା ସାହିର ମାମି ରାଓ, ବଙ୍କା ସାହିର ସୁନୀଲ ବିଷୋୟୀ,ହରିଜନ ସାହି ର ବିଜୟ ହରିଜନ ଘର ଭାଙ୍ଗିଯାଇଥିବା ସୂଚନା ମିଳିଛି |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ରାଉରକେଲା – ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ତିରୋଧନ ଦିବସ ପାଳିତ

Sunil Chandra Nayak

ଶିକ୍ଷକ ନିଯୁକ୍ତି ଦାବିରେ ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀ ଙ୍କ ଧାରଣା

Sunil Chandra Nayak

ଭୂବନ ରେ ପ୍ରସିଦ୍ଧ ବଳଦ ଯାତ୍ରା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!