ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନର୍ମଦା ନାୟକ ଙ୍କ କବିତା ଶ୍ରାବଣୀ ବ୍ରତ

ଶ୍ରାବଣୀ ବ୍ରତ

(ରାଗ -କଳଶା )
ଅଳପେ ସନ୍ତୋଷ ନାମ ବହି ଆଶୁତୋଷ
ହେମଙ୍ଗଳମୟ  ଚିର ସତ୍ୟ ସନାତନl 
ମହା ମୃତୁଞ୍ଜୟ ତ୍ୟାଗୀ କାମନାରହିତ
ନିଷ୍ଠାରେ ଶ୍ରାବଣୀ ବ୍ରତ ପାଳଇ ଭକତ l 
ବିଶ୍ୱର ମଙ୍ଗଳେ ଦେବ ଦେବ ମହାଦେବ
କାଳକୂଟ ପାନେ କଣ୍ଠ କଲ ନୀଳବର୍ଣ୍ଣ l 
ବିଷର ଜ୍ୱାଳାରେ ଶମ୍ଭୁ ନିଦ୍ରା ଅଭିଭୂତ
ଉପଶମ ପାଇଁ ଦେବେ ପାଞ୍ଚିଲେ ଉପାୟ l 
ଶ୍ରାବଣୀ ବ୍ରତର ଦେବେ କରି ଆରମ୍ଭିଣ
ଶିରେ ଆଣି ଗଙ୍ଗାଜଳ କଲେ ବରଷଣ l 
ଶ୍ରାବଣ ମାସର ପ୍ରତି ସୋମବାର ପ୍ରାତେ
ସ୍ନାନ ଅନ୍ତେ ପୁଣ୍ୟ ତୀର୍ଥଜଳର କଳସେ l 
ମସ୍ତକରେ ଅବା ସ୍କନ୍ଧେ ବ୍ରତଚାରି ବହି
ବୋଲବମ ଶଵଦେ ଶୈବ ପୀଠେ ଯାଇ l 
ପ୍ରିୟ ପୁଷ୍ପ ରୂପେ ଚମ୍ପାଦୁର୍ଦୁରାଗଇଶ
ତ୍ରିଶାଖା ବେଲ୍ଵର ପତ୍ର ଦୀପ ନଇବେଦ୍ୟ l 
ସମର୍ପିତ ଶିର ପରେ ଜଳ ଅଭିଷେକେ
ଆରତୀ ଶେଷରେ କରି ସାତ୍ତ୍ଵିକ ଭୋଜନେ l 
ଶିବଲିଙ୍ଗେ କୃଷ୍ଣlଗୁରୁ ଚନ୍ଦନ ଲେପନ
ମହାକୃପା ଆଣେ ଅରପିତ ଜଳଧାର l 
ଏକାଗ୍ରତା ସହ ବ୍ରତ ପାଳନର ଵିଧି
କାମନା ପୂରଣେ ଚର୍ତୁବର୍ଗ ଫଳ ଲଭି l 

ନର୍ମଦା ନାୟକ

ରାଉରକେଲା

Related posts

ଖୁଲମ ଖୁଲା ଦାଦନ ଶ୍ରମିକ ଚାଲାଣ ,ପ୍ରଶାସନ ନିରବ

Sunil Chandra Nayak

ନର୍ଲା ଠାରେ ଛାତ୍ର କଂଗ୍ରେସ ର 52  ତମ ପ୍ରତିଷ୍ଠା ଦିବସ ପାଳନ 

Sunil Chandra Nayak

ସସ୍ମିତେଶ ସାହୁ ଙ୍କ କବିତା ତୁମକୁ ଖୋଜିବା ମୁହୂର୍ତ୍ତରେ

Sunil Chandra Nayak

Leave a Comment

error: Content is protected !!